• translate
Satyendu Shekher Mishra

News Highlights

  • ଔରାଙ୍ଗାବାଦରେ ପିଲାଙ୍କ ପାଇଁ ଖୋଲିଲା ମୋହଲ୍ଲା ଲାଇବ୍ରେରୀ ।

    ବସ୍ତି ଅଞ୍ଚଳରେ ଖୋଲିଲା ଲାଇବ୍ରେରୀ ।

    ଏଭଳି ଲାଇବ୍ରେରୀ ସ୍ଥାପନ କରିଛନ୍ତି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ।

ଔରାଙ୍ଗାବାଦ: ମହାରାଷ୍ଟ୍ର ଔରାଙ୍ଗାବାଦରେ ଏବେ ଛୋଟ ଛୋଟ ପିଲାଙ୍କ ପାଇଁ ଖୋଲାଯାଇଛି ମୋହଲ୍ଲା ଲାଇବ୍ରେରୀ । ବସ୍ତି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏସବୁ ଲାଇବ୍ରେରୀ ଖୋଲାଯାଇଛି । ବଡ କଥା ହେଉଛି ଏଭଳି ଲାଇବ୍ରେରୀ ସ୍ଥାପନ କରିଛନ୍ତି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ । ମୀର୍ଜା ମରିୟମ ନାମକ ଏହି ଛାତ୍ରୀ ଲକ୍‌ଡାଉନ୍‌ରେ ପିଲାଙ୍କୁ ପଢ଼ା ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି ଅଭିନବ ପାଠାଗାର ଖୋଲିଛନ୍ତି ।

ଏହି ଲାଇବ୍ରେରୀକୁ ସେ ଅବଦୁଲ କାଲାମ ପାଠାଗାରରେ ନାମିତ କରିଛନ୍ତି । ସହରରେ ଥିବା ୧୧ଟି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଏଭଳି ପାଠାଗାର ସ୍ଥାପନ କରିପାରିଛନ୍ତି । ବହୁ ଲୋକ ଏଥିରେ ପୁସ୍ତକ ଦାନ କରି ସହୟତାର ହାତ ବଢାଇଛନ୍ତି । ଏସବୁ ଲାଇବ୍ରେରୀରେ ଛୋଟ ଛୋଟ ପିଲାଙ୍କ ଭିଡ ଜମୁଛି । ଅଭିଭାବକ ମଧ୍ୟ ଏଭଳି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀର ଉଦ୍ୟମକୁ ପ୍ରସଂଶା କରିଛନ୍ତି । ଖାଲି ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ମଧ୍ୟ ଛାତ୍ରୀଙ୍କ ଏଭଳି ପ୍ରାୟସକୁ ସ୍ୱାଗତ କରିଛନ୍ତି । ଏଭଳି ଲାଇବ୍ରାରୀକୁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ପିଲାମାନଙ୍କର ପାଠ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Other Stories