• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୨୦୦ ଚୋରା ଗାଡ଼ି ଜବତ କଲା ସୁରଟ ପୋଲିସ ।

    ଭଡ଼ାରେ ନେଇ ବିକ୍ରି କରୁଥିଲା ଚୋର ।

    ସୁରଟରୁ ମହାରାଷ୍ଟ୍ର ଯାଏଁ ଲମ୍ବିଛି ଚେର ।

ସୁରଟ: ସୁରଟରେ ଗାଡ଼ି ଭଡ଼ାରେ ନେଇ ବିକ୍ରି କରୁଥିବା ଏକ ବଡ଼ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୋଲିସ୍ । ପ୍ରାୟ ୨୦୦ କାରକୁ ଜବତ କରାଯାଇ ସେଥିରୁ ୨୨ଟି କାରକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମ୍ ମାତ୍ର ୨୫ ଦିନରେ ୪ କୋଟି ୫୦ ଲକ୍ଷ ଟଙ୍କାର ୨୦୦ ଗାଡ଼ି ଜବତ କରିବା ସହ ଏକ ବଡ଼ ସଫଳତା ପାଇଛି । ଗାଡ଼ି ଗୁଡ଼ିକୁ ଟି.ଜି ସୋଲର୍ କମ୍ପାନୀ ନାଁରେ ଭଡ଼ାରେ ନେଇ ସେଗୁଡ଼ିକୁ ବିକ୍ରି କରି ଦିଆଯାଉଥିଥିବା ସୂଚନା ରହିଛି ।

ପୋଲିସ ଏତେ ସଂଖ୍ୟାରେ ଚୋରା ଗାଡ଼ି ଜବତ କରି ରଖିଛି ଯେ, ଦେଖିଲେ ଲାଗୁଛି ଯେମିତି ଏହା ଏକ ପୁରୁଣା ଗାଡ଼ି ସୋରୁମ୍‌ । ବିକ୍ରିପାଇଁ ସବୁ ରଖାଯାଇଛି । ଦଶ-କୋଡିଏ କି ପଚାଶ ନୁହେଁ ୨ଶହରୁ ଅଧିକ ଚୋରି ହୋଇଥିବା କାରକୁ ଜବତ କରିଛି ସୁରତ ପୋଲିସ । ଆଉ ସାମ୍ନାକୁ ଆସିଛି ଲୁଟ୍ ପଛର ଲୁଟେରାର ତରିକା । କାର୍ ମାଲିକଙ୍କୁ ଉଚ୍ଚ ଭଡ଼ାର ଲୋଭ ଦେଖାଇ ଭଡ଼ାରେ ନେଇ ବିକ୍ରି କରିଦେଉଥିଲା ଲୁଟେରା ।

ତେବେ ଏହି ସ୍ମାର୍ଟ କାର୍ ଚୋର ମଧ୍ୟ ଗିରଫ ହୋଇଛି । ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ରେଣ୍ଟ କାର୍ ଫ୍ରଡର ମାଷ୍ଟର ମାଇଣ୍ଡ । ୨୨ ଜଣ କାର୍ ମାଲିକଙ୍କୁ ଚୁନ ଲଗାଇ ଆଖ ପାଖ ସହର ସମେତ ପଡ଼ୋଶୀ ରାଜ୍ୟକୁ ଚାଲାଣ କରୁଥିଲା ଲୁଟ୍ କରିଥିବା କାର୍ । ଆଉ କମାଉଥିଲା ଲକ୍ଷ ଲକ୍ଷ ଟଙ୍କା । ଏବେ କିନ୍ତୁ ପୋଲିସ ପଞ୍ଝାରେ ଲୁଟେରା । ଲଗାତାର୍ ଭଡ଼ାରେ ନେଇ କାର୍ ଲୁଟ ହେଉଥିବା ଅଭିଯୋଗ ପରେ ଆକ୍ସନ ମୋଡ୍‌କୁ ଆସିଥିଲା ସୁରତ ପୋଲିସ ।

ସୁରତ ଇକୋନମିକ୍ ସେଲ୍ ଏବଂ ଏସଓଜିର ମିଳିତ ଟିମ୍ ୨୫ ଦିନରେ ୪ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ୨ଶହ କାର୍ ଜବତ କରିବାରେ ସଫଳ ହୋଇଛନ୍ତି । ଜବତ ୨ଶହ କାର୍ ମଧ୍ୟରୁ ୨୨ଟିକୁ ଏହାର ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି । ବାକି କାର୍ ଗୁଡ଼ିକୁ କୋର୍ଟଙ୍କ ନିର୍ଦ୍ଦେଶାନାମାନୁସାର ହସ୍ତାନ୍ତର କରାଯିବ ।

ଲୁଟେରାର ଟାର୍ଗେଟରେ ଥିଲା ଛୋଟ ଛୋଟ ଟ୍ରାଭେଲ୍ ଏଜେନ୍ସି । ଏହା ସହ ଭଡ଼ାରେ କାର୍ ଦେଉଥିବା ବ୍ୟକ୍ତି । ଟିଜି ସୋଲାର କମ୍ପାନୀ ନାଁରେ ଲୋକଙ୍କ ଠାରୁ ଭଡ଼ାରେ କାର୍ ନେଉଥିଲା ଏହି ଲୁଟେରା । ଗୁଜରାଟ ଏବଂ ମହାରାଷ୍ଟ୍ରରୁ ଉଦ୍ଧାର ହୋଇଛି ଏହି ସବୁ କାର୍ ।