• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଆସୁଛି ଜବ୍ ୱେ ମେଟ୍’ର ଦ୍ୱିତୀୟ ଭାଗ

ବଲିଉଡ  ଫିଲ୍ମ ‘ଜବ ୱି ମେଟ’ ସେହି ସମୟରେ ବହୁତ ସଫଳତା ସାଉଁଟିଥିଲା । ତେବେ ଦର୍ଶକଙ୍କ ପାଇଁ ଖୁସି ଖବର ,କାହିଁକି ନା ‘ଜବ୍ ୱେ ମେଟ୍’ର ଦ୍ୱିତୀୟ ଭାଗ ତିଆରି ହେବାକୁ ଯାଉଛି । ଫିଲ୍ମରେ ଏଥର କରୀନାଙ୍କ ବଦଳରେ ଏହି ଫିଲ୍ମରେ ଅଭିନେତ୍ରୀ କରିସ୍ମା କପୁର ଦେଖିବାକୁ ମିଳିବ। ତେବେ କରିସ୍ମା ଏହି ଖବର ସୋସିଆଲ ମିଡିଆରେ ନିଜେ ଜଣାଇଛନ୍ତି । ଏହା ସହିତ କରିସ୍ମା ବହୁତ ଦିନ ପରେ ବଡ଼ ପରଦାରେ ନଜର ଆସୁଛନ୍ତି ।

ସୂଚନା ଅନୁସାରେ ଫିଲ୍ମ ‘ଜବ ୱି ମେଟ’ର ଦ୍ୱିତୀୟ ଭାଗ ନିର୍ମାଣ ହେବ । ଏହି ଫିଲ୍ମରେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ଦେଖିବାକୁ ମିଳିବ । ଏନେଇ କରିସ୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି । ଭିଡିଓରେ ଦେଖାଯାଉଛି ଯେ କରିସ୍ମା ଡ୍ରେସିଂ ଟେବୁଲ ସାମ୍ନାରେ ବସିଛନ୍ତି ଏବଂ ଅଇନା ଦେଖି ଫୋନ୍‌ରେ କଥା ହେଉଛନ୍ତି। ତେବେ ଭିଡିଓରେ ଫୋନରେ ସେ ନିଜ ସାନ ଭଉଣୀ କରୀନା କପୁରଙ୍କ ସହିତ କଥା ହେଉଥିବାର ନଜର ଆସୁଛନ୍ତି । କରିସ୍ମା ନିଜ ଅଫିସିଆଲ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି।

ଏହା ସହିତ ଭିଡିଓରେ କରିସ୍ମା ଫିଲ୍ମ ‘ଜବ ଓ୍ଵି ମେଟ୍‌’ର ଟ୍ରେନରେ କରୀନା ପିନ୍ଧିଥିବା ହ୍ଵାଇଟ୍‌ ରଙ୍ଗର ଟି-ଶାର୍ଟ ପିନ୍ଧିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ଫୋନ୍‌ରେ କରୀନାଙ୍କୁ କରିସ୍ମା କହୁଛନ୍ତି ଯେ ‘ତୁମକୁ ବିଶ୍ୱାସ ହେବ ନାହିଁ, ମୁଁ ଜବ ଓ୍ଵି ମେଟ୍‌ କରିବାକୁ ଯାଉଛି। ଏହା ସହିତ ସେ କହିଛନ୍ତି ଯେ , ‘ଆଜିକାଲି ୯୦ ଦଶକର ଏତେ ଥ୍ରୋବ୍ୟାକ ହୋଇଯାଇଛି ଯେ ମୋତେ ସେହିଦିନର କଥା ଏବେ ମନେ ପଡୁଛି’ । କରିସ୍ମା ଯେମିତି ହିଁ ନିଜର କଥା ଶେଷ କରୁଛନ୍ତି, ସଙ୍ଗେ ସଙ୍ଗେ ପଛକୁ ବୁଲି ରାଗିରେ ଚାହୁଁଛନ୍ତି। ଏହାପରେ ସେ କହୁଛନ୍ତି, ‘କ’ଣ ତୁମେ ଏହାକୁ ରେକର୍ଡ କରୁଛ’ । ଏହାପରେ କ୍ୟାମେରା ବନ୍ଦ ହୋଇଯାଉଛି।

ଏବେ ସୋସିଆଲ ମିଡିଆରେ କରିସ୍ମା କପୁର ବହୁତ ସକ୍ରିୟ ରହୁଥିବାବେଳେ ଦିନକୁ ଦିନ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ କରିସ୍ମାଙ୍କୁ ବିଭିନ୍ନ ଟିଭି ସୋ ଓ ୱେବ୍ ସିରିଜରେ ଦେଖିବାକୁ ମିଳୁଛି ।