• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Top

1
ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍।  ମନ୍ତ୍ରୀ ପରିଷଦର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ୍ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁପାରେ । ବଜେଟ୍‌ରେ ମୁଖ୍ୟତଃ ଫନି ପରବର୍ତ୍ତି ପୁନଉଦ୍ଧାର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ତାହା ସହିତ ନିର୍ବାଚନରେ ନବୀନ ସରକାର ପାଇଁ ଗେମ୍‌ଚେଞ୍ଜର ହୋଇଥିବା କାଳିଆ, ମଶନ ଶକ୍ତି ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି । ତେବେ ରାଜ୍ୟର […]

66
ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜଧାନୀରୁ କାର୍‌ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଲୁଟେରାଙ୍କ ସହ ଚୋରା କାର କିଣିବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଏମାନଙ୍କଠାରୁ  ତିନୋଟି କାର, ସୁନା ହାର, ବାଇକ, ନକଲି ଟଏ ଗନ୍ ଜବତ କରିଛି ଖଣ୍ଡଗିରି ପୋଲିସ । ତାସହ ଲୁଟ କାରରେ ନିଶା କାରବାର ହେଉଥିବା ନେଇ ସୂଚନା ମିଳିଛି । ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କାର ଲୁଟ ଘଟଣାର ଖୋଳତାଡ ବେଳେ ଲୁଟେରାଙ୍କଠାରୁ ଖୋର୍ଦ୍ଧା ଅଞ୍ଚଳରୁ  ଅନ୍ୟ ଦୁଇଟି […]

tiktok-nurse
୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ମାଲକାନ୍‌ଗିରି: ଡ୍ୟୁଟି ବେଳେ ଟିକ୍‌ଟକ୍ କରି ଭାଇରାଲ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ଜଣ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ମେଡିକାଲ କତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ  ନର୍ସମାନେ ଡ୍ୟୁଟିରେ ଥିଲା ବେଳେ ଟିକ୍‌ଟକ୍ ଭିଡିଓ  କରିଥିଲେ  । ଏହି  ଚିତ୍ର ସାମ୍ନାକୁ ଆସିବା ପରେ ସଂପୃକ୍ତ ନର୍ସମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା […]

y7
ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ଭୁବନେଶ୍ୱର:  ସ୍ମାର୍ଟ ହେଉଛି ଯୁଗ, ତା ସହିତ ତାଳ ଦେଇ ସ୍ମାର୍ଟ ହେଉଛି ଶିକ୍ଷା ବ୍ୟବସ୍ଥା। ଏହି କ୍ରମରେ, ସ୍ମାର୍ଟ ଫୋନ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ବିଷୟବସ୍ତୁକୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ଏହି କ୍ରମରେ ଏଣିକି ନବମ ଓ ଦଶମ ଶ୍ରେଣୀର ବହିରେ ବିଭିନ୍ନ ସ୍ଥାନରେ କ୍ୟୁଆର୍ କୋଡ୍ ଛପାଯାଇଛି । ଯାହାକୁ ନିଜ ସ୍ମାର୍ଟ ଫୋନରେ ସ୍କାନ କଲେ ସେହି ବିଷୟବସ୍ତୁ ସମ୍ପର୍କରେ ବିସ୍ତୁତ […]

ry
ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର: ବ୍ରହ୍ମପୁରରେ ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆଜି ରାୟ ଶୁଣାଇଛନ୍ତି ଖଲ୍ଲିକୋଟ ଏଡିଜେ। ଏହି ଘଟଣାର ୫ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଦଣ୍ଡବିଧାନ ହୋଇଛି। ସମସ୍ତଙ୍କୁ  ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ୨୦୧୪ ମେ ୨୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଖଲିକୋଟ୍ ନିକଟରେ ସାମ୍ବାଦିକ ତରୁଣଙ୍କୁ ହତ୍ୟା କରାଯାଇଥିଲା । ଖଲ୍ଲିକୋଟ ଏଡିଜେ କୋର୍ଟ  ୪୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଦୀର୍ଘ ୫ ବର୍ଷ ପରେ […]

55
ମହଙ୍ଗା ପଡ଼ିଲା କମେଣ୍ଟ ମରା, ଜୋତାରେ ପିଟିଲେ ମହିଳା

ଯାଜପୁର: ମହିଳାଙ୍କ ହାତରୁ ମାଡ଼ ଖାଇଛନ୍ତି ରସିକିଆ ରୋଡ ରୋମିଓ। ସକାଳୁ ସକାଳୁ ମର୍ଣିଂ ଓ୍ୱାକ୍‌ କରୁଥିବା ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ତାଙ୍କୁ ମହଙ୍ଗା ପଡିଛି। ଉତ୍ୟକ୍ତ ମହିଳା ତାଙ୍କୁ ଚପଲରେ ମାଡ଼ ମାରିଛନ୍ତି। ଅଭିଯୁକ୍ତ ଜଣଙ୍କୁ ପୁଲିସ୍‌ ବାନ୍ଧି ନେଇଛି। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ନୂଆ ମାର୍କେଟରେ ଯୁବକ ଜଣଙ୍କ ଭଡ଼ାରେ ରହୁଥିଲେ।   ପ୍ରାୟ ୭-୮ ମାସ ଧରି ଯୁବକ ଜଣକ ରାସ୍ତାର ଯାଉଥିବା ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ ବୋଲି ଅଭିଯୋଗ […]

mayabati
ପରିବାରବାଦ ରାଜନୀତିର ଆଉ ଫର୍ଦ୍ଦେ ଯୋଡିଲେ ମାୟାବତୀ

ଲକ୍ଷ୍ନୌ: ଦଳିତଙ୍କ ଅଧିକାରକୁ ନେଇ ରାଜନୀତି କରୁଥିବା ବିଏସ୍‌ପି ମୁଖ୍ୟ ମାୟାବତୀ ଆଜି ତାଙ୍କ ଭାଇ ଏବଂ ପୁତୁରାଙ୍କୁ ଦଳରେ ବଡ଼ ଦାୟିତ୍ୱ ସମର୍ପିଛନ୍ତି। ସେ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦ ଦେଇଛନ୍ତି। ତା’ ଛଡ଼ା ସେ ଅନ୍ୟ କିଛି ଦଳୀୟ ପଦବୀରେ ପରିବର୍ତ୍ତନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମ୍ରୋହା ସାଂସଦ ଦାନିଶ ଅଲ୍ଲୀଙ୍କୁ ଲୋକସଭାରେ ଦଳର ନେତା ଏବଂ […]

nagada
ତିନି ବର୍ଷ ପରେ ଏମିତି ଅଛି ଅପପୁଷ୍ଟିର ଇଲାକା ନଗଡ଼ା

ଭୁବନେଶ୍ୱର: କେମତି ଅଛି ନଗଡ଼ା? ତିନି ବର୍ଷ ପରେ ଅପପୁଷ୍ଟି ଓ ଅପହଞ୍ଚ ଇଲାକା ଭାବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ନଗଡ଼ାର ବିକାଶର ଛିଟା କିଭଳି ଲାଗିଛି? ଦିନେ ଶିଶୁଙ୍କୁ ଖାଦ୍ୟଭାବ ଓ ଅଞ୍ଚଳକୁ ସରକାରୀ ଯୋଜନା ଅପହଞ୍ଚ ଥିବା କାରଣକୁ ନେଇ ଶାସନ କଳ ପାଇଁ ଦୁର୍ନାମ ଆଣିଥିଲା ନଗଡ଼ା। ଆବଡ଼ା ଖାବଡ଼ା ରାସ୍ତା, ଭଙ୍ଗା ନଳକୂଅ ଆଉ ଅଧା ପନ୍ତରିଆ ବିଜୁଳି ଭିତ୍ତିଭୂମି ପାଇଁ ଦିନେ ଅପହଞ୍ଚ ଇଲାକା ଭାବେ ଆବିଷ୍କୃତ […]

puri
ଫୋନି ପରେ ପୁରୀ ଜିଲ୍ଲାରେ ଝାଡ଼ାବାନ୍ତି ଭୟ, ସିଡିଏମ୍ଓ କହିଲେ ଉଦ୍‌ବେଗଜନକ ନୁହେଁ ସ୍ଥିତି

ଭୁବନେଶ୍ୱର: ଫୋନି ମାଡ଼ରେ ଘାଇଲା ପୁରୀ । ଜିଲ୍ଲାରେ ବଢୁଛି ଡାଇରିଆ ଭୟ । ଭଲ ପିଇବା ପାଣି ଅଭାବରୁ  ଜିଲ୍ଲାର ଅଧିକାଂଶ ଗାଁରେ ଲୋକେ ଛାଡାବାନ୍ତିରେ ପଡିଛନ୍ତି । ବିଜୁଳି ସଂଯୋଗ ହୋଇ ନ ଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇନାହିଁ। ଫଳରେ ଲୋକେ କୁଅ ଓ ନଳକୂଅ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ରୋଗୀଙ୍କ ଚିକିତ୍ସା ଲାଗି ସରକାରୀ ହସପିଟାଲରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ବଢୁଛି […]

Aswani
ଅଶ୍ୱିନ୍ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପଛର ରହସ୍ୟକୁ ନେଇ ଥମୁନି ଚର୍ଚ୍ଚା

ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନ୍ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ପଛର ରହସ୍ୟକୁ ନେଇ ଚାଲିଛି ଘଣ୍ଟାଚକଟା । ଏନେଇ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ରାଜ୍ୟର ବିକାଶ ନେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ଗୁପ୍ତ ନୁହେଁ ଖୋଲା ବୁଝାମଣା ହୋଇଛି। ତେଣେ ଏ ପ୍ରସଙ୍ଗରେ କିନ୍ତୁ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। ଜଣେ ଅଣଓଡ଼ଆଙ୍କୁ ରାଜ୍ୟସଭା ପଠାଯିବା ଦୁର୍ଭାଗ୍ୟଜନକ ବୋଲି ଦଳ କହିଥିବାବେଳେ ଜବାବ ରଖିଛି ବିଜେଡି। […]

scan-re-coaching-center
ସାବାଡ଼ ହେବେ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଠକୁଥିବା କୋଚିଂ ସେଣ୍ଟର

ଭୁବେନଶ୍ୱର: ଲୋଭନୀୟ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକୁଥିବା କୋଚିଂ ସେଣ୍ଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆକର୍ଷଣୀୟ ନାଁ ଓ ମିଥ୍ୟା ସଫଳତାର ପ୍ରଚାର କରି କିଛି କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ଚୁନା ଲଗାଉଥିବା ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ। ଖାସ୍ କରି ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ପିଲାଙ୍କୁ ଏକାଧିକ କୋଚିଂ ସେଣ୍ଟର ନିଜ ଅନୁଷ୍ଠାନର ଦାବି କରିବା […]

Andha-biswaa
ମେଡିକାଲରେ ମଲା ମଣିଷକୁ ବଞ୍ଚାଇବାକୁ ଅନ୍ଧ ବିଶ୍ୱାସର ଆଶ୍ରା

ଭୁବନେଶ୍ୱର: ଗୁଣି ଗାରେଡ଼ି ବିରୋଧରେ ଯେତେ ସଚେତନ କରାଯାଉ କିମ୍ବା ତାନ୍ତ୍ରିକ ବିରୋଧରେ ଦଣ୍ଡବିଧାନ ହେଉ, ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଖେଳ ଆଜି ବି ଦେଖିବାକୁ ମିଳୁଛି । ଝଡ଼ାଫୁଙ୍କା ବାହାନାରେ ମୃତ୍ୟୁକୁ ଜିତିବାର ଅପଚେଷ୍ଟା କରାଯାଉଛି । ମଲା ମଣିଷକୁ ବଂଚାଇବାକୁ ଗୁଣିଆ କରୁଛି ବୃଥା ପ୍ରୟାସ । ବରଗଡ଼ ଜିଲ୍ଲା ପଦ୍ମପୁର ମେଡିକାଲ୍ ପରିସରରେ ପୁଣି ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ମେଡ଼ିକାଲର ଶବ ବ୍ୟବଛେଦ ଘର ସାମ୍ନାରେ ମୃତଦେହ। ଘେରିରହିଛନ୍ତି ଶୋକସନ୍ତପ୍ତ ଆତ୍ମୀୟ […]

sahanka-nispati
ଅମିତ ଶାହ ନେବେ ଚୂଡ଼ାନ୍ତ ନିଷ୍ପତ୍ତି, ସେ ବାଛିବେ ବିରୋଧୀଦଳ ନେତା !

ଭୁବନେଶ୍ୱର: ଝୁଲି ରହିଲା ବିରୋଧୀ ଦଳ ନେତା ଚୟନ ନିଷ୍ପତ୍ତି। ବିରୋଧୀ ଦଳ ନେତା କିଏ ହେବେ, ସେ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଛାଡ଼ି ଦେଇଛନ୍ତି ବିଧାୟକ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନେତା ଚୟନ ପାଇଁ ବୈଠକ ବସିଥିଲେ ବି ଏଥିରେ ଜଣଙ୍କ ନାଁକୁ ନେଇ ସହମତି ହୋଇପାରି ନାହିଁ। ଜୟନାରୟଣ ମିଶ୍ର, ପ୍ରଦୀପ୍ତ ନାଏକ ଓ ମୋହନ ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲେ ବି […]

Odisha-assembly
୨୫ରୁ ଷୋଡ଼ଶ ବିଧାନସଭା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ତାପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଦଳ ବୈଠକ। ବିଧାନସଭାରେ ଦଳୀୟ ରଣନୀତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଗୃହରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ । କେନ୍ଦ୍ର ସରକାରଙ୍କଠାରୁ ସମସ୍ତ ପ୍ରକାରର ସହଯୋଗ ଆଶା କରୁଛୁ । ତାସହ ନିର୍ବାଚନ ବେଳେ ଦିଆଯାଇଥିବା […]

1
ଉଦ୍‌ଘାଟିତ ହେଲା ଖଣିଜ ପଦାର୍ଥ ସଂଗ୍ରହାଳୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଛି ଖଣିଜ ପଦାର୍ଥ ସଂଗ୍ରହାଳୟ । SGAT ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ସଂଗ୍ରହାଳୟକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ।  ଖଣିଜ ପଦାର୍ଥକୁ ନେଇ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ସଂଗ୍ରହାଳୟ ବେଶ ସହାୟକ ହେବ। ରାଜ୍ୟ ଏବଂ ବାହାରେ ମିଳୁଥିବା ବିଭିନ୍ନ ଖଣିଜ ପଦାର୍ଥ ଏହି ସଂଗ୍ରହାଳୟରେ ରଖାଯାଇଛି।

uu
ଇଚ୍ଛାମୃତ୍ୟୁ ଆଶାରେ ଥିବା ଶୀତଲ ଏବେ ଏମ୍‌ସରେ

ଭଦ୍ରକ: ଗତବର୍ଷ ଭଦ୍ରକ ରାହାଞ୍ଜରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ୍ ମାଡ଼ିଯିବା ଘଟଣାରେ ଆହତ ଛାତ୍ରୀ ଶୀତଲ ସାହୁଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶୀତଲଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଥିଲେ । ବହୁ ଚିକିତ୍ସା ସତ୍ତ୍ୱେ ସୁସ୍ଥ ହେବା ପରିବର୍ତ୍ତେ ଶୀତଲଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ […]

DAMA-ROUT
ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କଲେ ଦାମ

ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ଅଶ୍ୱିନୀ ଜଣେ ଦକ୍ଷ ପ୍ରଶାସକ ଓ ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ମୋଦି ଓ ଶାହାଙ୍କ ସହ ନବୀନଙ୍କୁ ସେ ସାକ୍ଷାତ କରାଉଥିଲେ। ତାଛଡ଼ା ବିଜେଡି ସହ ତାଙ୍କର ସମ୍ପର୍କ ଏବେ ବି ଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖି ଦାମ କହିଛନ୍ତି, ଯେଉଁ ଦଳ ତାଙ୍କୁ […]

ju
ଛାତରୁ ଖସୁଥିବା ଜଳବୁନ୍ଦା କହେ କେଉଁବର୍ଷ କେତେ ବୃଷ୍ଟିପାତ ହେବ

କାନପୁର: ଉତ୍ତରପ୍ରଦେଶର କାନପୁରଠାରୁ ୫୦ କିଲୋମିଟର ଦୂର ଭିତରଗାଓଁ ନିକଟସ୍ଥ ଏକ ଗାଁ ବେହଟା ବୁଜୁର୍ଗସ୍ଥିତ ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ଆଜିର ବୈଜ୍ଞାନିକ ଯୁଗରେ ବି ଚର୍ଚ୍ଚାରେ। ଧାର୍ମିକ, ଐତିହାସିକ ଏବଂ ଭୌଗୋଳିକ କାରଣରୁ ଏହି ତୀର୍ଥସ୍ଥଳର ଅଦ୍ଭୁତ ରହସ୍ୟ ବାବଦରେ ଜାଣିବାକୁ ଚେଷ୍ଟା କରି ଗବେଷକ ମାନେ ମଧ୍ୟ ହାର ମାନିଛନ୍ତି। ମନ୍ଦିର କାନ୍ଥରୁ ଝରୁଥିବା ପାଣି ବୁନ୍ଦା ଏହି ମନ୍ଦିରର ସବୁଠୁ ବଡ଼ ରହସ୍ୟ। ସମ୍ପୂର୍ଣ୍ଣ ଓଡ଼ିଶା ପରମ୍ପରାରେ ଅନୁପ୍ରାଣିତ ଏହି ମନ୍ଦିରରେ […]

h7
‘ବନ୍ଦେ ମାତରମ୍‌’କୁ ଇସ୍‌ଲାମ୍‌ ବିରୋଧୀ କହିଲେ ସାଂସଦ

ନୂଆଦିଲ୍ଲୀ: ଦେଶପ୍ରେମ ଭିତ୍ତିକ ସ୍ଲୋଗାନ୍ ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ମନା କରିବା ସହ ଏହାକୁ ଇସ୍‌ଲାମ୍ ବିରୋଧୀ କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶାଫିକର ରହମାନ୍ ବାର୍କ। ଆଜି ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ ଶାଫିକର କହିଛନ୍ତି, ବନ୍ଦେ ମାତରମ୍ ବିଷୟରେ କହିଲେ, ଏହା ଇସ୍‌ଲାମ୍ ବିରୋଧୀ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି। ଆଉ ସେ ଏହି ମନ୍ତବ୍ୟ ଦେଇ ନିଜ ଆସନକୁ ଚାଲଯିବାକୁ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ପରମ୍ପରା […]

6m
କାଳ ହେଲା ଯାଦୁ ଖେଳ, ନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁଗର

ଭୁବନେଶ୍ୱର: କାଳ ହେଲା ବିପଜ୍ଜନକ ଯାଦୁ ଖେଳ। ପୋଲିସର ବିନା ଅନୁମତିରେ ହୁଗୁଳି ନଦୀରେ ଯାଦୁ ଦେଖାଉଥିବା ବେଳେ ଯାଦୁକର ଚଞ୍ଚଲ ଲହରୀଙ୍କ ମୃତ୍ୟୁ ହୋଇଛି । ଯାଦୁ ପ୍ରଦର୍ଶନ ପୂର୍ବରୁ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ସେ ନଦୀ ଭିତରକୁ ପଶିଥିଲେ ।  ନଦୀ ଭିତରୁ ସୁରକ୍ଷିତ ଭାବେ ବାହାରି ଆସିବେ ବୋଲି ଉପସ୍ଥିତ ଲୋକଙ୍କୁ ସେ ଜଣାଇଥିଲେ । ହେଲେ ଶେଷରେ ମ୍ୟାଜିକରେ ବିଫଳ ହେଲେ ଆଉ ଟ୍ରାଜେଡିର ସାମ୍ନା କରି ଜୀବନ ହାରିଲେ […]

+2---kala
୨୬ରେ ସ୍କୁଲ ଖୋଲିବ, ହେଲେ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାନି

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ସେସନ୍ । ଆଜିଠାରୁ ଖୋଲିଛି ସବୁ କଲେଜ୍ । ହେଲେ ଏଯାଏଁ ପ୍ରକାଶ ପାଇପାରିଲାନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏପଟେ ପରିଷଦ ତାରିଖ ସ୍ପଷ୍ଟ କରି ନ ଥିବା ବେଳେ ଜୁନ୍ ୩ୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ରେଜଲଟ୍ ପ୍ରକାଶ ପାଇ ନ ଥିତବାରୁ ଆଶା ଆଶଙ୍କା ଭିତରେ ରହିଛନ୍ତି […]

h
ନିର୍ବାଚନ ବେଳେ ଜବତ ହୋଇଛି ୩୮୦୦ କୋଟି

କଟକ: ସରିଛି ନିର୍ବାଚନ। ଏଥିରେ ଖର୍ଚ୍ଚ ହୋଇଛି ବିପୁଳ ପରିମାଣର ଟଙ୍କା। ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା ଜବତ ହୋଇଛି ହଜାର ହଜାର କୋଟି ଟଙ୍କା। ତେବେ ଏତେ ଗୁଡ଼ାଏ ଟଙ୍କା କିପରି ଓ କେଉଁଠୁ ଆସିଲା, ସେ ସବୁକୁ ଏବେ ତଦନ୍ତ ପରିସରକୁ ଆଣିଛି ଏସ୍‌ଆଇଟି। କଳାଧନ ସମ୍ପର୍କରେ ମଙ୍ଗଳବାର କଟକରେ ବସିଥିବା ଏସ୍‌ଆଇଟି ବୈଠକରେ ଏଭଳି ପ୍ରସଙ୍ଗ ଉପରେ ଫୋକସ୍‌ କରିଛନ୍ତି ଏହାର ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ। ଏସ୍‌ଆଇଟି ବୈଠକରେ ଉପସ୍ଥାପିତ ହୋଇଥିବା […]

odiya-pua
କାଶ୍ମୀର ଉପତ୍ୟକାରେ ଥମୁନି ଆତଙ୍କ: ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ ପରେ ଜନ୍ମମାଟିରେ  ଶୋକାକୁଳ ପରିବେଶ

ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶ ମେଜର କେତନ୍ ଶର୍ମା। ତେବେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣ ଲାଗି ଗାଡ଼ି ଯୋଗାଇଥିବା ଜୈଶ ଆତଙ୍କବାଦୀ […]

66
ବିଜ୍ଞପ୍ତି ସହ ରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ତାସହ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ତେବେ ୩ଟି ରାଜ୍ୟସଭା ପଦ ପାଇଁ ପୃଥକ୍ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ସିଟ୍ ବିଜେଡି ଖାତାକୁ ଯିବ। ତେବେ ନବୀନ କାହାକୁ ରାଜ୍ୟସଭାକୁ ପଠାଇବେ ସେ କାର୍ଡ ଏଯାଏଁ ଖୋଲି ନାହାନ୍ତି। ହେଲେ ନିର୍ବାଚନରେ ଦଳକୁ ସଫଳତା ଆଣିବାରେ ଯେଉଁମାନଙ୍କର ପ୍ରମୁଖ ଅବଦାନ ଅଛି ସେମାନଙ୍କୁ ମିଳିପାରେ ରାଜ୍ୟସଭା […]

bu
ବାଲେଶ୍ୱର ପୋଲିସ ହାତରେ ଧଳା ଜହର ରାକେଟ, ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ବାଲେଶ୍ୱର: ଧଳା ଜହର ଜାଲରେ ବାଲେଶ୍ୱର । ଚଢାଉ ବେଳେ ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ ଗତ ରାତିରେ ସହର ଉପକଣ୍ଠ ଦହିପଡ଼ା ଓ ଫୁଲାଡି ଆଦି ଅଞ୍ଚଳରେ ଚଢଉ କରି ବ୍ରାଉନ୍ ସୁଗାର ଜବତ କରିଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଏସ୍ କେ ରାଜୁ, ଏସ୍.କେ ହୁସେନ୍, ଏସ୍ କେ ଜାମସେଦ୍ ଅଲ୍ଲୀ ଓ ଏସ୍ କେ ମୋସ୍ସେଦ୍  […]