• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odia Actress Usasi Misra

Usasi Misra
ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା

ଓଡ଼ିଆ ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା। ତାଙ୍କର କୋଭିଡ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। RTPCR ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଉଷଶି ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଆସିଛନ୍ତି କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

usasi
ପୋଲିସ ଡିଜିଙ୍କୁ ଭେଟିଲେ ଉଷସୀ ମିଶ୍ର

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର। ଅନୁଗୁଳରେ ତାଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଥିଲା, ୭ ଦିନ ପରେ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସେ କହିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।  ସିନେ କ୍ରିଟିକ୍ସ୍‌ ଆସୋସିଏସନ୍‌ର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇ ଡିଜିପିଙ୍କୁ ଭେଟିଛନ୍ତି। ଗତ ୨୨ ତାରିଖରେ ଅନୁଗୁଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା […]

usasi misra
ଉଷସୀ ମିଶ୍ରଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି।  ସେ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରା।  ପାଲଲହଡ଼ା ଏସ୍‌ଡ଼ିପିଓ ଯଶୋବନ୍ତ ସାମଲ ଏହି ସୂଚନା ହେଇଛନ୍ତି। ଉଷସୀ ମିଶ୍ରଙ୍କୁ ଦୁଷ୍ମନ୍ତ ବେହେରା ମାରପିଟ୍‌ କରିବା ଅଭିଯୋଗ ଥିଲା। ଉଷସୀ ଅଭିଯୋଗ କରିଥିଲେ ଯେ, ଅନୁଗୁଳ ଜିଲ୍ଲା ଡେରଙ୍ଗରେ ଇଷ୍ଟର୍ଣ୍ଣ ବ୍ଲୁର ଯାତ୍ରା ବେଳେ ଭିଡ଼ କାଟି ଯିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ […]

usasi misra
ଚୁଟି ଝିଙ୍କି ଉଷସୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାର ଭିଡିଓ ପଦାକୁ ଆସିଛି। ଗଣ୍ଡଗୋଳ ବେଳେ କେହି ବ୍ୟକ୍ତି ଏହାକୁ ମୋବାଇଲ୍ ସୁଟିଂ କରି ମେସେଜ୍ ଆକାରରେ ବିଭିନ୍ନ ଗ୍ରୁପ୍‌କୁ ପଠାଇଥିବା ଜଣାପଡ଼ିଛି। ଗତ ରାତିରେ ଅନୁଗୋଳ ଜିଲା କଣିହାଁ ନିକଟ ଡେରଙ୍ଗରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଉଷସୀଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଥିବା ସେ କଣିହାଁ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ତନାଘନା ଚଳାଇଥିବା ବେଳେ ଏହି ଭିଡିଓରେ ଉଷସୀଙ୍କ […]

usasi misra
ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ। ଅନୁଗୁଳ କଣିହାଁ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଅସଦାଚରଣ ହୋଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି ଉଷସୀ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଅଭିଯୋଗ ରଖିଛନ୍ତି ଉଷସୀ। ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିଥିବା ଓ ଗାଡ଼ି ଭଙ୍ଗାରୁଜା କରିଥିବା ନେଇ […]