• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odishanews

Cycle
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

ରାଜଧାନୀରେ ବାଟବଣା ହୋଇଛି କି ବିଏମ୍ସିର ମୋ ସାଇକେଲ ଯୋଜନା ? ଗୋଟିଏ ପଟେ ରାସ୍ତା କଡ଼ରେ ବିନା ବ୍ୟବହାରରେ ଛିଡ଼ା ହୋଇଥିବା ଶହ ଶହ ସାଇକେଲ, ବାସ୍ତବ ସ୍ଥିତି ବଖାଣୁଥିବାବେଳେ ଏପଟେ କାବଡ଼ି ଖାନାକୁ ସ୍କ୍ରାପିଂ ପାଇଁ ଗଲାଣି ଶହ ଶହ ସାଇକେଲ।

Elephant
କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଢି ଚାଲିଛି ହାତୀ ଉପଦ୍ରବ : ଆତଙ୍କିତ ଗ୍ରାମବାସୀ

ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି

Family Problem
କରୋନା ପାଇଁ ଜୀବିକା ହରାଇଲେଣି କାରିଗର

ଏଠି କାଠ ଦେହରେ ସଂଚାର ହୁଏ ପ୍ରାଣ ।ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହୁଏ କାଠରେ ତିଆରି ହେଉଥିବା ବିଭିନ୍ନ କଳା । କାହିଁ କେଉଁ ପୁରୁଷ ଅମଳରୁ ପାରମ୍ପରିକ କଳାକୁ ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡାର ମହାରଣା ପରିବାର। ନିର୍ଜିବ କାଠ ଦେହରେ ସୁକ୍ଷ୍ମ ଖୁଦେଇ କରି ନିଜର କଳା ଯାଦୁରେ ପ୍ରକାଶ କରିଆସୁଛନ୍ତି ଏଇ ସ୍ୱାମୀ ସ୍ତ୍ରୀ । କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ହାତରେ ତିଆରି ହେଉଥିବା ମୁର୍ତି ବିକ୍ରୟ କରି ବେଶ୍ ଭଲ ଦୁଇପଇସା ଲାଭ ପାଇଥାନ୍ତି ।ହେଲେ କରୋନା ମହାମାରୀ ପାଇଁ ଏମାନଙ୍କ ଉପରେ ଚଡକ ପଡିଛି ।

 puri municipal employee returning rupees
 ମରିନି ମାନବିକତା; ଏଟିଏମ କାଉଣ୍ଟରରୁ ପାଇଥିବା ୧୦ ହଜାର ଟଙ୍କା ଫେରାଇ ଦେଲେ ଯୁବକ

କେଉଁଠି ଟିକିଏ ଭୂମି ପାଇଁ ରକ୍ତର ନଦୀ ବହୁଛି ତ କେଉଁଠି ଟଙ୍କା ପାଇଁ ମୁଣ୍ଡ ଗଡୁଛି। ଅନ୍ତରଙ୍ଗ ସମ୍ପର୍କ ସବୁ ଏଠି ସ୍ୱାର୍ଥ ପାଖରେ ବଳି ପଡ଼ୁଛି । ଏପରି ଏକ ସ୍ଥିତିରେ ଭଲ ଖବରଟିଏ ସାମ୍ନାକୁ ଆସିଛି । ଜଗନ୍ନାଥ ଧାମ ପୁରୀରୁ ଆସିଥିବା ଏଇ ଖବରଟି ଆମକୁ ବାର୍ତ୍ତା ଦେଉଛି ଯେ ଦୁନିଆରେ ଭଲ ମଣିଷ ଅଛନ୍ତି, ମାନବିକତା, ସହୃଦୟତା ବଞ୍ଚିଛି ।