ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ର ହାତଥିବା କୁହାଯାଉଛି। ଏକ୍ସ-ର’ ଅଫିସର ଏନ୍କେ ସୁଦ୍ଙ୍କ କହିବା ଅନୁସାରେ, ଅଭିନେତା ସୁଶାନ୍ତ ସିଂଙ୍କୁ ପୂରା ପ୍ଲାନିଂରେ ମର୍ଡର କରାଯାଇଥିଲା ଓ ଏହା ପଛରେ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ର ହାତ ଅଛି। ଏକ ଭିଡିଓରେ ସୁଦ୍ କହିଛନ୍ତି, ସୁଶାନ୍ତଙ୍କ ଘରୋଇ ସହାୟକ ବ୍ୟତୀତ ତାଙ୍କ ସାଙ୍ଗ ସନ୍ଦୀପ ସିଂ ଓ ତାଙ୍କ(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ […]
ମୁମ୍ବାଇ: ହଠାତ୍ ପୁଅର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ବାପା କେକେ ସିଂ ସୁଶାନ୍ତଙ୍କୁ ନେଇ ଅନେକ କଥା ଖୁଲାସା କରିଛନ୍ତି। ଏକ ୱେବ୍ସାଇଟ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ପୂର୍ବରୁ ସେ(ସୁଶାନ୍ତ) ସବୁ କଥା କହୁଥିଲା। ହେଲେ ଶେଷରେ କ’ଣ ହେଲା କେଜାଣି, ସେ କିଛି ଆଉ କହିଲା ନାହିଁ। ଭଗବାନଙ୍କ ନିକଟରେ ବହୁତ ମାନସିକ କରିବା ପରେ ତାକୁ ପାଇଥିଲି। ତା’ପାଇଁ ମୁଁ ୩ ବର୍ଷ ମାନସିକ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ପରେ ଗୋଟିଏପଟେ ବଲିଉଡ୍ରେ ପରିବାରବାଦକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ, ଅନ୍ୟପଟେ ଫ୍ୟାନ୍ସମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ସୋସିଆଲ୍ ମିଡିଆରେ ଲଗାତାର ଭାବେ ଶେଆର୍ କରୁଛନ୍ତି। ସୁଶାନ୍ତଙ୍କ ପୁରୁଣା ଭିଡିଓ ଓ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଏମିତି ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଖୁସିରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ। ଭିଡିଓରେ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଲଗାତାର ଭାବେ ସୋସିଆଲ୍ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ରିଆକ୍ସନ ଆସିବାରେ ଲାଗିଛି। ଏହାସହ ସୁଶାନ୍ତଙ୍କ ଅନେକ ପୁରୁଣା ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେଆର ହେଉଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ବଲିଉଡ୍ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟି ଓ ପ୍ରଡକ୍ସନ କମ୍ପାନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ଜଣେ ପ୍ରଶଂସକ ଇନ୍ଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଶେଆର୍ କରିଛନ୍ତି। ସୁଶାନ୍ତଙ୍କ ଏହି ସାକ୍ଷାତକାର […]
ମୁମ୍ବାଇ: ଅଭିନେତା Sushant Singh Rajput ଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ବୁଧବାର ଦିନ ଏହି ମାମଲା ରୁଜୁ ହୋଇଛି। ଜୁଲାଇ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ୮ଜଣଙ୍କ ବିରୋଧରେ ମାମଲା […]
ମୁମ୍ବାଇ: ନିଜ ଟ୍ୟାଲେଣ୍ଟ୍ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଥିବା ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁରେ ବଲିଉଡ୍ ପୂରା ସ୍ତବ୍ଧ ହୋଇଯାଇଛି। ଫ୍ୟାନ୍ସଠୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ସମସ୍ତେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଅତି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ସେ ଏଭଳି ଚରମ ପଦକ୍ଷେପ ନେବେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଝଟ୍କା ଲାଗିଛି। ତାଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ସହ […]
ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍ବିଦା କହି ଚାଲିଯାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଳାକାର। ପ୍ରଥମେ ଇର୍ଫାନ, ପରେ ଋଶି କପୁର, ସଚିନ କୁମାର,ସାଇ ଗୁଣ୍ଡେରା, ଗୀତିକାର ଯୋଗେଶ୍ ଗୌର, ୱାଜିଦ୍ ଖାନ୍, ରବି ଚୋପ୍ରା(ରତନ)ଙ୍କ ଦେହାନ୍ତ ବଲିଉଡ୍ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ […]