• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ ‘ପନିର-ବାଦାମ ଟିକ୍କି’

ବର୍ଷା ଦିନେ ସଂଧ୍ୟାରେ ଆମ ଘର ମାନଙ୍କରେ ବିଭିନ୍ନ ଜଳଖିଆ ପ୍ରସ୍ତୁତ ହୋଇଥାଏ । ସାଧାରଣତଃ ଚଟପଟା ସ୍ନାକ୍ସ ଖାଇବାର ମଜା ନିଆରା । ତେବେ ଘରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ଯେତିକି ସୁଆଦିଆ ଓ ସେତିକି ସ୍ୱାସ୍ଥ୍ୟକର  ।  ଆଜି ଆମେ ଆପଣମାନଙ୍କୁ ପନିର ଓ ବାଦାମରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପନିର-ବାଦାମ ଟିକ୍କି’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା

‘ପନିର-ବାଦାମ ଟିକ୍କି’ ବନେଇବା ପାଇଁ ସାମଗ୍ରୀ: ପନୀର, ସିଝା ଆଳୁ ଚକଟା, କର୍ଣ୍ଣଫ୍ଲୋର ରିଫାଇନ୍ ତେଲ, କଞ୍ଚା ଲଙ୍କା, ଅଦା, ଜିରା, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ପିସ୍ତା ବାଦାମ, ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ ଏକ ପାତ୍ରରେ ପନୀର୍‌ ଓ ସିଝା ଆଳୁରେ ଅଳ୍ପ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

-ଏହାପରେ ପିସ୍ତା ବାଦାମକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ ।

-ଏବେ ଏକ କଡ଼େଇରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ ।

-ତେଲ ଗରମ ହୋଇଗଲେ ଏଥିରେ ଜିରା ପକାନ୍ତୁ।

-ଜିରା ଫୁଟିଗଲା ପରେ ଏଥିରେ ଅଦା ଓ କଞ୍ଚା ଲଙ୍କା ପକାନ୍ତୁ ।

-ଅଦା ଓ କଞ୍ଚା ଲଙ୍କା ଭାଜି ହୋଇଗଲେ ଏଥିରେ ହଳଦୀ ଗୁଣ୍ଡ ପକାନ୍ତୁ।

-ଏହାପରେ ପନୀର ଓ ଆଳୁ ମିଶ୍ରଣକୁ ପକାନ୍ତୁ।

-ଏହାପରେ ପନୀର ଓ ଆଳୁ ମିଶ୍ରଣରେ ବାଦାମର ପେଷ୍ଟକୁ ପକାନ୍ତୁ ।

- ତା’ପରେ ଲଙ୍କା ଗୁଣ୍ଡ ପକାଇ ଦୁଇରୁ ତିନି ମିନିଟ୍ ଗୋଳାଇବା ପରେ ପ୍ୟାନ୍‌କୁ ଚୁଲିରୁ ଓହ୍ଲାଇ ଆଣନ୍ତୁ।

-ଏହାପରେ ସେହି ମିଶ୍ରଣ ଥଣ୍ଡା ହେଇଗଲା ପରେ ହାତରେ ସେକା ବରା ଆକାରର କରି ଏକ ପାତ୍ରରେ ରଖନ୍ତୁ

-ଏହାପରେ ଏକ ତାୱା ବା ପ୍ୟାନରେ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ବରା ଗୁଡିକ ରଖି ଅଳ୍ପ ଆଞ୍ଚରେ ସେକନ୍ତୁ ।

-ବରାର ୨ ପଟ ଅଳ୍ପ ଲାଲ୍ ହୋଇଗଲା ପରେ ଏକ ପାତ୍ରକୁ କାଢି ନିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ପନିର-ବାଦାମ ଟିକ୍କି’ । ଏହି ସ୍ନାକ୍ସ ରେସିପିଟିକୁ ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।