• translate
Minati Mishra

କ’ଣ ରହିଛି ଆପଣଙ୍କର ଆଜିର ଭାଗ୍ୟଫଳ ? କେଉଁ ରାଶି ପାଇଁ କ’ଣ ଶୁଭ ରହିଛି ଆସନ୍ତୁ ଜାଣିବା। 

ଆଜି ୨୦୨୧, ସେପ୍ଟେମ୍ବର ମାସ ୧୩ ତାରିଖ ସୋମବାର। ସିଂହ ୨୮ ଦିନ ଭାଦ୍ରବ ମାସ ,ଶୁକ୍ଳପକ୍ଷ ସପ୍ତମୀ ତିଥି, ଅନୁରାଧା ନକ୍ଷତ୍ର। ବିଛାଚନ୍ଦ୍ର।  ଆଜି ମିଥୁନ ରାଶିର ଘାତବାର । ଆଜିର ଦିନରେ ତାଳ ଖାଇବା ମନା 

ମେଷ-
ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ । ନଚେତ ଦୁର୍ଘଟଣାର ସମ୍ମୁକୀନ ହେବାର ଆଶଙ୍କା ରହିଛି । ଛାତ୍ର ଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ।
ପ୍ରତିକାର-  ଗଂ ଗଣପତୟ ନମଃ ଜପ କରନ୍ତୁ
ବୃଷ-
ସରକରୀ କାର୍ଯ୍ୟରେ ଲାଭବାନ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଧନଲାଭ ଯୋଗ ରହିଛି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦମ୍ପତ୍ୟ ସୁଖମୟ ହେବ।
ପ୍ରତିକାର-  ଧଳା ବସ୍ତ୍ର ପରିଧାନ କରନ୍ତୁ।

ମିଥୁନ-
କର୍ମକ୍ଷେତ୍ରକୁ ନେଇ ଯୋଉ ଚିନ୍ତାରେ ଥିଲେ ତାହା ଆଜି ଦୂରିଭୁତ ହେବ। ନୂତନ ଆୟ ରହିବାରୁ ମନ ଖୁସି ରହିବ। ବ୍ୟବସାୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିବେ ।
ପ୍ରତିକାର- ଶେତ୍ୱ ଚନ୍ଦନ ମଥାରେ ଲଗାନ୍ତୁ

କର୍କଟ-
ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେବ । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ।

ପ୍ରତିକାର- ମହାଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ

ସିଂହ-
ପାରିବାରିକ ସମସ୍ୟାକୁ ନେଇ ଅପବାଦ ଯୋଗ ରହିଛି । ନୁତନ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଲାଭବାନ ହେବେ
ପ୍ରତିକାର  କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ।
କନ୍ୟା- 
ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇପାରିବେ। ଅର୍ଥଲାଭର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ଅତିଥୀ ଆ।ଗମନ କରିବେ।
ପ୍ରତିକାର -  ବ୍ରହ୍ମଣଙ୍କୁ ପ୍ରଣାମ କରନ୍ତୁ

ତୁଳା-
ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତିହେବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତ୍ୟେକ କାର୍ଯ୍ୟରେ  ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବ ।
ପ୍ରତିକାର-  ମା’ଙ୍କୁ ପ୍ରଣାମ କରନ୍ତୁ  

ବିଛା- 
ପାରିବାରିକ କଳହ ଲାଗି ରହିବ ଏବଂ ଶରୀରରେ ଆଘାତ ଲାଗିବ। ଅପରାହ୍ନରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହେବ।ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ଲାଲ ସିନ୍ଦୁର ମଥାରେ ଲଗାନ୍ତୁ 

ଧନୁ-
କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ। ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ପ୍ରତିକାର- ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ  

ମକର-
ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ସୁଚିନ୍ତା କରିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ ।ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।
ପ୍ରତିକାର-  କୁକୁରକୁ ଖାଦ୍ୟ ଦିଅନ୍ତୁ
କୁମ୍ଭ -
ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦରେ ରହିବେ। ପରିବାରପାଇଁ ବନ୍ଧୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବେ। ଆୟ ଅନୁପାତରେ ବ୍ୟୟ ଅଧିକ ହେବ।
ପ୍ରତିକାର- ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ।

ମୀନ-
ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟା ସମାଧାନ ହେବ। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ସମସ୍ୟା ଲାଗି ରହିବ 
ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ 

Other Stories