• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ନବରତ୍ନ ପଲାଉ'

ଘରକୁ କୁଣିଆ ଆସିଲେ ଖାଇବା କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତାହେଲେ ଆଜିର ରେସିପିକୁ ଘରେ ବନେଇ ଅତିଥି ଚର୍ଚ୍ଚା କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନବରତ୍ନ ପଲାଉ’ । ଏହି ରେସିପଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ।

‘ନବରତ୍ନ ପଲାଉ’ ବନେଇବା ପାଇଁ ସାମଗ୍ରୀ:

ବାସୁମତୀ ଅରୁଆ ଚାଉଳ, ପନିର୍‌, ପରିବା-ଆଳୁ, ଫୁଲକୋବି, ଗାଜର୍‌, ବିନ୍‌ସ୍‌, ମଟର ଛୁଇଁ ଦାନା, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଜିରା, ଡାଲଚିନି, ଗୁଜୁରାତି, ଅଳେଇଚ, ତେଜପତ୍ର, ଗୋଟା ଗୋଲମରିଚ, ହଳଦୀଗୁଣ୍ଡ, ଘିଅ, ଚିନି ଓ ସ୍ୱାଦନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପଲାଉ ପାଇଁ ପରିବା ଗୁଡିକୁ ପତଳା ଓ ଲମ୍ବା କରି କାଟିବା
  • ଏହାପରେ ପରିବାକୁ ଭଲଭାବେ ଧୋଇ ଦିଅନ୍ତୁ । ଏହାପରେ ଚାଉଳକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ।
  • ଏବେ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟି ରଖନ୍ତୁ,ଏହାପରେ ପନିରକୁ ଛୋଟ ଛୋଟ କରି କାଟି ରଖନ୍ତୁ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହେଲାପରେ ସେଥିରେ ପନିର ଓ ପରିବାଗୁଡିକୁ ଭାଜି ରଖନ୍ତୁ ।
  • ଏବେ ଆଉ ଏକ କଡେଇରେ ଘିଅ ଗରମ କରି ସେଥିରେ ତେଜପତ୍ର, ଗୋଲମରିଚ ଓ ଜିରା ପକାନ୍ତୁ।
  • ଏହାପରେ ଡାଲଚିନି, ଗୁଜୁରାତି ଓ ଅଳେଇଚକୁ ଛେଚି ପକାନ୍ତୁ ।
  • ଏହାପରେ କଟା ପିଆଜ ପକାନ୍ତୁ, ପିଆଜ ଅଳ୍ପ ଭାଜି ହୋଇଗଲେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଛେଚି ସେଥିରେ ପକାନ୍ତୁ ।
  • ଏହାକୁ ଅଳ୍ପ ସମୟ ଭାଜିବା ପରେ ସେଥିରେ ଚାଉଳ ଓ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । -ଏହା ପରେ ପନିର ଭଜାଗୁଡ଼ିକୁ ଏଥିରେ ପକାଇ ଦିଅନ୍ତୁ ।
  • ଏହାପରେ ଚାଉଳର ପରିମାଣ ଅନୁସାରେ ଦୁଇଗୁଣା ପାଣି ଦେଇ ଅଳ୍ପ ଲୁଣ ଓ ଚିନି ପକାଇ ଘୋଡେଇ ଦିଅନ୍ତୁ  ।
  • ଏହାପରେ ଚୁଲିକୁ ମଧ୍ୟମ ଆଞ୍ଚରେ ରଖି ସିଝିବାକୁ ଛାଡ଼ି ଦିଅନ୍ତୁ ।
  • ପଲାଉ ଭଲ ଭାବେ ହୋଇଗଲେ ଚୁଲିରୁ ଓହ୍ଲାଇ ଏହା ଉପରେ ଏକ ଚାମଚ ଘିଅ ଓ ୨ ଚାମଚ ଲେମ୍ବୁରସ ପକନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ନବରତ୍ନ ପଲାଉ’ । ଏହି ରେସିପିଟିକୁ ଆପଣ ରାଇତା ବା ଆଚାର ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରେ ଏହି ରେସିପି ବନେଇ ନିଜେ ଖାଆନ୍ତୁ ଓ ଘରକୁ କୁଣିଆ ଆସିଲେ ପରଷନ୍ତୁ ।