• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସଂଧ୍ୟାରେ ବନାନ୍ତୁ  ଦେଶୀ ସ୍ନାକ୍ସ 'କଦଳୀ ମଞ୍ଜା ବରା'

ବର୍ଷାଦିନେ ସଂଧ୍ୟାରେ ଚଟପଟା ଜଳଖିଆ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଆଜି ଆମେ ଏକ ଦେଶୀ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ ଯାହା ଆପଣମାନେ ଆପଣଙ୍କର ସଂଧ୍ୟା ଜଳଖିଆ ଭାବେ ବନେଇ ପାରିବେ। ଏହି ସ୍ନାକ୍ସର ନାଁ ହେଉଛି ‘କଦଳୀ ମଞ୍ଜା ବରା’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

କଦଳୀ ମଞ୍ଜା ବରା ବନେଇବା ପାଇଁ ସାମଗ୍ରୀ:

କଦଳୀ ମଞ୍ଜା,ଆଳୁ-୨ଟି,କଟା ପିଆଜ,କଟା ରସୁଣ,କଟା କଞ୍ଚା ଲଙ୍କା,କଟା ଧନିଆ ପତ୍ର,କଟା ଅଦା,ରିପାଇନ୍ ତେଲ ଗରମ ମସଲା ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଦଳୀ ମଞ୍ଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।
  • ମଞ୍ଜାକୁ କାଟି ଭଲ ଭାବେ ଧୋଇ ଏକ ପାତ୍ରରେ ପାଣି ଓ ଲୁଣ ପକାଇ ରଖନ୍ତୁ ।
  • ଏହାପରେ କଟା ମଞ୍ଜାକୁ କୁକରରେ ବସାଇ ସିଝାଇ ଦିଅନ୍ତୁ ।
  • ଏହାପରେ ଆଉ ଏକ ପାତ୍ରରେ ଆଳୁକୁ ସିଝାଇ ଚୋପା ଛଡାଇ ରଖନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ରିଫାଇନ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ, କଟା କଞ୍ଚା ଲଙ୍କା,କଟା ରସୁଣ,କଟା ଅଦା ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ ।
  • ଏହାପରେ ସେଥିରେ ପୂର୍ବରୁ ସିଝା ହୋଇଥିବା ମଞ୍ଜାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
  • ମଞ୍ଜାକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ ।
  • ମଞ୍ଚା ଭଲ ଭାବେ ଭାଜି ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ।
  • ମଞ୍ଜାର ମିଶ୍ରଣକୁ ଏକ ଥାଳିକୁ କାଢି ସେଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ ।
  • ଏହାପରେ ସେଥିରେ କଟା ଧନିଆ ପତ୍ର,ଗରମ ମସଲା ଓ ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚକଟା ମଞ୍ଜା ମସଲାର ମିଶ୍ରଣକୁ କଟଲେଟ୍ ବା ବରା ଆକାରରେ ଗୋଲ ଗୋଲ ଆକାର ତିଆରି କରନ୍ତୁ ।
  • ଏହାପରେ ଚୁଲିରେ ତାୱା ବସାଇ ସେଥିରେ ଅଳ୍ପ ତେଲକୁ ଚାରିପଟେ ପକାନ୍ତୁ ।
  • ଏହାପରେ ତାୱା ଉପରେ ମଞ୍ଜାର ବରାକୁ ରଖି ସେକନ୍ତୁ ।
  • ବରାର ୨ ପଟ ଲାଲ୍ ହେବା ପର୍ଯ୍ୟନ୍ତ ସେକନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ମଞ୍ଜାର ବରାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।
  • ଏବେ ପ୍ରସ୍ତୁତ ହୋଇଗଲା କଦଳୀ ମଞ୍ଜା ବରା । ଏହି ରେସିପିଟିକୁ ଚଟଣୀ ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଖଗେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।