Tag: Puri Jagannath Temple

puri
ପୁରୀରୁ ୧୪୪ ଧାରା ପ୍ରତ୍ୟାହାର, ଆଡ଼ପ ମଣ୍ଡପ ବିଜେ ପହଣ୍ଡି ପାଇଁ କଟକଣା ଜାରି

କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

nagarjuna
ଏ ବର୍ଷ ପଡୁଛି କି ନାଗାର୍ଜୁନ ବେଶ?

ପୁରୀ: ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁଛି କି ନାହିଁ, ସେଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁକ୍ତି ମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ। ଏବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍ ତଥ୍ୟ ଦେଇଛନ୍ତି। ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାଞ୍ଜିକାରଙ୍କ ବୈଠକ ପରେ ଏହି ସୂଚନା ଦିଆଯାଇଛି। ହେଲେ ୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ […]

puri-2
ଭକ୍ତକୁ କାଳିଆ ଡାକୁଛି ଆ....

ମହାମାରୀର ମହାବିପଦ ଭିତରେ ୧୦ ମାସର ବ୍ୟବଧାନ ପରେ ଶେଷରେ ନିର୍ବିଘ୍ନରେ ହେଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ବିନା କୋଭିଡ୍ ଟେଷ୍ଟରେ କାଳିଆଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

jaga
ମିଳିଲା ଜଗା ଦର୍ଶନ..ବିହ୍ୱଳ ହେଲେ ଭକ୍ତ

ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର।  ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହଟିଛି କଟକଣା।  ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ […]

7am-puri
ହଟିବ କଟକଣା, କାଲି ଠାରୁ ବିନା କୋଭିଡ଼୍ ରିପୋର୍ଟରେ କାଳିଆ ଦର୍ଶନ

ପୁରୀ (ମଧୁସୁଦନ ମିଶ୍ର) : ଆଉ ମାତ୍ର ଦିନକର ବ୍ୟବଧାନ, ବିନା କୋଭିଡ଼୍ ରିପୋର୍ଟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ବଡଠାକୁରଙ୍କ ଦର୍ଶନ ନପାଇ ଆସନ୍ତାକାଲି ଠାରୁ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରି ଯିବନି ।  ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସଓପି ମାନି ଭଗବାନଙ୍କ ନିକଟକୁ ଯାଇପାରିବେ ଶ୍ରଦ୍ଧାଳୁ  । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଦର୍ଶନ ପାଇଁ କୋଭିଡ଼ […]

puri mandira
ଶ୍ରୀମନ୍ଦିର ଯିବା ପୂର୍ବରୁ କି ନିୟମ ଜାରି କଲା ମନ୍ଦିର ପ୍ରଶାସନ? ଜାଣନ୍ତୁ...

ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି କରାଗଲା ଏସ୍ଓପି। ନିୟମ ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ମଧ୍ୟ ମନାକରାଯାଇଛି।

jagannath temple
୪ଦିନ ନୀତି ବିଭ୍ରାଟର ପରିସମାପ୍ତି; ବାହାରିବ ମହାପ୍ରଭୁଙ୍କ ଅବଢା

ପୁରୀ: ଆଜି ବାହାରିବ ମହାପ୍ରଭୁଙ୍କ ଅବଢା। ଗତ ଚାରି ଦିନ ଧରି ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ହୋଇଛି। ଏଥିପାଇଁ ଆଜି ମହାପ୍ରଭୁଙ୍କ ସବୁ ନୀତି ଠିକ୍‌ଠାକ୍‌ ଚାଲିଥିବା କୁହାଯାଉଛି। ଆଜି ସକାଳଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଆଜି ଅବଢା ବାହାରିବା ନେଇ ଗତକାଲି ସୁଆର ନିଯୋଗ ସ୍ପଷ୍ଟ କରିଥିଲା। ପୂର୍ବରୁ ସୁଆର ମହାସୁଆର ସେବାୟତଙ୍କ ଦାବି ପୂରଣ […]

jagannath temple
୨ ଦିନ ଉପବାସ ରହିବା ପରେ ଶ୍ରୀଜିଉଙ୍କ ନିକଟରେ ଲାଗି ହେଲା ଭୋଗ

ପୁରୀ: ୨ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି।  ରାତି ୧୦. ୫୦ ମିନିଟ୍‌ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧. ୨୦ ମିନିଟ୍‌ରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ କରାଯାଇଥିଲା।  ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ […]

jagannath temple
ରାତି ଅନିଦ୍ରା ମହାପ୍ରଭୁ!

ପୁରୀ: ଅନିଦ୍ରାରେ ମହାପ୍ରଭୁ।  ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁ କାଲି ରାତିରେ ପହୁଡ ପଡିନଥିବା ସୂଚନା ମିଳିଛି।  ପହୁଡ଼ ନ ପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ।  ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏ ରହିଛି କାଲିର ଅହ୍ମୁଣିଆ ମହାପ୍ରସାଦ।  ଭୋଗ ନ ଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି। ବିଧି ମୁତାବକ ଏସବୁ କୋଇଲି […]

jagannath temple
ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆସନ୍ତା ୧୬ ତାରିଖ ସୁଦ୍ଧା ଭକ୍ତମାନେ ଜଗମୋହନକୁ ଯାଇ ଭିତରକାଠ ପାଖରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରି ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଗମୋହନ ଭିତରକାଠ ଦର୍ଶନ ସହ ଗର୍ଭଗୃହକୁ ପାଳିଆ ସେବକମାନଙ୍କ ପ୍ରବେଶ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳ କରାଯିବାକୁ ବୈଠକରେ ନିଷ୍ପତ୍ତି […]