• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ବ୍ରେଡ୍‌ ଇଡ୍‌ଲି'

ସକାଳ କିମ୍ବା ସଂଧ୍ୟା ଜଳଖିଆରେ ଇଡ୍‌ଲି ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଯାଏ । ଆପଣ ଘରେ ଚାଉଳ ଓ ସୁଜିରେ ପ୍ରସ୍ତୁତ ହୋଇଥିବା ଇଡ୍‌ଲି ଖାଇଥିବେ । ତେବେ ବ୍ରେଡ୍‌ରେ ପ୍ରସ୍ତୁତ ଇଡ୍‌ଲି ଆପଣ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବ୍ରେଡ୍ ଇଡ୍‌ଲି’। ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବ୍ରେଡ୍ ଇଡ୍‌ଲି’ବନେଇବା ପାଇଁ ସାମଗ୍ରୀ:

ବ୍ରେଡ୍‌, ଆଳୁ, ଲଙ୍କା ଗୁଣ୍ଡ, ସୋରିଷ, ଗରମ ମସଲା, ଜିରା ଗୁଣ୍ଡ, ଖଟା ବା ଆମ୍‌ଚୁର ପାଉଡର,ଅଦା, କଞ୍ଚାଲଙ୍କା, ଧନିଆ ପତ୍ର, ଲୁଣ, ରିଫାଇନ୍‌ ତେଲ, ଭୃସଙ୍ଗ ପତ୍ର, ଦହି ଓ ସ୍ୱାଦନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଆଳୁ ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ କଡେଇରେ ପାଣି ଗରମ କରି ଆଳୁକୁ ସିଝାନ୍ତୁ ।
  • ଏହାପରେ ସିଝା ଆଳୁକୁ ଏକ ପାତ୍ରରେ ରଖି ଭଲ ଭାବେ ଚକଟନ୍ତୁ ।
  • ଆମ୍‌ଚୁର ପାଉଡର,ଲଙ୍କା ଗୁଣ୍ଡ, କଟା କଞ୍ଚା ଲଙ୍କା,ଅଦା, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, କଟା ଧନିଆ ପତ୍ର ପକାଇ ଭଲ ଭାବେ ଏହାକୁ ମିଶାନ୍ତୁ ।
  • ଏହାପରେ ଦହି ମିଶ୍ରଣ ତିଆରି କରିବା ପାଇଁ ଦହିରେ ଅଳ୍ପ ପାଣି ଦେଇ ସେଥିରେ ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ ।
  • ବ୍ରେଡ୍‌କୁ ଏକ ଗିନା ନେଇ ଗୋଲାକାର ଭାବେ କାଟନ୍ତୁ ।
  • ଆଳୁ ମିଶ୍ରଣକୁ ନେଇ ବ୍ରେଡ୍‌ର ଗୋଟିଏ ପାର୍ଶ୍ୱରେ ଚାରିଆଡ଼କୁ ଖେଳାଇ ଦିଅନ୍ତୁ।
  • ଏହାପରେ ତାୱାକୁ ମଧ୍ୟମ ଆଞ୍ଚରେ ଗରମ କରି ତେଲ ପକାନ୍ତୁ।
  • ତେଲ ଗରମ ହୋଇଗଲା ପରେ ବ୍ରେଡ୍‌ରେ ଆଳୁ ଲାଗିଥିବା ପାର୍ଶ୍ୱକୁ ତଳକୁ ରଖନ୍ତୁ ଓ ଅପର ପାର୍ଶ୍ୱରେ ଦହି ମିଶ୍ରଣ ଢାଳନ୍ତୁ ।
  • ପରେ ବ୍ରେଡ୍‌କୁ ଘୋଡ଼ାଇ ଦେଇ ଧିମା ଆଞ୍ଚରେ ଆଳୁ ଲାଲ ହେବା ଯାଏ ଓ ବ୍ରେଡ୍‌ ରୁ ଦହି ଶୁଖିବା ଯାଏ ରଖନ୍ତୁ ।
  • ଏହିପରି ହେବାପାଇଁ କିଛି ସମୟ ଲାଗିଥାଏ ।
  • ଏହି ସମୟରେ ମଧ୍ୟରେ ଛୁଙ୍କ ପ୍ରସ୍ତୁତ କରଇନେବା ।
  • ଏଥିପାଇଁ ଅନ୍ୟ ଆଉ ଏକ କଡେଇରେ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଯିବା ପରେ ସୋରିଷ ପକାନ୍ତୁ ।
  • ସୋରିଷ ଫୁଟିଲା ପରେ ଏଥିରେ ଭୃସଙ୍ଗ ପତ୍ର ଓ ଧନିଆ ପତ୍ର ପକାନ୍ତୁ ।
  • ଇଡ୍‌ଲିକୁ ପ୍ଲେଟ୍‌କୁ ବାହାର କରି ଏହା ଉପରେ ଛୁଙ୍କକୁ ଢାଳନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ବ୍ରେଡ୍‌ ଇଡ୍‌ଲି’। ଏହି ରେସିପିଟି ଆପଣ ସକାଳ ଜଳଖିଆ ପାଇଁ ବନେଇ ପାରିବେ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।