• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: T20 World Cup

India Team World Cup
T20 World Cup: ନିରାଶ ! ଜିତିଗଲା ନ୍ୟୁଜିଲ୍ୟାଣ୍ଡ, ବିଦା ହେଲା ଭାରତ..

ଆଫଗାନିସ୍ତାନଠାରୁ ୮ ଓ୍ୱିକେଟରେ ବିଜୟ ହୋଇଛି କିୱି ଦଳ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଏପଟେ ନ୍ୟୁଜିଲାଣ୍ଡର ବିଜୟ ପରେ ଶେଷ ହୋଇଛି ଭାରତର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆଶା ।

Team India
T20 World Cup: ଟିମ୍‌ ଇଣ୍ଡିଆର ଭାଗ୍ୟକୁ ନେଇ ଅଜବ ଉତ୍ତର ଦେଲେ ଜାଡେଜା

ନ୍ୟୁଜିଲ୍ୟାଣ୍ଡ୍‌-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍‌କୁ ଯିବାର ରାସ୍ତା ସଫା ହୋଇ ଯିବ।

T20 World Cup
ଟିମ୍‌ ଇଣ୍ଡିଆର ରାସ୍ତା କ୍ଲିୟର କରିବ ଆଫଗାନିସ୍ତାନ ନା ଭାରତର ଅଭିଯାନ ଶେଷ ହେବ?

ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍‌ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।

Team India
T20 World Cup: ଏମିତି ହେଲେ ଭାରତ ଯିବ ସେମିଫାଇନାଲ୍‌କୁ...

ସେମିଫାଇନାଲ୍‌ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।

India vs Scotland
T20 World Cup: ମୁହାଁମୁହିଁ ହେବେ ଟିମ୍ ଇଣ୍ତିଆ ଓ ସ୍କଟଲାଣ୍ତ

ଟି-୨୦ ବିଶ୍ୱକପ୍‌ରେ ଆଜି ଟିମ ଇଣ୍ଡିଆ ସହ ମୁହାଁମୁହିଁ ହେବ ସ୍କଟଲ୍ୟାଣ୍ଡ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ । ପୂର୍ବମ୍ୟାଚରେ ଆଫଗାନିସ୍ତାନଠାରୁ ୬୬ ରନରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ମାତ ଦେବାକୁ ପଡ଼ଇାକୁ ଓହ୍ଲାଇବ ।

India-Afghanistan
ଫର୍ମକୁ ଫେରିଛି ଭାରତ, ଟି-୨୦ ବିଶ୍ୱକପ୍‌ରେ ଦଳର ପ୍ରଥମ ବିଜୟ

ଫର୍ମକୁ ଫେରିଛି ଭାରତ । ଆଫ୍‌ଗାନିସ୍ତାନ ବିରୋଧରେ ଦମ୍‌ଦାର ପ୍ରଦର୍ଶନ । ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଥମ ବିଜୟ । ଆଫ୍‌ଗାନିସ୍ତାକୁ ୬୬ ରନ୍‌ରେ ହରାଇଲା ଭାରତ ।

India vs Afghanistan
T20 World Cup: ଆତ୍ମସମ୍ମାନ ବଞ୍ଚାଇବା ପାଇଁ ଆଫଗାନିସ୍ତାନ ବିପକ୍ଷରେ ଜୋର ଲଗାଇବ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ବିରାଟ କୋହଲିଙ୍କ ଟିମ୍ ପାଇଁ ଆତ୍ମସମ୍ମାନର ମ୍ୟାଚ୍, କାରଣ ଟିମ୍ ଇଣ୍ତିଆ ପ୍ରଥମରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଏକ ପ୍ରକାର ସେମିଫାଇନାଲ ରେସ୍‌ରୁ ବାଦ୍ ପଡ଼ିଛି । କ୍ରିକେଟର ୩ଟି ଯାକ ଡିପାର୍ଟମେଣ୍ଟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତ ଦଳର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେବେ ଆଜିର ମ୍ୟାଚକୁ ମିଶାଇ ଆଉ ୩ଟି ମ୍ୟାଚ ଖେଳିବ ଭାରତ ଦଳ ।

Virat Kohli
T20 World Cup: ବିରାଟଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ସପୋର୍ଟ, ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା

ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ମଧ୍ୟ ମଇଦାନରେ ଚମତ୍କାର ପ୍ରଦର୍ଶନ କରୁଛି । ଦଳର ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦୁବାଇ ଇଣ୍ଟରନାସନାଲ ଷ୍ଟାଡୟମରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଦଳ ଜବରଦସ୍ତ ବିଜୟ ହାସଲ କରିଛି ।

Virat Kohli
T20 World Cup: ୨ଟି ପରାଜୟ ପରେ ବି ରହିଛି ଭାରତର ସେମିଫାଇନାଲ ଆଶା, ଜାଣନ୍ତୁ କ’ଣ କହୁଛି ଗଣିତ ?

ଦଳର ଲଗାତର ଦୁଇଟି ମ୍ୟାଚ୍‌ରେ ପରାଜୟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଭାରତକୁ କିଏ ସମବେଦନା ଜଣାଉଛି ତ କିଏ କହୁଛି ଭଗବାନ ହିଁ ଏବେ ସାହାଭରସା । କାରଣ ପୂର୍ବରୁ ଭାରତକୁ ହିଁ ବିଶ୍ୱକପ୍‌ର ଏକମାତ୍ର ଦାବିଦାର ବୋଲି କୁହାଯାଉଥିଲା ।

ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ
ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି। 

T20 World Cup | India To Take On New Zealand Today
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା

ଟି-୨୦ ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା । ଦୁଇ ଦଳ ପାଇଁ କର ବା ମର ମ୍ୟାଚ ହେବ ।

India vs New Zealand
T20 World Cup: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ଦମ୍‌ଦାର୍‌ ମ୍ୟାଚ୍‌

ଆଜି ଖେଳାଯିବ ଏକ ଦମ୍‌ଦାର୍‌ ମ୍ୟାଚ୍‌। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍‌ର ସେମିଫାଇନାଲ ପ୍ରବେଶ ଆଶା ରହିବ।

Afghanistan Vs Pakistan Match
ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରେସ୍‌ କନ୍‌ଫରେନ୍ସ ଛାଡ଼ି ପଳାଇଲେ ଆଫଗାନିସ୍ତାନ କ୍ୟାପ୍‌ଟେନ୍‌

ଆଫଗାନିସ୍ତାନରେ ତାଲିବାନ ଶାସନକୁ ସାରା ବିଶ୍ୱରେ ସମସ୍ତେ ଏହାକୁ ବିରୋଧ କରୁଥିବା ବେଳେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଥିଲା। ହେଲେ ଏବେ କ୍ରିକେଟ ପଡ଼ିଆରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଜଣେ ପାକ୍‌ ସାମ୍ବାଦିକ ପ୍ରେସ୍‌ କନ୍‌ଫରେନ୍ସ ଆଫଗାନିସ୍ତାନ ଅଧିନାୟକଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିଥିଲେ ଯାହାକୁ ନାପସନ୍ଦ କରିଥିଲେ ଆଫଗାନୀ ଅଧିନାୟକ।

Cricketer Mohammed Shami
ICUରେ ଥିଲା ଝିଅ, ତଥାପି ଦେଶ ପାଇଁ ମ୍ୟାଚ୍‌ ଖେଳୁଥିଲେ ଶାମି...କୋହଲି ବି ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ

ପାକିସ୍ତାନଠୁ ମ୍ୟାଚ୍‌ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍‌ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍‌ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି।

India-Pakistan
ପାକିସ୍ତାନକୁ ସମର୍ଥନ କଲେ, ଏବେ ଚାକିରିରୁ ବରଖାସ୍ତ ହେଲେ

ଭାରତ ହାରିଲା, ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଉ ପାକିସ୍ତାନ ଜିତିବାରୁ ଖୁସି ମନାଇଥିଲେ ସ୍କୁଲ। ଆଉ ଏବେ ଚାକିରିରୁ ବରଖାସ୍ତ ହେଲା। ରାଜସ୍ଥାନର ଜୟପୁରରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

T20 World Cup | Pakistan To Lock Horns With New Zealand Today
ଆଜି ପାକିସ୍ତାନକୁ ଭେଟିବ ନ୍ୟୁଜଲାଣ୍ଡ

T20 ବିଶ୍ୱକପ୍ ଲଢ଼େଇରେ ଆଜି ଆମ୍ନାସାମ୍ନା ହେବେ ଦୁଇ ଟାଇଟେଲ୍ ଦାବିଦାର ପାକିସ୍ତାନ ଓ ନ୍ୟୁଜଲାଣ୍ଡ । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱବହନ କରେ । ନିଜର ପ୍ରଥମ ମ୍ୟାଚ ରେ ଭାରତକୁ ହରାଇବା ପରେ ଏବେ ଫୁଲ୍ ଫର୍ମରେ ରହିଛି ପାକିସ୍ତାନ ଟିମ୍ ।

Virat Kohli
ବିରାଟଙ୍କ ଜବାବ- ‘ଯଦି କିଛି ବିବାଦ ଚାହୁଁଛ ସିଧାସଳଖ କୁହ...’

ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍‌ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Pakistan Won
ପାକିସ୍ତାନଠୁ ହାରିଲା ଭାରତ

କୋହଲି ଦମଦାର ଅର୍ଦ୍ଧଶତକ କରି ଉଭୟେ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ଆଣିଥିଲେ। କୋହଲିଙ୍କ ସହ ରବୀନ୍ଦ୍ର ଜାଡେଜା ୧୫ ଓଭରରେ ଦଳର ସ୍କୋର ଶହେ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ୧୫୨ ରନ୍ ଟାର୍ଗେଟକୁ ପିଛା କରି ପାକ୍ ଟିମ୍ ବିଜୟ ହାସଲ କରିଛି। 

Virat Kohli
ଇତିହାସ ସାକ୍ଷୀ; ପାକିସ୍ତାନ ବିରୋଧରେ ବିରାଟ୍‌ଙ୍କ ଜବରଦସ୍ତ ପ୍ରଦର୍ଶନ, ଏଥର ବି ଦେଖାଇବେ ଦମ୍‌

ଭାରତ-ପାକିସ୍ତାନ ଷଷ୍ଠ ଥର ପାଇଁ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ । ୫ ବର୍ଷ ପରେ ଏହି ଦୁଇ ଟିମ୍‌ ମଧ୍ୟରେ ଟି-ଟ୍ୱେଣ୍ଟି ମୁକାବିଲା ହେବାକୁ ଯାଉଛି । ୫ ବର୍ଷ ପୂର୍ବେ କୋଲକତାରେ ଭାରତ-ପାକ୍‌ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଦେଖିବାକୁ ମିଳିଥିଲା ।

IND-Pak
T20 World Cup: ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର, ହେଲେ ପାଣିପାଗ କଣ କହୁଛି ?

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ୍‌ ମୁକାବିଲା । ଏହା ଉପରେ ସାରା ବିଶ୍ୱର ନଜର । ଏମିତିକି ସଟ୍ଟା ବଜାରରେ ୧୦୦୦ କୋଟିରୁ ଅଧିକ ଟଙ୍କା ଲାଗିଛି ।

Dhoni
T20 World Cup: ଅଭ୍ୟାସ ବେଳେ କୋହଲିଙ୍କୁ ଗୁରୁମନ୍ତ୍ର ଦେଲେ ମେଣ୍ଟର ଏମ୍‌ଏସ୍‌ ଧୋନୀ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଗ୍ରହଣ କରାଯାଇଛି । ଆଉ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଟିମ୍‌ର ମେଣ୍ଟର ଧୋନୀ, ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଟ୍ୟୁସନ୍‌ କରିଥିବା ଦେଖାଯାଇଛି ।

T20 World Cup
ସୁପର୍ ସଣ୍ଡେରେ ସୁପର୍ ଫାଇଟ୍‌: ବାବର୍ ବ୍ରିଗେଡ୍‌କୁ ଟକ୍କର ଦେବ ବିରାଟ ବାହିନୀ

ସୁପର୍ ସଣ୍ଡେରେ ସୁପର୍ ଫାଇଟ୍। ଟି-୨୦ ବିଶ୍ୱକପ୍‌(T20 World Cup)ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର। କ୍ରିକେଟ୍ ମୈଦାନରେ ଜମିବ ହାଇଭୋଲ୍‌ଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ବାବର୍ ବ୍ରିଗେଡ୍‌କୁ ଟକ୍କର ଦେବ ବିରାଟ ବାହିନୀ। ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଉଭୟ ଦଳ। 

Zaheer Khan
ଏହି ବୋଲରମାନେ ବିଶ୍ୱକପ୍‌ରେ ଦୁର୍ଦ୍ଧର୍ଷ ବୋଲିଂ କରି ବିପକ୍ଷ ଦଳକୁ କରିଥିଲେ ଘାଇଲା

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆରମ୍ଭରୁ ଆଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିରୋଧରେ ଭାରତ ଜବରଦସ୍ତ ବିଜୟ । ଭାରତର ଏଭଳି ବିଜୟ ଦଳର ଆତ୍ମବିଶ୍ୱାସକୁ ବଳ ଯୋଗାଇଛି ।

India
T20 World Cup: ଭାରତକୁ କୌଣସି ବି ଟିମ୍‌ ନକ୍‌ଆଉଟ୍‌ କରିପାରିବ ଆଉଟ୍‌, ଭେଟରାନ୍‌ ଦେଲେ ବୟାନ୍‌

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ରେ ବିରାଟ ବାହିନୀ ପାକିସ୍ତାନ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବ । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି, ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତକୁ କୌଣସି ବି ଟିମ୍‌ ହରାଇପାରିବ ।

India-Pakistan
T20 World Cup: ସଟ୍ଟା ବଜାର ଗରମ; ଭାରତ-ପାକ୍‌ ମ୍ୟାଚ୍‌ରେ ୧୦୦୦ କୋଟିର ସଟ୍ଟା, ଅଣ୍ଡରୱାର୍ଲ୍ଡର ବି ନଜର

ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମଇଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ବିଶ୍ୱକପ୍‌ ଅଭିଯାନ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।