• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବ +୨ ସିଲାବସ୍‌ରେ ପରିବର୍ତ୍ତନ ।

  • ପାଖାପାଖି ୩୦% ସିଲାବସ୍ ହ୍ରାସ କରାଯିବ ।

  • ଏଭଳି ଏକ ବଡ଼ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ ।

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବ +୨ ସିଲାବସ୍‌ରେ ପରିବର୍ତ୍ତନ । ପାଖାପାଖି ୩୦% ସିଲାବସ୍ ହ୍ରାସ କରାଯିବ । ଏଭଳି ଏକ ବଡ଼ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମହାମାରୀ ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀଙ୍କ ସୂଚନା ।

ଖାଲି ସେତିକି ନୁହେଁ ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷରେ ଟର୍ମିନାଲ ପରୀକ୍ଷା ମଧ୍ୟ କରାଯିବ । ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ମଧ୍ୟ ୩ଟି ଟର୍ମିନାଲ ପରୀକ୍ଷା ହେବ । ଏମିତିକି ପ୍ରତି କ୍ୱାର୍ଟରରେ ମଧ୍ୟ ୩୦ ନମ୍ବର ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଛି । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଏହାସହ ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ।

ତେବେ ବୋର୍ଡ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ମହାମାରୀ ସ୍ଥିତି ନଉପୁଜିଲେ ବାର୍ଷିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ । କିନ୍ତୁ ମହାମାରୀ ପାଇଁ ଯଦି ପରୀକ୍ଷା ବନ୍ଦ ହେଲେ ତେବେ ଟର୍ମ ପରୀକ୍ଷା ଭିତ୍ତିରେ ରେଜଲ୍ଟ ପ୍ରକାଶ କରାଯିବ । ତେଣୁ ଛାତ୍ରଛାତ୍ରୀଙ୍କୁ ବର୍ଷ ଆରମ୍ଭରୁ ପାଠ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ । ଏବଂ ଟର୍ମ ପରୀକ୍ଷାକୁ ହାଲୁକା ଭାବେ ନନେଇ ଗୁରୁତ୍ୱର ସହ ପରାକ୍ଷା ଦେବାକୁ ହେବ । ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ ପରିଚାଳନା କରିବ କହିଛନ୍ତି ଶ୍ରୀ ତ୍ରିପାଠୀ ।