• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସ୍କୁବା ଡାଇଭିଂର ଫଟୋକୁ ସେୟାର କଲେ ପ୍ରିୟଙ୍କା

ସ୍ପେନ୍: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍କୁବା ଡାଇଭିଂ ନିଶା । ଏବେ ସେ ନିଜ ଷ୍ଟ୍ରେସ୍ କୁ ଦୂର କରିବା ପାଇଁ  ସ୍କୁବା ଡାଇଭିଂ କରୁଥିବା ନଜର ଆସିଛନ୍ତି । ପ୍ରିୟଙ୍କା ଚୋପ୍ରା ଏବେ ସ୍ପେନରେ ସମୟ ବିତାଉଛନ୍ତି । ୱେବ ସିରିଜ ‘ସିଟାଡେଲ’ର ସୁଟିଂରେ ବ୍ୟସ୍ତ ଥିବାବେଳେ ସେଥିରୁ ସମୟ କାଢି ପ୍ରିୟଙ୍କା ସ୍କୁବା ଡାଇଭିଂ କରିଛନ୍ତି ।

ତେବେ ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟରେ ସ୍କୁବା ଡାଇଭିଂର ଫଟୋକୁ ସେୟାର କରିଛନ୍ତି । ପ୍ରିୟଙ୍କା ଏହି ଫଟୋକୁ ସେୟାର କରି କ୍ୟପସନରେ ଲେଖିଛନ୍ତି ଯେ ଏମିତି କିଛି ଦିନ ଅଛି ଯେତେବେଳେ ଚାପକୁ ନୀରବ କରିବା ଆବଶ୍ୟକ ଅଟେ । ଏହାଛଡ଼ା ସେ ଲେଖିଛନ୍ତି ଯେ ପାଣି ଭିତରେ ଈଶ୍ୱର ସୃଷ୍ଟି କରିଥିବା ପ୍ରକୃତି ଦେଖିବା ଠାରୁ ଆଉ କ’ଣ ବା ଭଲ ହୋଇପାରେ । ତେବେ ପ୍ରିୟଙ୍କାଙ୍କ ଏହି ଫଟୋରୁ ଜଣାପଡୁଛି ଯେ ସେ ସ୍କୁବା ଡାଇଭିଂ କରି ବହୁତ ଖୁସି ଅନୁଭବ କରୁଛନ୍ତି । ଏହି ଫଟୋରେ ପ୍ରିୟଙ୍କାଙ୍କ ସହିତ ୱେବ୍ ସିରିଜ୍ 'ସିଟାଡେଲ' ଟିମ୍‌ ମଧ୍ୟ ଦେଖିବାକୁ ମିଳିଛି । ସିଟାଡେଲ ଟିମ୍‌ ନିଜ ପାର୍ଟିରେ ମୋତେ ସାମିଲ କରିଥିବାରୁ ମୁଁ ନିଜକୁ ବହୁତ ଗୌରାବନ୍ଵିତ କରୁଛି ବୋଲି ମଧ୍ୟ ପ୍ରିୟଙ୍କା ଲେଖିଛନ୍ତି ।

ନିଜର ବ୍ୟସ୍ତ ଓ ଚାପମୟ ଜୀବନର ସୁଟିଂ ମଧ୍ୟରେ କିଛି ସମୟ କାଢି ପ୍ରିୟଙ୍କା ସ୍କୁବା ଡାଇଭିଂ କରିଛନ୍ତି । କିଛି ଦିନ ଆଗରୁ ପ୍ରିୟଙ୍କାଙ୍କୁ ତାଙ୍କ ମାଆଙ୍କ ସହ ବୁଲି ସମୟ ବିତେଇବାର ଦେଖିବାକୁ ମିଳିଥିଲା । ଏବେ ପ୍ରିୟଙ୍କା ସ୍ପେନ୍ ରେ ତାଙ୍କର ୱେବ୍ ସିରିଜ୍ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ଫିଲ୍ମ  ‘The Matrix Resurrections’ରେ ଅଭିନେତା କିନୁ ରିଭ୍ସଙ୍କ ସହ ନଜର ଆସିବେ । ଏହା ସହ ବଲିଉଡ ଫିଲ୍ମ ‘ଜି ଲେ ଜାରା’ରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ନଜର ଆସିବେ ପ୍ରିୟଙ୍କା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଫରହାନ ଅଖତର । ଏହାଛଡ଼ା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭଭୟ ବଲିଉଡ ଓ ହଲିଉଡରେ ଅଭିନୟର ଜଲୱା ଦେଖାଇଛନ୍ତି ।