• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ଦିନ ତିନୋଟି ବିସ୍ଫୋରଣ ଘଟିଛି । ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ​​ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଥିବା ବେଳେ ୧୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆମେରିକାର ନାଗରିକଙ୍କ ସମେତ ଚାରିଜଣ ଆମେରିକୀୟ ମରିନ୍ କମାଣ୍ଡୋ ଅଛନ୍ତି । ବିମାନବନ୍ଦରର ଅବି ଗେଟ୍‌ରେ ପ୍ରଥମ ବିସ୍ଫୋରଣ ହୋଇଥିବାବେଳେ ଦ୍ୱିତୀୟଟି ବିମାନବନ୍ଦର ନିକଟସ୍ଥ ବରୁଣ ହୋଟେଲ ନିକଟରେ ଘଟିଥିଲା । ବରୁଣ ହୋଟେଲରେ ବ୍ରିଟିଶ ସୈନ୍ୟ ରହୁଥିଲେ ।

ଇସଲାମିକ୍ ଷ୍ଟେଟ୍ ଏଭଳି ଆକ୍ରମଣ କରିପାରେ ବୋଲି ତାଲିବାନ ଆଶଙ୍କା ପ୍ରକାଶ କରିଛି । ତେବେ ବିସ୍ଫୋରଣ ପାଇଁ ବର୍ତ୍ତମାନ ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କରିଛି । ଯଦିଓ ଉଭୟ ତାଲିବାନ ଏବଂ ଇସଲାମିକ୍ ଷ୍ଟେଟ୍ କଠୋରପନ୍ଥୀ ଅଟନ୍ତି, ତଥାପି ଉଭୟଙ୍କ ମଧ୍ୟରେ ସବୁବେଳେ ମତପାର୍ଥକ୍ୟ ରହିଆସିଛି । ତେବେ ଆଫଗାନିସ୍ତାନରେ ତାଲିବାନ୍ ରାଜରେ ଇସଲାମିକ ଷ୍ଟେଟ ଭୟ ବଡ଼ ଆକ୍ରମଣ କରିପାରେ ବୋଲି ପ୍ରଥମରୁ ଆଶଙ୍କା କରାଯାଉଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜେ ମଧ୍ୟ ଏନେଇ ଆଶଙ୍କା ବ୍ୟକ୍ତ କରିଥିଲେ ।

ପ୍ରଥମେ କାବୁଲର ବିମାନବନ୍ଦର ନିକଟରେ ବିସ୍ଫୋରଣ ଘଟିଥିବା ନେଇ ଗତକାଲି ସୂଚନା ମିଳିଥିଲା । ତେବେ ସେ ପର୍ଯ୍ୟନ୍ତ ମୃତ ଓ ଆହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିଲା । ପରେ ପେଣ୍ଟାଗନ୍ ପକ୍ଷରୁ ବିସ୍ଫୋରଣ ସମ୍ପର୍କରେ ନିଶ୍ଚିତ କରାଯାଇଥିଲା । ଋଷର ଗଣମାଧ୍ୟମ ଅନୁଯାୟୀ ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଆହତଙ୍କ ମଧ୍ୟରେ ଆମେରିକୀୟ ସୈନିକ ମଧ୍ୟ ଅଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ବିମାନବନ୍ଦରରେ ସମସ୍ତ ପ୍ରକାର ଅପରେସନ ବନ୍ଦ କରାଯାଇଛି ।

ସେପଟେ ଆମେରିକାଙ୍କ ଅନୁସାରେ , ବିମାନବନ୍ଦର ବାହାରେ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଆତ୍ମଘାତୀ ବିସ୍ଫୋରଣକାରୀ ହୋଇଥିବା ବେଳେ ଜଣଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଥିଲା । ସେହିପରି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ବିସ୍ଫୋରଣକୁ ନିଶ୍ଚିତ କରିଛି । ବର୍ତ୍ତମାନ ବିମାନବନ୍ଦରରେ ଥିବା ସମସ୍ତ ବିମାନକୁ ସୁରକ୍ଷା ଦେଉଛନ୍ତି ନାଟୋ ସୈନିକ ।