• translate
Rajalaxmi Sahoo

ଭୁବନେଶ୍ୱର: କୁଆଡ଼େ ଗଲେ ଭୁବନେଶ୍ୱରର ଡେଲିଭରି ବଏ ପତିତପାବନ ପୃଷ୍ଟି ? ଗତକାଲି ରାତିରୁ ନିଖୋଜ ଥିବା ପତିତପାବନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନି। କିଏ ତାଙ୍କୁ ଅପହରଣ କଲା ? କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଗଲା ? ନା ଏପଛରେ ରହିଛି ଅନ୍ୟ କିଛି କାରଣ ତାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି।

ଗତକାଲି ସନ୍ଧ୍ୟାରେ ଫୁଡ୍ ଡେଲିଭରି କରିବାକୁ ଯାଇଥିବା ପତିତପାବନ ରାତି ୧୦ଟା ୧୫ ମିନିଟ୍ ପରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। କିଛି ବ୍ୟକ୍ତି ତାଙ୍କୁ ସାମନ୍ତରାପୁର ଛକରେ ପିଛା କରୁଥିଲେ। ଏସମ୍ପର୍କରେ ସେ ସ୍ତ୍ରୀଙ୍କୁ ଜଣାଇଥିଲେ। ଗାଡ଼ି ଖରାପ ହୋଇଯାଇଥିବାରୁ ସେ ଆସି ପାରିନଥିବା ବି ସ୍ତ୍ରୀଙ୍କୁ କହିଥିଲେ। ହେଲେ ସେତେବେଳୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ଜଣାପଡ଼ିନି।

ଅପହୃତ ହେବା ପରେ ସ୍ତ୍ରୀଙ୍କ ପାଖକୁ ପତିତପାବନ ଏକ ଭଏସ୍ ମେସେଜ୍ ପଠାଇଥିଲେ। ଏହି ଭଏସ୍‌ ମେସେଜ୍‌ରେ ସେ କହିଥିଲେ, ‘ଧନ, ଭାଇକୁ କହ ଏଠି ଆସିବ। କିଛି ଲୋକ ଛୁରୀ ଭୁସି ଦେଇଛନ୍ତି...ଉତ୍ତରାରେ। ଡାଲା ଅଟୋରେ ଟେକି ନେଇ ଯାଇଛନ୍ତି। ନୂଆଗାଁ ବ୍ରିଜ୍‌ ପଟେ ଅଛି। ମରିବି କି ବଞ୍ଚିବି ଜାଣିନି। ଭାଇକୁ କହ ଏହି ଜାଗାକୁ ଆସିବ। ମୁଁ ଅଟୋରେ ଶୋଇଛି। ମୋ ଫୋନ୍‌ ନେଇଗଲେ। ମୋ ପଇସା, ଗାଡ଼ି, ପ୍ୟାଣ୍ଟ-ଶର୍ଟ ଚିରିକି ଫୋପାଡ଼ି ଦେଇଛନ୍ତି’।

ଘଟଣାକୁ ନେଇ ପତିତପାବନଙ୍କ ସ୍ତ୍ରୀ କହିଛନ୍ତି, ‘ରାତି ୧୦ଟା ୧୫ରେ ମୋ ପାଖକୁ ଭଏସ୍‌ ମେସେଜ ଆସିଥିଲା। ହେଲେ ମୁଁ ଦେଖି ନଥିଲି। ରାତି ୨ଟାରେ ମେସେଜ ଦେଖିଲି। ଏହାପରେ ସାଙ୍ଗେସାଙ୍ଗେ ଅମା ଯେଉଁଠି ତାଙ୍କ ଗାଡ଼ି ଖରାପ ହୋଇଥିଲା ସେଠି ବହୁ ଖୋଜାଖୋଜି କରିଥିଲୁ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଏହାପରେ ଆମେ ଥାନାକୁ ଯାଇଥିଲୁ।’ 

 

ଆଜି ପୋଲିସ୍ ପତିତପାବନଙ୍କୁ ଖୋଜାଖୋଜି କରିବା ପରେ ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରେ ଅପହୃତ ପତିତପାବନଙ୍କ ଚପଲ, ଗଞ୍ଜି, ବ୍ୟାଗ, ପାଣି ବୋତଲ ଓ ଏକ ଛୁରୀ ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ପୋଲିସ୍ ଖୋଳତାଡ଼ କରୁଛି।  

Other Stories

  • PCR van
    Crime ଗାଁ ଦାଣ୍ଡରେ ବାପାର ବେକକୁ ଚୋଟ ମାରିଲା ପୁଅ !

    ବାପା ପଡ଼ିଯିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅ। ପୁଅର ଏପରି ରୂପ ଦେଖି ପାଖକୁ ଯିବାକୁ ସମସ୍ତେ ଭୟ କରିଥିଲେ। ଶେଷରେ ଛଟପଟ ହୋଇ ବାପାର ଜୀବନ ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

  • Puri Shree Mandir
    Crime କାଳିଆ ଦୁଆରେ ମିଛ କହି ବନ୍ଧା ହେଲେ ୧୨

    ଗିରଫ ଦୁଇ ଶ୍ରଦ୍ଧାଳୁଙ୍କ ଭିତରେ ୨ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲାର ଅଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ପୁରୀ ଅଞ୍ଚଳର ୭ ଜଣ ବ୍ୟକ୍ତି ଅଛନ୍ତି। ସେମାନଙ୍କ ଭିତରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ...

  • Bjp Leader Murdered
    Crime ତଣ୍ଟି ଚିପି ବିଜେପି ନେତାଙ୍କୁ ହତ୍ୟା ! ଘରୁ ମିଳିଲା ମୃତଦେହ

    ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମରଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ଭିତରୁ ତାଙ୍କର ମୃତଦେହ ମିଳିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ...

  • Kandarpur PS
    Crime ଅଶାନ୍ତ କନ୍ଦରପୁର: ଫୁଟୁଛି ଗୁଳି, ଚାଲୁଛି କଟୁରୀ!

    କମିଶନରେଟ ପୋଲିସ ଅଧିନରେ ରହିଛି କନ୍ଦରପୁର ଥାନା । କଟକ ସହର ଭିତରେ ଅପରାଧ କିଛିଟା କମିଥିଲେ ମଧ୍ୟ କନ୍ଦରପୁରରେ ଆପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି