• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଖିତଳ କଳାଦାଗ ଦୂର କରେ କଦଳୀ ଚୋପା

  • ବ୍ରଣ ସମସ୍ୟା ଦୂର କରେ କଦଳୀ ଚୋପା

ସ୍ୱାସ୍ଥ୍ୟ ହିଁ ସଂପଦ । ସୁଷମ ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ବିଭିନ୍ନ ଫଳରୁ ଶରୀର ଓ ତ୍ୱଚାକୁ ଅନେକ ଭିଟାମିନ ମିଳିଥାଏ । କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ଅଟେ । ତେବେ କଦଳୀର ଚୋପାରୁ ମଧ୍ୟ ଅନେକ ଭିଟାମିନ ମିଳିଥାଏ । ଆପଣ ଜାଣିଛନ୍ତି କି ଆପଣ ଫୋପାଡି ଦେଉଥିବା କଦଳୀ ଚୋପା ଆପଣଙ୍କ ପାଇଁ କେତେ ଲାଭଦାୟକ ।

କଦଳୀ ଚୋପାରେ ଅନେକ ପ୍ରକାରର ଭିଟାମିନ ଥାଏ । କଦଳୀ ଚୋପା ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚର୍ମ ସମସ୍ୟା ଦୂର ହୋଇଥାଏ । ଆମ ଶରୀରରେ ଏନଜାଇମ ଏବଂ ପ୍ରୋଟିନକୁ ସକ୍ରିୟ କରିଥାଏ କଦଳୀ ଚୋପା । ଫଳରେ ତ୍ୱଚାରେ ଥିବା କୋଲୋଜେନ୍ ଏବଂ ନମନୀୟତା ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା କଦଳୀ ଚୋପାର ବିଭିନ୍ନ ଉପକାରିତା ବିଷୟରେ..

-ଆଖିତଳର କଳାଦାଗ ଦୂର କରେ କଦଳୀ ଚୋପା । କଦଳୀ ଚୋପାରେ ଥିବା ଫାଇବରକୁ ବାହାର କରି ସେଥିରେ ଗୋଟିଏ ଚାମଚ ଘିକୁଆଁରୀ ରସ ମିଶାନ୍ତୁ ଓ ଏହି ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଆଖିକୁ ଭଲଭାବେ ଧୋଇଦିଅନ୍ତୁ । ଏହିପରି କରିବା ଦ୍ୱାରା ଆଖି ତଳର କଳା ଦାଗ ଦୂର ହୋଇଥାଏ ।

-ତ୍ୱଚାରେ ଚମକ ଆଣେ କଦଳୀ ଚୋପା । ତ୍ୱଚା ଗୋରା ହେବା ପାଇଁ କଦଳୀ ଚୋପାର ମିଶ୍ରଣ ସହିତ ବେକିଙ୍ଗ ସୋଡା ଓ ଅଳ୍ପ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ଭଲ ସେ ମିଶାଇ ତ୍ୱଚାରେ ଲଗାଇ ମସାଜ୍ କରନ୍ତୁ । ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

-ବ୍ରଣ ସମସ୍ୟା ଦୂର କରେ କଦଳୀ ଚୋପା । ମୁହଁରେ କଦଳୀ ଚୋପାକୁ ବାଟି ଏଥିରେ ମହୁ ଓ କଦଳୀ ମିଶାଇ ତ୍ୱତାରେ ଲଗାନ୍ତୁ । କିଛି ସମୟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇଦେବେ ।

-ଚର୍ମ କୁଞ୍ଚିତ ଦୂର କରେ କଦଳୀ ଚୋପା । ଚର୍ମ କୁଞ୍ଚିତ ସ୍ଥାନରେ କଦଳୀ ଚୋପାକୁ ଧୀରେ ଧୀରେ ମସାଜ କରନ୍ତୁ ଏବଂ ୧୫ ମିନିଟ ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏହିଭଳି କରିବା ଦ୍ୱାରା ତ୍ୱଚାରେ ଆଉ କୁଞ୍ଚନ ପଡେ ନାହିଁ ।

-କଦଳୀରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଆମର ଭାତୁଡି ଚିହ୍ନ ଦୂର କରିବାରେ ସହାୟକ କରିଥାଏ । ସାରା ରାତି ଭାତୁଡି ଚିହ୍ନ ଉପରେ କଦଳୀ ଚୋପାକୁ ରଖି ଶୋଇବେ । ସକାଳୁ ଉଠି ଥଣ୍ଡା ପାଣିରେ ଭଳ ଭାବେ ମୁହଁ ଧୋଇଦେବେ । ଏହିପରି କରିବା ଦ୍ୱାରା ଭାତୁଡି ସମସ୍ୟା ଦୂର ହୋଇଥାଏ ।