• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ

  • ଅନଲାଇନରେ ମଧ୍ୟ ହେବ ଆଡମିଶନ୍

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ ହେଉଛି । ଆଡମିଶନ ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ ରହିଛି । ସେହିପରି ଯେଉଁମାନେ ଚାହିଁବେ ଅନଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ । ବିଜ୍ଞାନରେ ୯୧.୩୩, କଳାରେ ୭୯.୩ ଓ ବାଣିଜ୍ୟରେ ୮୨ ପ୍ରତିଶତ କଟ୍ ଅଫ୍ ଯାଇଛି । ଆଡମିଶନ ପାଇଁ ମୋଟ୍ ୪ ଲକ୍ଷ ୩୫ ହଜାର ୯୨ ଜଣ ଆବେଦନ କରିଥିବାବେଳେ ପ୍ରଥମ କଟ୍ ଅଫରେ ୩ ଲକ୍ଷ ୮୬ ହଜାର ୪୬୪ ଜଣଙ୍କୁ ମନୋନୀତ କରାଯାଇଛି ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ଆସନ୍ତା ୨୭ରେ ଯୁକ୍ତ ଦୁଇ ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ । ଚଳିତବର୍ଷ ମାଟ୍ରିକରେ ରେକର୍ଡ ସଂଖ୍ୟକ ପାସ୍ ହାର ହୋଇଥିବାରୁ ଯୁକ୍ତ ଦୁଇରେ ୫୦ ହଜାର ସିଟ୍ ବଢାଇଛି ଗଣଶିକ୍ଷା ବିଭାଗ ।

ସେପଟେ ଗତକାଲିଠାରୁ ରାଜ୍ୟରେ ଯୁକ୍ତ ୩ ନାମଲେଖା ଆରମ୍ଭ ହୋଇଛି । ପ୍ରବଳ ବର୍ଷା ସତ୍ତ୍ୱେ କଲେଜ ଗୁଡିକରେ ଗତକାଲି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଯାଇ ଆବଶ୍ୟକ ଡକୁମେଣ୍ଟ ଦାଖଲ କରି ନା ମନ ପସନ୍ଦର କଲେଜରେ ବାଛିଛନ୍ତି । ପ୍ରବେଶ ସମୟରେ ସାନିଟାଇଜ୍ କରି ପିଲାଙ୍କୁ ଆଡମିଶନ ହଲକୁ ପଠାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମ ଲେଖା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଫଲାଇନ୍ କ୍ଲାସ୍ ଯଥାଶୀଘ୍ର ଖୋଲିବ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ।