• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନୂଆଦିଲ୍ଲୀ : ‘ଦ କପିଲ ଶର୍ମା ଶୋ’ର ଜଣେ ମୁଖ୍ୟ କଳାକାର ହେଲେ କୃଷ୍ଣା ଅଭିଷେକ। ଶୋ’ରେ ଯଦି କୃଷ୍ଣାଙ୍କ ଦେଖା ନ ମିଳେ ତେବେ ଶୋ’ ଅଧୁରା ରହିଯାଏ। କିନ୍ତୁ ପୂର୍ବରୁ ଏକ ଏପିଶୋଡ୍‌ରେ କୃଷ୍ଣାଙ୍କୁ ଦେଖିବାକୁ ମିଳି ନ ଥିଲା। କାରଣ ଏହି ଶୋ’ରେ ତାଙ୍କ ମାମୁ ଗୋବିନ୍ଦା ଓ ମାଇଁ ସୁନୀତା ଆହୁଜା ମୁଖ୍ୟ ଅତିଥିଭାବେ ସାମିଲ ହୋଇଥିଲେ। ଗତ କିଛି ଦିନ ହେବ କୃଷ୍ଣା ଓ ଗୋବିନ୍ଦାଙ୍କ ସମ୍ପର୍କ ଏତେ ବିଗିଡି ଯାଇଛି ଯେ ଉଭୟ ସର୍ବସମ୍ମୁଖରେ ଜଣେ ଅନ୍ୟ ଜଣକୁ ସାମ୍ନା ସାମ୍ନି ହେବାକୁ ନାପସନ୍ଦ କରୁଛନ୍ତି। ଏହି ପରିସ୍ଥିତି ଠିକ୍ ହେବା ନେଇ କୃଷ୍ଣା ପ୍ରାର୍ଥନା କରୁଥିଲେ ବି ଏହାର କୌଣସି ସମାଧାନ ବାହାରି ପାରିନି। ତେବେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଛି, ଏ ସଂପର୍କରେ ଫାଟ ଦେଖାଦେବାର କାରଣ କ’ଣ?

Krushna-Govindaକୃଷ୍ଣା-ଗୋବିନ୍ଦା

ଗୋବିନ୍ଦା ଥରେ ଗୋଟିଏ ଶୋ’ରେ ଅତିଥି ହୋଇ ପହଞ୍ଚିଥିଲେ ଯେଉଁଥିରେ କୃଷ୍ଣା କାମ କରୁଥିଲେ। କମେଡିଆନଙ୍କ ପତ୍ନୀ କଶ୍ମୀରା ଶାହା ଟ୍ୱିଟ୍ କରି କହିଥିଲେ ଯେ, ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଟଙ୍କା ପାଇଁ ଡ୍ୟାନ୍ସ କରୁଛନ୍ତି। ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କୁ କଶ୍ମୀରାଙ୍କ ଏହି କଥା ବାଧିଥିଲା। ତାଙ୍କୁ ଲାଗିଥିଲା ଯେ କଶ୍ମୀରା ଏହି କଥା ଗୋବିନ୍ଦାଙ୍କ ଉଦ୍ଦେଶ୍ୟରେ କହିଥିଲେ। ମାମୁ-ମାଇଁ ଅସନ୍ତୁଷ୍ଟ ହେବା ଦେଖି ନିଜ ପତ୍ନୀଙ୍କ ଏହି ଭୁଲ୍ ପାଇଁ କୃଷ୍ଣା ସେମାନଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ହେଲେ କଶ୍ମୀରା ଶା୍ହା ତାଙ୍କ ଭୁଲ ମାନି ନ ଥିଲେ। ଓଲଟା ଜବାବ ଦେଇ ଟ୍ୱିଟ୍ ପରେ ଟ୍ୱିଟ୍ କରି ଚାଲିଥିଲେ।

Krushna-Govindaକୃଷ୍ଣା-ଗୋବିନ୍ଦା

ସୂଚନା ମୁତାବକ ଯେତେବେଳେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା, କୃଷ୍ଣାଙ୍କ ଯାଆଁଳା ପିଲାଙ୍କ ଜନ୍ମଦିନରେ ପାର୍ଟିରେ ସାମିଲ ନ ହେଲେ, ବିବାଦ ବଢିଲା। ସେତେବେଳେ ସୁନୀତା କହିଥିଲେ ଯେ ତାଙ୍କୁ ଜନ୍ମଦିନ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନ ଥିଲା। କିନ୍ତୁ କୃଷ୍ଣା ଏହାକୁ ସ୍ୱୀକାର କରି ନାହାନ୍ତି। କୃଷ୍ଣା କହିଛନ୍ତି ଯେ ସେ ମାମୁ-ମାଇଁଙ୍କୁ ଡାକିଛନ୍ତି। ସେମାନେ ଯେମିତି ଏହି ଉତ୍ସବରେ ଯୋଗ ନ ଦେବେ ସେନେଇ ଲଣ୍ଡନ ଟ୍ରିପ୍ ଯୋଜନା କରି ନେଇଥିଲେ।

Krushna-Govindaକୃଷ୍ଣା-ଗୋବିନ୍ଦା

କୃଷ୍ଣାଙ୍କ ଆହୁରି ଏକ ଅସନ୍ତୋଷ ଯେ ଯେତେବେଳେ ତାଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ସେତେବେଳେ ବି ଗୋବିନ୍ଦା ଦେଖିବା ନେଇ ସେଠାକୁ ଆସି ନ ଥିଲେ। କିନ୍ତୁ ଗୋବିନ୍ଦା କୁହନ୍ତି ଯେ ସେ ତାଙ୍କ ପୁଅକୁ ଦେଖିବା ନେଇ ଡାକ୍ତରଖାନା ଯାଇଥିଲେ। କିନ୍ତୁ ପୂର୍ବ ବର୍ଷ ନଭେମ୍ବରରେ ଯେତେବେଳେ ‘ଦ କପିଲ ଶର୍ମା ଶୋ’ରେ ଗୋବିନ୍ଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସେତେବେଳେ କୃଷ୍ଣା ଶୋ’ରେ ଅନୁପସ୍ଥିତ ଥିଲେ। ଏହି କାରଣରୁ ମାମୁ-ଭଣଜାଙ୍କ ଝଗଡା ଆହୁରି ବଢିଗଲା।