• translate
Pramod Behera

ମୁମ୍ବାଇ : ଶ୍ରୀଲଙ୍କାର ଭାଇରାଲ୍ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ସେ ମଧ୍ୟ ବିଗ୍ ବସ୍‌ ଶୋ’ରେ ନଜର ଆସିଥିଲେ। ତାଙ୍କର ଲୋକପ୍ରିୟ ଗୀତ ‘ମନିକେ ମାଗେ ହିତେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନେସ୍‌ନାଲ୍‌ ସେନ୍ସେଶନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କ ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇଗଲେଣି। ତାଙ୍କର ଏହି ଭାରତୀୟ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଯେ ୟୋହାନୀ ଖୁବ୍ ଶିଘ୍ର ବଲିଉଡ୍‌ରେ ସିଙ୍ଗିଗ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଗକୁ ଆସୁଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରର ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍’। ଏଥିରେ ୟୋହାନୀ ଗୀତ ଗାଉଥିବା ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ସିଙ୍ଗିଗ୍ ଡେବ୍ୟୁ କରିବେ।

Yohani will debut in bollywoodବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ

ଇନ୍ଦ୍ର କୁମାରରଙ୍କ ଏହି ଫିଲ୍ମରେ ଅନେକ୍ ଷ୍ଟାର ଦେଖିବାକୁ ମିଳିବେ। ଏହି ଫିଲ୍ମରେ ଅଜୟ ଦେବଗନ୍, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ସବୁଠାରୁ ବଡ କଥା ହେଲା ୟୋହାନୀ ଏହି ଫିଲ୍ମରେ ସେ ଗାଇଥିବା ‘ମନିକେ ମାଗେ ହିତେ’ ଗୀରର ହିନ୍ଦୀ ଭର୍ସନ ଗାଇବେ। ଏହି ଗୀତର ମ୍ୟୁଜିକ୍ ତନିଷ୍କ ବାଗ୍‌ଚୀ ଦେବେ।

ଏହି ଗୀତକୁ ରଶ୍ମୀ ବିରାଗ ଲେଖୁଥିବା ବେଳେ ଟି ସିରିଜ୍ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛି। ଏଥିରେ ୟୋହାନୀ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ତାଙ୍କୁ ହିନ୍ଦୀ ଗୀତ ଗାଇବାର ଦେଖିବା ନିହାତି ମଜାଦାର ହେବ। ଏ ବିଷୟରେ ନିଜେ ଇନ୍ଦ୍ର କୁମାର ସୂଚନା ଦେଇଛନ୍ତି। ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିବାରୁ ୟୋହାନୀ ମଧ୍ୟ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ବହୁତ ଖୁସି ଥିବା ନଜର ଆସନ୍ତି। ଖୁବ ଶିଘ୍ର ସେ ଗୀତ ରେକର୍ଡିଂ ଆରମ୍ଭ କରିବେ।

Yohani will debut in bollywoodବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ

ପ୍ରକାଶଥାଉ ଯେ ୟୋହାନୀ ଯେତେବେଳେ ସଲମାନ ଖାନଙ୍କ ସହ ବିଗ୍ ବସ୍‌ରେ ସାମିଲ୍ ହୋଇଥିଲେ ସେ ତାଙ୍କୁ ମଧ୍ୟ ‘ମନିକେ ମାଗେ ହିତେ’ ଗାଇବାକୁ ଅନୁରୋଧ କରିଥିଲେ। ଏହି ଗୀତକୁ ସଲମାନ ନିଜ ଢଙ୍ଗରେ ଗାଇଥିଲେ। ଅନ୍ୟପକ୍ଷରେ ୟୋହାନୀଙ୍କ ଏହି ଡେବ୍ୟୁ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍’ ଏକ କମେଡିଭିତିକ ଫିଲ୍ମ ହେବ। ଏହାର ଷ୍ଟାରକାଷ୍ଟ୍ ମଧ୍ୟ ବହୁତ ହୃଦୟସ୍ପର୍ଶୀ। ଫିଲ୍ମରେ ଅଜୟ ଦେବଗନ୍‌ଙ୍କ କମେଡୀ ବହୁତ ମଜାଦାର ହେବ। ତେବେ ଅଜୟ ଦେବଗନ ଦ୍ୱିତୀୟ ଥର ପାଇଁ ରକୁଲ୍ ପ୍ରୀତଙ୍କ ସହ ସ୍କ୍ରିନ୍ ଶେୟାର କରିବା ନେଇ ନଜର ଆସିବେ। ଏହା ପୂର୍ବରୁ ଉଭୟ ‘ଦେ ଦେ ପ୍ୟାର୍ ଦେ’ରେ ନଜର ଆସିଥିଲେ। ଏହି ଫିଲ୍ମକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ।

Other Stories

  • Snake Dream and Vastu
    Lifestyle ସ୍ୱପ୍ନରେ ସାପ ଆସୁଛି କି ? କଣ କହୁଛି ବାସ୍ତୁ

    ପ୍ରାୟତଃ ଆମେ ସ୍ୱପ୍ନରେ ମଣିଷ ଏବଂ ଅନେକ ଜିନିଷ ଦେଖିଥାଉ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହି ସ୍ୱପ୍ନଗୁଡ଼ିକ ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ସେହିଭଳି, ସ୍ୱପ୍ନରେ...

  • Mamita
    Crime ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର !

    ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ମହାଲିଙ୍ଗର ବୋଲି ସୂଚନା ମିଳିଛି। ନିର୍ମାଣାଧୀନ ଷ୍ଟାଡିୟମରୁ ମୃତଦେହ ମିଳିବା ଘଟଣାପରେ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ମୃତଦେହ ସହ ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର...

  • SALUJA
    Crime ମମିତା ମେହେର ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

    ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ଜୋର ଧରିଲା ରାଜନୀତି। ପୂରା ଘଟଣାର CBI ତଦନ୍ତ ଦାବି କଲା କଂଗ୍ରେସ। ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ...

  • ଆୟୁଷ ମହାପାତ୍ର ଓଲଟା ଆଙ୍କି ରେକର୍ଡ କରିଛନ୍ତି
    Miscellaneous ପାଞ୍ଚ ମିନିଟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ

    କେବଳ ଗଣେଷଙ୍କ ପ୍ରତିମୂର୍ତ୍ତି ନୁହେଁ ମହାତ୍ମାଗାନ୍ଧୀ, କଥକଲ୍ଲୀ ନୃତ୍ୟାଙ୍ଗନ, ମା ଦୁର୍ଗା ଆଦି ଚିତ୍ର ଓଲଟା ଭାବରେ ଅତି ନିଖୁଣ ଚିତ୍ରିତ କରିଛନ୍ତି। କୋଭିଡ ସମୟରେ ଲକଡାଉନ ଚାଲିଥିବାରୁ ଘରେ ରହି ପାଠ ପଢିବା ସହ କିଛି...