• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରକ୍ତକୁ ସଫା ରଖେ ତୁଳସୀ

  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ତୁଳସୀ

ସ୍ୱାସ୍ଥ୍ୟ ହିଁ ସଂପଦ । ସେ କରେନା ମହାମାରୀ ହେଉ କି ଡେଙ୍ଗୁ ରୋଗର ନିରାକରଣ ପାଇଁ ସଦାବେଳେ ଆମ ସ୍ୱାସ୍ଥ୍ୟ ପାଇଁ ଆମେ ନିଜେ ସତର୍କ ଓ ନିଜର ଯତ୍ନ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଏବେ ବର୍ଷା ଋତୁର ସମୟ, ଯାହାକି ଥଣ୍ଡା ଜ୍ୱର ଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଥଣ୍ଡା,ଜ୍ୱର ଓ କାଶ ଆଦି ସମସ୍ୟାର ସମାଧାନ ସ୍ୱରୂପ ହେଉଛି ତୁଳସୀ ପତ୍ର । ତୁଳସୀ ଗଛରେ ଔଷଧୀୟ ଗୁଣ ଭରପୁର ରହିଛି । ହଜମ ଠାରୁ ଆରମ୍ଭ କରି ଚର୍ମ ରୋଗ ପର୍ଯ୍ୟନ୍ତ, ବହୁ ସମସ୍ୟାର ସମାଧାନ କରିଥାଏ ତୁଳସୀ ।ଆସନ୍ତୁ ଜାଣିବା ତୁଳସୀର ବିଭିନ୍ନ ଉପକାରିତା ବିଷୟରେ ....

ତୁଳସୀର ଉପକାରିତା

-ରକ୍ତକୁ ସଫା ରଖେ ତୁଳସୀ । ତୁଳସୀ ବ୍ୟବହାର କରିବା ଦ୍ୱାରା ଶରୀରରେ ଥିବା ରକ୍ତ କଣିକା ସଫା ହୋଇଥାଏ । ପ୍ରତିଦିନ ତୁଳସୀ ସେବନ କରିବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

-ତୁଳସୀରେ ଭିଟାମିନ୍- ଏ, ସି, କ୍ୟାଲସିୟମ୍, ଆଇରନ୍, କ୍ଲୋରୋଫିଲ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଠାରୁ ଆରମ୍ଭ କରି କର୍କଟ ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ ।

-ସଂକ୍ରମଣ ଦୂର କରେ ତୁଳସୀ । ସଂକ୍ରମଣ ହୋଇଥିବା ସ୍ଥାନକୁ ଭଲ କରିବା ପାଇଁ ତୁଳସୀକୁ ବ୍ୟବହାର କରାଯାଏ । ତୁଳସୀରେ ଆଣ୍ଟି ଫଙ୍ଗାଲ୍, ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯାହାକି ବିଭିନ୍ନ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।

ଶ୍ୱାସକ୍ରିୟା ସହଜ କରେ ତୁଳସୀ । ମହାମାରୀ କରୋନା ସମୟରେ ତୁଳସୀ ଖାଇବା ଲାଭଦୟକ ହୋଇଥାଏ । ତୁଳସୀ ପତ୍ରକୁ ପାଣିରେ ପକାଇ ବାମ୍ଫ ନେବା ଦ୍ୱାରା ଫୁସଫୁସ ନିରୋଗ ରହେ ।

ତୁଳସୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ତୁଳସୀରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ରହିଥାଏ, ଯାହା କି ବର୍ଷା ଋତୁରେ ଥଣ୍ଡା, କାଶ, ଜ୍ୱର ଆଦିରୁ ରକ୍ଷା କରିଥାଏ । ଏହାର ପତ୍ରକୁ ପ୍ରତିଦିନ ଚୋବାଇବା ଦ୍ୱାରା ତଣ୍ଟି ଜନିତ ସମସ୍ୟା ଦୂର ହୋଇଥାଏ ।

ଶରୀରର କ୍ଷତ, ଦାଗ ଚିହ୍ନ ଦୂର କରେ ତୁଳସୀ । ଶରୀରରେ ଘା କିମ୍ବା କ୍ଷତରେ ତୁଳସୀ ପତ୍ରକୁ ବାଟି ଲଗାଇଲେ କ୍ଷତ ଜଳାପୋଡା ଏବଂ ଫୁଲିବାରୁ ମୁକ୍ତି ମିଳିଥାଏ ।