• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପଦବୀ ନିମନ୍ତେ ଆବେଦନକୁ ନିଃଶୁଳ୍କ ରଖାଯାଇଛି 

ନୂଆଦିଲ୍ଲୀ: ଭାରତୀୟ ନୌସେନା(Indian Navy) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ନୌସେନା ବାହିନୀରେ ଖାଲି ପଡ଼ିଛି ପଦବୀ । ଭାରତୀୟ ନୌସେନା ୩୦୦ ସେଲର ପଦବୀ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଏହି ପଦବୀ ପାଇଁ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ମାନେ ୨୯ ଅକ୍ଟୋବର ୨୦୨୧ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରି ପାରିବେ । ଏନେଇ ନୌସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨ ତାରିଖ ରଖା ଯାଇଛି । ଯୋଗ୍ୟ ପ୍ରାର୍ଥୀ ମାନଙ୍କର ଚୟନ ଅନଲାଇନ ପରୀକ୍ଷା ଓ ଶାରୀରିକ ପରୀକ୍ଷା ଅନୁସାରେ କରାଯିବ ।

ପଦବୀ ପାଇଁ ଯୋଗ୍ୟତା:

ଭାରତୀୟ ନୌସେନାରେ ସେଲର ପଦବୀରେ ଭର୍ତ୍ତି ପାଇଁ ଆଶାୟୀମାନେ ବୋର୍ଡରୁ ଦଶମ ପରୀକ୍ଷା ପାସ୍‌ କରିଥିବା ଦରକାର । ଆଶାୟୀ ପ୍ରାର୍ଥୀ ମାନଙ୍କର ବୟସ ସୀମା ଅର୍ଥାତ୍‌ ସେମାନଙ୍କ ଜନ୍ମ ୨୦୦୨ ଏପ୍ରିଲ ୧ରୁ ୨୦୦୫ ମାର୍ଚ୍ଚ ୩୧ ଭିତରେ ହୋଇଥିବା ଦରକାର । ଏହି ପଦବୀ ନିମନ୍ତେ ସମସ୍ତ ବର୍ଗଙ୍କ ପାଇଁ ଆବେଦନକୁ ନିଃଶୁଳ୍କ ରଖାଯାଇଛି ।

ଭାରତୀୟ ନୌସେନା ଭର୍ତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ ଗୁଡିକ ହେଲା...

  • ଅନଲାଇନ ଆବେଦନର ଆରମ୍ଭ ତାରିଖ-୨୯ ଅକ୍ଟୋବର, ୨୦୨୧
  • ଅନଲାଇନ ଆବେଦନର ଶେଷ ତାରିଖ-୨ ନଭେମ୍ବର, ୨୦୨୧
  • ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଟ୍ରେନିଂ ଆରମ୍ଭ-ଏପ୍ରିଲ ୨୦୨୨

କିପରି କରିବେ ଆବେଦନ:

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ ପେଜ୍ joinindiannavy.gov.inରେ ଅନଲାଇନରେ ଆବେଦନ କରିପାରିବେ । ଯଦି ଆପଣଙ୍କର ପଞ୍ଜୀକୃତ ହୋଇନଥାଏ, ତେବେ ଆପଣଙ୍କର ଇମେଲ୍ ଆଇଡି ସହିତ ନିଜକୁ ପଞ୍ଜିକରଣ କରନ୍ତୁ ।

  • ପ୍ରଥମେ ପଞ୍ଜୀକୃତ ଇମେଲ ସହିତ ଲଗ୍ ଇନ୍ କରନ୍ତୁ ଏବଂ ‘ସାମ୍ପ୍ରତିକ ସୁଯୋଗ ବା କରେଣ୍ଟ ଅପରଚୁନିଟି’ ଉପରେ କ୍ଲିକ୍ କରନ୍ତୁ ।
  • ଏହାପରେ‘ପ୍ରୟୋଗ ବା ଆପ୍ଲାଏ’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
  • ଏହାପରେ ଫର୍ମଟିକୁ ଭଲ ଭାବେ ପୁରଣ କରନ୍ତୁ ।
  • ସବ୍ ମିଟ୍ ବା‘ଦାଖଲ’ ବଟନ୍ କ୍ଲିକ୍ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ସମସ୍ତ ବିବରଣୀ ସଠିକ୍ ଅଛି କି ନାହିଁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡିକ ମୂଳରେ ସ୍କାନ୍ ହୋଇଛି ଏବଂ ସଠିକ୍ ଭାବରେ ଅପଲୋଡ୍ ହୋଇଛି କି ନାହିଁ ।