• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ବାଜା ବାଣ ବାଜିଲା, ଯୋଡି ମହୁରୀ ବି ବାଜିଲା । ହିନ୍ଦୁ ଧର୍ମର ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ବାହାଘର । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏ ବାହାଘର କୌଣସି ମଣିଷଙ୍କର ନୁହେଁ । ଗଛ ସହିତ ଗଛର ବିବାହ । ବରଗଛ ସହିତ ଓସ୍ତଗଛର ନିଆରା ବିବାହ ହୋଇଛି । କେହି କେହି ଆଗରୁ ଦେଖିଥିବେ ଏପରି ବିବାହ । ହୋମ ନିଆଁ ଜଳିବା ସହ ବ୍ରାହ୍ମଣ ମନ୍ତ୍ରପାଠ ମଧ୍ୟ କରିଛନ୍ତି । ବୈଦିକ ରୀତିନୀତି ଅନୁଯାୟୀ ବାହାଘର ହୋଇଛି । ପରିବେଶ ସୁରକ୍ଷା ଦେବା ନିମନ୍ତେ ଏପରି ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ବୃକ୍ଷ ହିଁ ଜୀବନ ଏହି ସଚେତନତା ବାର୍ତ୍ତା ଲୋକ ମାନଙ୍କୁ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଛି ବରଗଛ ସହିତ ଓସ୍ତଗଛର ବିବାହ । କଟକ ଜିଲ୍ଲା ଚୌଦ୍ୱାର କୁଜିବରସ୍ଥିତ ହନୁମାନ ମନ୍ଦିର ନିକଟରେ ରୋଟାରୀ କ୍ଲବ୍ କଟକ ଅଭିନବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଏହି କର୍ଯ୍ୟକ୍ରମ । ତେବେ ଏହିଭଳି ନିଆରା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଅଂଚଳର ଅନେକ ଲୋକ ଉପସ୍ଥିତ ଥିଲେ । ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା ।

ତେବେ ସଚେତନତା ବାର୍ତ୍ତାକୁ ହୃଦୟଙ୍ଗମ କରି ଦେଖଣାହାରୀ ବୃକ୍ଷ ରୋପଣ କରିଛନ୍ତି । ଏହି ଅବସରରେ ଗ୍ରାମର ୩୫ଜଣ ଯୁବକ ଯୁବତୀଙ୍କୁ ନେଇ ରୋଟାରୀ କମ୍ୟୁନିଟି କ୍ରପସ୍ ଗଠନ କରାଯାଇ ପ୍ରମାଣପତ୍ର ଏବଂ ରୋଟାରୀ ପରିଚୟପତ୍ର ବଂଟନ କରାଯାଇଛି । ରୋଟାରୀ ଜିଲା ଗଭର୍ଣ୍ଣର ଶାନ୍ତନୁ ପାଣି, ଝରଣା ପାଣି, ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।