• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ମରାଠୀ ସ୍ପାଇସି ଚିକେନ୍’

ଆମିଷରେ ସାଧାରଣତଃ  ସମସ୍ତେ ଚିକେନ ଖାଇବା ପାଇଁ ବେଶୀ ପସନ୍ଦ କରିଥାନ୍ତି । ପୂର୍ବରୁ ଚିକେନରେ ଅନେକ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କୁ ମରାଠୀ ଷ୍ଟାଇଲରେ ଚିକେନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମରାଠୀ ସ୍ପାଇସି ଚିକେନ୍’ ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ମରାଠୀ ସ୍ପାଇସି ଚିକେନ୍’ ବନେଇବା ପାଇଁ ସାମଗ୍ରୀ:

ଚିକେନ୍‌-୫୦୦ ଗ୍ରାମ୍, ନଡ଼ିଆ କୋରା, ଅଳ୍ପ ଅଦା, ଅଳ୍ପ ରସୁଣ,କଟା ପିଆଜ, ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥି, ରିଫାଇନ ତେଲ, ଭୃଷଙ୍ଗ ପତ୍ର ଏବଂ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ଶୁଖିଲା ଲଙ୍କା, ଗୋଟା ଧନିଆ, ଜିରା, ଗୋଲ ମରିଚ, ଲବଙ୍ଗ, କସ୍ତୁରି ମେଥିକୁ ଭାଜି ଦିଅନ୍ତୁ ।
  • ଗୋଟା ମସଲା ଗୁଡିକ ଭାଜି ହୋଇଗଲା ପରେ ସେଥିରେ ଅଦା ଏବଂ ରସୁଣକୁ ପକାଇ ଭଲଭାବେ ବାଟି ଦିଅନ୍ତୁ।
  • ଏହା ପରେ ଚିକେନକୁ ଭଲଭାବେ ଧୋଇ ସେଥିରେ ବଟା ହୋଇଥିବା ମସଲା ଏବଂ ଲୁଣ ପକାଇ ଗୋଳାଇ ଦେଇ କିଛି ସମୟ ମ୍ୟାରିନେଟ୍‌ କରି ରଖି ଦିଅନ୍ତୁ ।
  • ଏହାପରେ ଏବେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ଏବଂ ନଡ଼ିଆ କୋରାକୁ ଅଳ୍ପ ଭାଜି ଏହାକୁ ଭଲଭାବେ ବାଟି ଦିଅନ୍ତୁ ।
  • ଏହାପରେ ଆଉ ଏକ କଡେଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଆଗରୁ ଗ୍ରାଇଣ୍ଡିଂ କରି ରଖାଯାଇଥିବା ମସଲାକୁ ପକାନ୍ତୁ ।
  • ଏହାପରେ ସେଥିରେ ଚିକେନ୍‌, ଏବଂ ଗ୍ରାଇଣ୍ଡ ହୋଇଥିବା ପିଆଜ ନଡ଼ିଆକୁ ପକାନ୍ତୁ।
  • ଏହାପରେ ଅଳ୍ପ ପାଣି ଦେଇ ଭଲରେ ଗୋଳାଇ ଦିଅନ୍ତୁ।
  • ଏହାପରେ ଅଳ୍ପ ଲୁଣ ପକାଇ ଚିକେନ୍ ସିଝିବା ପାଇଁ ଘୋଡଣୀ ଦେଇ କିଛି ସମୟ ଛାଡ଼ି ଦିଅନ୍ତୁ।
  • ଚିକେନ ସିଝି ଗଲା ପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା 'ମରାଠି ସ୍ପାଇସି ଚିକେନ୍' । ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।