• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rajouri

health-workers
ରାସ୍ତା ରୋକି ପାରିଲାନି ପ୍ରଖର ଜଳସ୍ରୋତ : ଉଚ୍ଛୁଳା ନଈ ପାର୍ ହୋଇ ଟିକା ଦେବା ପାଇଁ କଲେ ସ୍ୱାସ୍ଥ୍ୟକର୍ମୀ

ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।