• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦେଶୀ ଉପାୟରେ ବନାନ୍ତୁ ‘ନଡ଼ିଆ କୋରାଦିଆ ମାଛ ଆମ୍ବିଳ’

     

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ମାଛକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ମାଛର ଦେଶୀ ରେସିପି ଗୁଡିକ ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ତେବେ ଆମେ ଆପଣ ମାନଙ୍କୁ ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ କୋରାଦିଆ ମାଛ ଆମ୍ବିଳ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ନଡ଼ିଆ କୋରାଦିଆ ମାଛ ଆମ୍ବିଳ’ ବନେଇବା ପାଇଁ ସାମଗ୍ରୀ:

ମାଛ-୫୦୦ ଗ୍ରାମ, ନଡ଼ିଆ କୋରା-୧କପ୍ ,ଦରଦରା ବଟା ହୋଇଥିବା ସୋରିଷ, ଅଦା ଓ ରସୁଣ ପେଷ୍ଟ, ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ପାନମଧୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା, ତେନ୍ତୁଳି ରସ, ନଡ଼ିଆ କୋରା ଓ ଗୁଡ଼।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମାଛ ପିସ୍ ଗୁଡିକୁ ଭଲଭାବେ ଧୋଇ ଲୁଣ ଓ ହଳଦୀ ଓ ଅଳ୍ପ ସୋରିଷ ତେଲ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ମାଛ ପିସ୍ ଗୁଡିକ ତେଲରେ ଭାଜି ଏକ ପାତ୍ରରେ ରଖି ଦିଅନ୍ତୁ ।
  • ଏହାପରେ ଆଉ ଏକ କଡେଇରେ ତେଲ ଗରମ କରନ୍ତୁ, ସେଥିରେ ଶୁଖିଲା ଲଙ୍କା,ଜିରା,ହେଙ୍ଗୁ ମେଥି,ପାନମଧୁରୀ ଓ ଭୃସଙ୍ଗ ପତ୍ର ପକାନ୍ତୁ ।
  • ଏହାପରେ ସେଥିରେ ଦରଦରା ବଟା ହୋଇଥିବା ସୋରିଷ, ଅଦା ଓ ରସୁଣ ପେଷ୍ଟ ଓ ତେନ୍ତୁଳି ରସକୁ ପକାଇ ମିଶ୍ରଣକୁ ଭଲଭାବେ ଫୁଟାନ୍ତୁ ।
  • କଡ଼େଇରେ ପାଣି କିଛି ସମୟ ଫୁଟିବା ପରେ ସେଥିରେ ହଳଦୀ ଗୁଣ୍ଡ,ନଡିଆ କୋରା ଓ ଅଳ୍ପ ଲୁଣ ପକାଇ ପାଞ୍ଚରୁ ଦଶ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ।
  • ଏହାପରେ କଡ଼େଇରୁ ଘୋଡ଼ଣୀ ବାହାର କରି ଗୁଡ଼ ଓ ଲଙ୍କାଗୁଣ୍ଡ ପକାଇ କିଛି ସମୟ ଫୁଟାନ୍ତୁ ।
  • ଏହାପରେ ଆଗରୁ ଭଜା ହୋଇଥିବା ମାଛକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲି ବନ୍ଦ କରି ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ନଡ଼ିଆ କୋରାଦିଆ ମାଛ ଆମ୍ବିଳ’ । ଏହି ରେସିପିଟିକୁ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ଦେଶୀ ‘ନଡ଼ିଆ କୋରାଦିଆ ମାଛ ଆମ୍ବିଳ’ ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।