• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବଡ ପିରାମିଡ୍ ମନ୍ଦିର ପାଇଁ ପ୍ରସିଦ୍ଧ ଚିଚେନ୍ ଇଟ୍‌ଜା

  • ଥରେ ତାଳି ମାରିଲେ ଶୁଭେ ୯ ଥର

ମେକ୍ସିକୋ: ଚିଚେନ ଇଟ୍‌ଜା ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ । ଏହା କୈନକନର ପଶ୍ଚିମରେ ୨୦୦ କିଲୋମିଟର ଦୂରରେ ଥିବା ୟୁକାଟନ ରାଜ୍ୟରେ ଅବସ୍ଥିତ । ଏହା ମେକ୍ସିକୋର ସବୁଠାରୁ ସଂରକ୍ଷିତ ପୁରାତାତ୍ତ୍ୱିକ ସ୍ଥଳୀ ମଧ୍ୟରୁ ଗୋଟିଏ । ଇଟ୍‌ଜା ହେଉଛି ଜାତୀୟ ବଂଶ ସମୁଦାୟଙ୍କ ନାଁ । ଏହି ସମୁଦାୟ ସ୍ପାନିସ୍ ବିଜୟ ପୂର୍ବରୁ ମେକ୍ସିକୋର ଉତ୍ତର ପ୍ରାୟଦ୍ୱୀପ ଉପରେ ଶାସନ କରୁଥିଲା । ଚିଚେନ୍ ଇଟଜାର ଅର୍ଥ କୂଅ ନିକଟରେ ପ୍ରତିବର୍ଷ ପାଖାପାଖି ୧.୨ ମିଲିୟନ ପର୍ଯ୍ୟଟକ ଏହି ଚିଚେନ୍ ଇଟ୍‌ଜାର ଯାତ୍ରା କରିବାକୁ ଆସିଥାନ୍ତି । ଏହାର ନାଁ ଦୁନିଆର ସପ୍ତାଶ୍ଚର୍ଯ୍ୟ ଲିଷ୍ଟରେ ସାମିଲ ହୋଇପାରିଛି ।

chichen itzachichen itza

ଚିଚେନ୍ ଇଟଜା ୧୨ ଶତାବ୍ଦୀ ସମୟରେ ଏହାର ନିର୍ମାଣ କରା ଯାଇଥିଲା । ଭୌଗୋଳିକ ଘଟଣାକ୍ରମ ଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏହାକୁ ଅବଜରଭେଟୋରୀ ବା ପ୍ରୟୋଗଶାଳା ଭାବେ ବ୍ୟବହାର କରାଯାଉଥିଲା । ତେବେ କୁହାଯାଏ ଚିଚେନ୍ ଇଟଜାର ଅଧିକାଂଶ ସାଇଟରୁ ଅଜବ ଧରଣରୁ ଶବ୍ଦ ବାହାରିଥାଏ । ଏଠାରେ ଏକ କୋର୍ଟରେ ଯଦି ଆପଣ ତାଳିମାରିବେ ତେବେ ଏହା କୋର୍ଟର କେନ୍ଦ୍ରରେ ୯ ଥର ସେହି ତାଳି ଶବ୍ଦ ଶୁଭିଥାଏ । ଏହାଛଡା ଏହା ସାମ୍ନାରେ ତାଳି ମାରିଲେ ଚଢେଇର ଶବ୍ଦ ସୃଷ୍ଟି ହୋଇଥାଏ । ଏହା ୧୨୦୦ ବର୍ଷ ପୂର୍ବେ ମାୟା ସଭ୍ୟତାର ଲୋକମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। । ଏହା ୪ ବର୍ଗ ମିଲ୍ କ୍ଷେତ୍ରରେ ପରିବ୍ୟାପ୍ତ । ଏହା ନିଜର ବଡ ପିରାମିଡ୍ ମନ୍ଦିର ପାଇଁ ବେଶ୍ ପ୍ରସିଦ୍ଧ, ଯାହା ସମ୍ପୂର୍ଣ୍ଣ ଭାବେ ପଥରରେ ନିର୍ମିତ ।

chichen itzachichen itza

ଖ୍ରୀଷ୍ଟପୂର୍ବ ୫୧୪ରେ ପାଦରୀ ଲକିନ ଚୈନ ଦ୍ୱାରା କରାଯାଇଥିଲା । ଏଠାରେ ଥିବା କୁକୁଲନ ପିରାମିଡ୍ ମାୟା ସଂସ୍କୃତିର ସବୁଠାରୁ ପ୍ରସିଦ୍ଧ ପ୍ରତୀକ । ଏହି ପିରାମିଡର ଉଚ୍ଚତା ୩୦ ମିଟର ତେବେ ଏହି ଚିଚେନ୍ ଇଟ୍‌ଜା ୧୦୦୦ବର୍ଷରୁ ଅଧିକ ସମୟ ଧରି ଏଠାରେ ତୀର୍ଥ ସ୍ଥାନର କେନ୍ଦ୍ର ହୋଇ ରହିଆସିଛି । ଏହା ସାଧାରଣ ଭାବେ ଭିନ୍ନ ଭିନ୍ନ ଶବ୍ଦ କାରଣରୁ ବେଶ୍ ପ୍ରସିଦ୍ଧ । ଏହାର ସବୁ ମନ୍ଦିରରେ ୩୬୫ ସିଡି ରହିଛି ଯାହା ବର୍ଷ ତମାମ ଗୋଟେ ଗୋଟେ ଦିନର ପ୍ରତିନିଧିତ୍ୱ କରିଥାଏ । ବର୍ତ୍ତମାନ ଏହି ସ୍ଥାନଟି ପର୍ଯ୍ୟଟକମାନଙ୍କ ପାଇଁ ଆଂଶିକ ଭାବେ ବନ୍ଦ କରିଦିଆଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ପଥରରେ ନିର୍ମିତ । ଏହି ଚିଚେନ ଇଟ୍‌ଜା ଯାହା ନିଜର ଭବ୍ୟତା ଓ ସଂରଚନା କାରଣରୁ ସପ୍ତାଶ୍ଚର୍ଯ୍ୟରେ ସାମିଲ ହୋଇପାରିଛି ।