• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପିଜା ବର୍ଗରରେ ମିଶୁଛି ଡିଟର୍ଜେନ୍

  • ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି 

ୱାଶିଂଟନ୍: ପିଜା ବର୍ଗରରେ ମିଶୁଛି ସର୍ଫ ଗୁଣ୍ଡ । ଯଦି ଆପଣ ପିଜା-ବର୍ଗର୍ ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ମ୍ୟାକଡୋନାଲ୍ଡ, ବରଗଡ କିଙ୍ଗ, ଡୋମିନୋ କିମ୍ବା ପିଜା ହଟ୍‌ରେ ମିଳୁଥିବା ଜଙ୍କ ଫୁଡରେ ଡିଟରଜେଣ୍ଟରେ ବ୍ୟବହୃତ ରାସାୟନିକ ପଦାର୍ଥ ମିଶ୍ରିତ ହୋଇଥାଏ । ଯାହା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।

ଜର୍ଜ ୱାଶିଂଟନ୍ ୟୁନିଭରସିଟି, ଦକ୍ଷିଣ-ପଶ୍ଚିମ ଅନୁସନ୍ଧାନ ପ୍ରତିଷ୍ଠାନ (ସାନ୍ ଆଣ୍ଟୋନିଓ, ଟେକ୍ସାସ୍), ବୋଷ୍ଟନ୍ ୟୁନିଭରସିଟି ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନରେ ଏହି ଖବରର ସତ୍ୟାସତ୍ୟ ପ୍ରକାଶ କରାଯାଇଛି । ଏହି ଅଧ୍ୟୟନ ଜର୍ଣ୍ଣାଲ ଅଫ୍ ଏକ୍ସପୋଜର ସାଇନ୍ସ ଏବଂ ଏନ୍‌ଭୋରମେଣ୍ଟ ଏପିଡେମୋଲୋଜିରେ (Journal of Exposure Science and Environmental Epidemiology)ପ୍ରକାଶିତ ହୋଇଛି ।

ଉକ୍ତ ଅଧ୍ୟୟନରେ ଦର୍ଶାଯାଇଛି ଯେ, ମ୍ୟାକଡୋନାଲ୍ଡ, ବରଗଡ କିଙ୍ଗ, ପିଜା ହାଟ, ଡୋମିନୋ, ଟାକୋ ବେଲ ଏବଂ ଚିପୋଟଲ ସମେତ ପ୍ରମୁଖ କମ୍ପାନୀର ଫାଷ୍ଟଫୁଡ୍‌ରେ ପ୍ଲାଷ୍ଟିକକୁ ନରମ କରିବା ପାଇଁ ବ୍ୟବହୃତ ଏକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ । ଏହି ରାସାୟନିକ ମିଶ୍ରିତ ଖାଦ୍ୟ ମଣିଷ ଶରୀରରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଅନୁସନ୍ଧାନକାରୀମାନେ ଏହି କମ୍ପାନୀ ଗୁଡିକରୁ ହାମବର୍ଗ, ତରକାରୀ, ଚିକେନ୍ ନାଗେଟ୍, ଚିକେନ୍ ବୁରିଟେସ୍ ଓ ପନିର ପିଜା ପରି ୬୪ ଟି ଖାଦ୍ୟ ପଦାର୍ଥର ନମୁନାକୁ ପରୀକ୍ଷା କରିଥିଲେ । ଯେଉଁଥିରେ ସେମାନେ ଜାଣିବାକୁ ପାଇଲେ ଯେ ୮୦ ପ୍ରତିଶତରୁ ଅଧିକ ଖାଦ୍ୟ ପଦାର୍ଥରେ DnBP ନାମକ ଏକ ଫେଥାଲେଟ୍ (Phthalate) ଏବଂ ରେ ୭୦ ପ୍ରତିଶତ ଫେଥାଲେଟ୍ରେ DEHP ରହିଛି । ଉଭୟ ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ଅଟେ ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଫଥାଲେଟ୍ ହେଉଛି ଏକ ରାସାୟନିକ ପଦାର୍ଥ ଯାହାକି ବର୍ଷ ବର୍ଷ ଧରି ବିନାଇଲ୍ ଚଟାଣ, ଡିଟରଜେଣ୍ଟ, ଡିସପୋଜେବଲ୍ ଗ୍ଲୋଭସ୍, ତାର କଭର ଭଳି ଜିନିଷ ଉତ୍ପାଦନରେ ବ୍ୟବହୃତ କରାଯାଇଥାଏ । ଏହି ରାସାୟନିକ ପଦାର୍ଥ ପ୍ଲାଷ୍ଟିକକୁ ନରମ ଏବଂ ନମନୀୟ କରିବାରେ ସାହାଯ୍ୟ କରିଥାଏ । ଫଳରେ ଆବଶ୍ୟକ ଅନୁଯାୟୀ କୌଣସି ଜିନିଷକୁ ତିଆରି କରାଯାଇଥାଏ ।

ଏହି ରାସାୟନିକ ପଦାର୍ଥ ଦ୍ୱାପା ପିଲାମାନଙ୍କ ମସ୍ତିଷ୍କ ସହ ଜଡିତ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ, ମଣିଷର ପ୍ରଜନନ ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରିପାରେ । ଏହି ରାସାୟନିକ ପଦାର୍ଥ ଆମିଷ ଖାଦ୍ୟ ତଥା ଚିଜ୍‌ ବର୍ଗର ରାସାୟନିକ ପଦାର୍ଥର ମାତ୍ରା ଅଧିକ ଥିଲାବେଳେ ପନିର ପିଜ୍ଜା ସର୍ବନିମ୍ନ ସ୍ତର ଥିଲା ବୋଲି ଅନୁସନ୍ଧାନ ସମୟରେ ଜଣାପଡିଥିଲା । ଏନେଇ ଫୁଡ୍‌ ଆଣ୍ଡ ଡ୍ରଗ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ,ଖୁବ୍‌ ଶୀଘ୍ର ଏହି ଅଧ୍ୟୟନର ସମୀକ୍ଷା କରାଯିବ ।