ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ । ଖାଦ୍ୟ ବଣ୍ଟନରେ ହେରଫେର ନେଇ ସାମନାକୁ ଆସିଲା ଚିତ୍ର । ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଅଧା ପି.ଡି.ଏସ ଚାଉଳ । ଖୋଳତାଡ କରୁ କରୁ ଜଣାପଡିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ କାରନାମା ।
ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି ୬ ଦିନିଆ ରିମାଣ୍ଡରେ ନେଇଛି। ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୬ ଦିନର ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ଷଡ଼ଯନ୍ତ୍ରକୁ ନେଇ ଅଧିକ ଖୋଳତାଡ଼ କରିବ କ୍ରାଇମ ବ୍ରାଞ୍ଚ ଏସ୍ଆଇଟି। ପୁଞ୍ଜିଲାଲଙ୍କୁ ଜେରା କରି ପୂରା ଘଟଣା ସଂପର୍କରେ ଆହୁରି ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବ କ୍ରାଇମ ବ୍ରାଞ୍ଚ। ଗତକାଲି ଗିରଫ ପରେ ପୁଞ୍ଜିଲାଲଙ୍କୁ […]
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ। ପାର୍ସଲ୍ ବୋମା ପଠାଇଥିବା ବ୍ୟକ୍ତି ଜଣକ ଓଡ଼ିଆ ବୋଲି କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଛି ସୁରାଗ୍। ସେ ଉଭୟ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ଯୁବକ ଜଣକ ରାୟପୁରର ସ୍କାଏ କିଙ୍ଗ କୋରିୟର ଜରିଆରେ ପାର୍ସଲ ପଠାଇବା ପୂର୍ବରୁ ରାୟପୁରର ଅନ୍ୟ ଏକ କୋରିୟର୍ ସଂସ୍ଥାକୁ ଯାଇଥିଲେ। କିନ୍ତୁ ଏହି […]
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ପାଟଣାଗଡ଼ରେ ଯାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।ମୃତ ସୌମ୍ୟଶେଖରଙ୍କ ଘରେ ଯାଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଘଟଣାସ୍ଥଳରେ ଯାଇ ସରଜମିନ୍ ତଦନ୍ତ କରିବ କ୍ରାଇମବ୍ରାଞ୍ଚ SITର ୪ ଜଣିଆ ଟିମ୍। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ରୀମାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ। ଗତକାଲି SCBରେ ରୀମାଙ୍କୁ ପଚରାଉଚରା କରିଥିଲା ଏହି ଟିମ୍। ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ୪ ଜଣିଆ […]