• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Naveen Patnaik News

land
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର

ଛତ୍ରପୁର: ଛତ୍ରପୁରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବଣ୍ଟନ ସମାରୋହ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଟାଟା, ବ୍ରିଟିଶ ଆର୍କିଟେକ୍ଟ ରୋମାନ୍ ଫୋଷ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିଲେ ବାସପୋଯୋଗୀ ଜମି ପଟ୍ଟା। ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା। ଓଡ଼ିଶା ବାସୋପଯୋଗୀ ବସତି ମିଶନରେ ସାରା ରାଜ୍ୟର […]

naveen patnaik
ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜୁ ଜନତା ଦଳ(ବିଜେଡି)। ତେବେ ଏହାପୂର୍ବରୁ ଆସନ୍ତା ୮ ତାରିଖ ଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆସନ୍ତା ୮ ତାରିଖ ଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ମାନଙ୍କୁ ଚିଠି ଲେଖିଛନ୍ତି ନବୀନ। ଏଥିସହ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା […]

water
ପ୍ରତି ପରିବାରକୁ ମିଳିବ ୭୦ ଲିଟର ପାନୀୟ ଜଳ

ଭୁବନେଶ୍ୱର : ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ପରିବାରକୁ ମୁଣ୍ଡପିଛା ୭୦ ଲିଟର ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସଚିବାଳୟରେ ଅନୁଷ୍ଠିତ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସହରାଞ୍ଚଳର ୬୦ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବାକି ୪୦ ପ୍ରତିଶତ ପରିବାରକୁ ଜଳ ଯୋଗାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା […]

biju patnaik
ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୨୧ତମ ଶ୍ରାଦ୍ଧ ଦିବସ। ଏନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଏବଂ ସ୍ମୃତି ଚାରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଫରେଷ୍ଟ ପାର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।  ସେହିପରି ଆଜି ସକାଳେ ବିନ୍ଦୁ ସାଗରରେ ବିଜେଡି ନେତା ଏବଂ କର୍ମୀଙ୍କ ଦ୍ୱାରା ବିଜୁବାବୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇଛି। ସେହିପରି କଟକରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ […]

cyber crime
ବଢ଼ୁଛି ସାଇବର ଅପରାଧ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି।  ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୯୯ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହାରେ ଏହି ଅପରାଧ ପ୍ରାୟ ଦୁଇଗଣ ବୃଦ୍ଧି ପାଇ ୮୨୪ରେ ପହଞ୍ଚିଥିଲା। ଯେଉଁଥିରେ […]

naveen-modi
ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ। ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ ନେଇ ଆମେ ବିଶେଷଭାବେ ଗୌରବାନ୍ଵିତ ବୋଲି ମୋଦି ଟ୍ୱିଟ୍‌ କରି କହିଛନ୍ତି। ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ […]

mining
ରାଜ୍ୟର ୪ଟି କୋଇଲା ଖଣିକୁ WCL ବଦଳରେ MCLକୁ ଦିଆଯାଉ : ନବୀନ

ଭୁବନେଶ୍ୱର : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି।  ରାଜ୍ୟର ୪ଟି କୋଇଲା ଖଣିକୁ ୱେଷ୍ଟର୍ଣ୍ଣ କୋଲଫିଲଡ ଲିମିଟେଡ୍‌ ବା WCL ବଦଳରେ ମହାନଦୀ କୋଲ କୋଲଫିଲଡକୁ ଦେବାକୁ ଚିଠିରେ ଦାବି କରିଛନ୍ତି ନବୀନ। କୋଇଲା ଖଣି କାର୍ଯ୍ୟକ୍ଷମ ଜମି ଅଧିଗ୍ରହଣ,ଥଇଥାନ ଏବଂ ପୁନନିର୍ବାସ ଆଦିର ଆବଶ୍ୟକ ହୋଇଥାଏ, ଯେଉଥି ପାଇଁ ସ୍ଥାନୀୟ ପ୍ରଶାସନ ସହ ସଂଯୋଜନା ଜରୁରୀ। WCL ମୁଖ୍ୟାଳୟ ନାଗପୁରରେ ଅବସ୍ଥାପିତ ହୋଇଥିବାରୁ ଏହା ଠିକ ଭାବେ ଏହି […]

bjd
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ

ଭୁବନେଶ୍ୱର: ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନରେ ରଣନୀତି ନେଇ ଅଲୋଚନା ହୋଇଛି। ଏଥିରେ ୩୧ଟି ସାଂଗଠନିକ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। କେବଳ ପ୍ରଫୁଲ୍ଲ ମଲ୍ଲିକ ଓ ସଞ୍ଜୟ ଦାସବର୍ମା ବୈଠକରେ ଅନୁପସ୍ଥିତ ଥିଲେ। ଆଗାମୀ ନିର୍ବାଚନରେ ପ୍ରଚାର ପାଇଁ କିଭଳି ହ୍ୱାଟ୍ସଆପ୍ ଭଳି ଡିଜିଟାଲ୍  ପ୍ଲାଟଫର୍ମକୁ ବ୍ୟବହାର କରାଯାଇପାରିବ, ତା ଉପରେ ଗୁରୁତ୍ୱ ଦିଆଯାଇଛି।

wedding gift blast
ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରିବା ସହ ରାଜ୍ୟ ବାହାରକୁ ଯାଇ ବି ଖାଲି ହାତରେ ଫେରିଛି। ଘଟଣାର ତୁରନ୍ତ ନ୍ୟାୟ ଦାବିରେ ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିବାବେଳେ ଦିନକ ତଳେ ଏକ ଭିଡିଓ ଜରିଆରେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ ନବବଧୂ […]

shoes attack
ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ! ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫୋପାଡିଲେ ଯୁବକ

ବିଜେପୁର : ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ […]

cm odisha
ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ମିଳିବ ରିଲିଫ୍

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ ଦିନ ଯାଏଁ ରିଲିଫ୍ ମିଳିବ। କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟରାସ୍ତାକୁ ୨୪ ଘଣ୍ଟା ମଧ୍ୟରେ ମରାମତି ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ପ୍ରଶାସକ, ପଞ୍ଚାୟତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୋଲିସ […]