ଜହ୍ନ ରାଇଜରୁ ମାଟି ପଥର ଆଣିବ ଭାରତ। ଏହି ପରିକଳ୍ପନାକୁ ସତ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପ୍ରୟାସ ଆରମ୍ଭ କରିଛି।
ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚତୁର୍ଥ ଚନ୍ଦ୍ର ଅଭିଯାନ ୨ଟି ପର୍ଯ୍ୟାୟ ହେବ ଏବଂ ଏଥିପାଇଁ ୨ଟି ଭିନ୍ନ ଭିନ୍ନ ରକେଟ୍ ଲଞ୍ଚ୍ କରାଯିବ। ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍ । ଗୋଟିଏ ମିଶନ ପାଇଁ ୨ଟି ପର୍ଯ୍ୟାୟରେ ପଠାଯିବ ୨ଟି ଭିନ୍ନ ଭିନ୍ନ ରକେଟ୍ ।
ପ୍ରଥମେ ଏକଥା ସେ କାହାରିକୁ ଜଣାଇ ଦୁଃଖିତ କରିବାକୁ ଚାହିଁନଥିଲେ । କିନ୍ତୁ ପରେ ଧିରେ ଧିରେ ତାଙ୍କ ସହକର୍ମୀମାନେ ଏହା ଜାଣିଥିଲେ ।
କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ।
କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ।
ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣ ହେଲେ ଭାରତୀୟ ବାୟୁସେନାର ୪ ପାଇଲଟ୍।
GSLV-F14 ରକେଟ୍ ‘INSAT-3DS’ ସାଟେଲାଇଟ୍କୁ ଉତ୍କ୍ଷେପଣର ପ୍ରାୟ ୧୮ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷ ପଥରେ ପହଞ୍ଚାଇବ ।
ସୂର୍ଯ୍ୟଙ୍କ କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।
ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା L1 ନିକଟରେ ପହଞ୍ଚିବ ।
ନୂଆବର୍ଷରେ ଦେଶକୁ ନୂଆ ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ ତଥା ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ଏକ୍ସପୋସାଟ୍ ।
ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ ।
୨୦୨୩ ବର୍ଷଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ୍ ଗର୍ବିତ ଓ ସ୍ମରଣୀୟ ବର୍ଷ । କାହିଁକି ନା ଏହି ବର୍ଷ ଆମ ଦେଶର ଚମକ ସାରା ବିଶ୍ୱ ଦେଖିଛି । ଆମର ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ବେଶ୍ ଆଗକୁ ବଢ଼ିଛି ।
ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି, ଯେତେବେଳେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ, ସେତେବେଳେ ଆମକୁ ପୁଣି ଥରେ ଇଞ୍ଜିନ ଫାୟର କରିବାକୁ ପଡ଼ିବ। ଯାହାଫଳରେ ଏହା ଯେପରି ଏହି ପଏଣ୍ଟଠାରୁ ଆଗକୁ ନ ଯାଏ ।
L1କୁ ସ୍ପେଶକ୍ରାଫ୍ଟର ପାର୍କିଂ ସ୍ଥାନ ବୋଲି କୁହାଯାଇଥାଏ । ସ୍ପେଶକ୍ରାଫଟ ପାଇଁ ଏଠାରେ ଇନ୍ଧନର ଆବଶ୍ୟକତା ମଧ୍ୟ କମ ଥାଏ ।
ISROରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନିକଟରେ ISRO ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରୀୟାରେ ଟେକ୍ନିସିଆନ-ବି ପଦବୀ ପୂରଣ ହେବ। ଫାଇଦା ନେବେ ITI ପିଲା।
ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ପ୍ରଥମ ଥର ପାଇଁ ସୌର ଝଡ଼ର ସାମ୍ନା କଲା ଆଦିତ୍ୟ L1। ୧୦ ଘଣ୍ଟା ଧରି ତୀବ୍ରତା ମାପିଲା ହିଲିୟସ ପେ-ଲୋଡ୍। ସୂର୍ଯ୍ୟ ରହସ୍ୟ ଭେଦିବାକୁ ସେପ୍ଟେମ୍ବର ୨ରେ ହୋଇଛି ଲଞ୍ଚ୍।
ଚନ୍ଦ୍ରୟାନ, ଆଦିତ୍ୟ L1 ବା ସୂର୍ଯ୍ୟୟାନ, ଆଉ ଏବେ ଗଗନୟାନର ପ୍ରଥମ ଫ୍ଲାଇଟ୍ ଟେଷ୍ଟ୍ । ଚଳିତବର୍ଷ ଗୋଟିକ ପରେ ଗୋଟିଏ ବଡ଼ ସଫଳତା ହାତେଇଥିବା ଇସ୍ରୋ, ଆଜି ବି ଭାରତୀୟ ମହାକାଶ ଅଭିଯାନ କ୍ଷେତ୍ରରେ ଯୋଡ଼ିଛି ସ୍ବର୍ଣ୍ଣିମ ଅଧ୍ୟାୟ। ମହାକାଶକୁ ମଣିଷ ପଠାଇବା ଲାଗି ପ୍ରସ୍ତାବିତ ମିଶନ୍ ଗଗନୟାନ ପାଇଁ ଭାରତ ବଢ଼ାଇଛି ବିଶ୍ବାସ ଓ ଭରସାର ପ୍ରଥମ ପାଦ....
ପ୍ରତିଟି ଭାରତୀୟ ଆଜି ଗର୍ବିତ.. ଉତଫୁଲ୍ଲିତ... ଚମତ୍କୃତ.. । ଏ ଦୃଶ୍ୟ ଯେତିକି ରୋମାଞ୍ଚକର, ଏ ସଫଳତା ସେତିକି ଉତ୍ସାହପ୍ରଦ। ଇଏ ମିଶନ ଗଗନୟାନର ପୂର୍ବା-ଭ୍ୟାସ ଓ ପୂର୍ବା-ଭାସ ମଧ୍ୟ ।
କାଳେ ବୈଷୟିକ କାରଣରୁ ସ୍ଥଗିତ ରହିଥିଲା ଉତ୍କ୍ଷେପଣ...ଏବେ ଉତ୍କ୍ଷେପଣ ହେଲା ଟେଷ୍ଟ ଭେହିକିଲ୍ TV-D1
ଉତ୍କ୍ଷେପଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ ମିଶନ ।
ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।
ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତା’ଠାରୁ କଠିନ । ନୂଆ ଭାରତ ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହାର ପରୀକ୍ଷଣ ହେବ । ପରୀକ୍ଷଣରେ ଏହି ପ୍ରୋଜେକ୍ଟର କ୍ରିଉ ମଡ୍ୟୁଲକୁ ଅନ୍ତରୀକ୍ଷକୁ ପ୍ରେରଣ ଏବଂ ଏହାକୁ ଭୂପୃଷ୍ଠକୁ ପୁଣି ଥରେ ଫେରାଇବା ଆଣିବା ଅନ୍ତର୍ଭୁକ୍ତ ।