• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

Baijayant Panda
ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି। ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି। NCCକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଳେଷଣ କରିବ। 

CEO
ଭାରତରେ ଏ ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ଦରମା, ଘରକୁ ନିଅନ୍ତି ୧୭ କୋଟି ଟଙ୍କା ଦରମା

ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ।

Corona
ଦେଶରେ ପୁଣି ବଢିଲା ସଂକ୍ରମଣ। ୨୪ ଘଂଟାରେ ୩୦,୫୭୦ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି

Parrot
ହଜିଗଲା ଶୁଆ, ଥାନାରେ ମାମଲା ଦାୟର କଲେ ମାଲିକାଣୀ

ମାଲିକଙ୍କ ହଜିଗଲା ଶୁଆ। ପକ୍ଷୀକୁ ଖୋଜିବା ଲାଗି ଥାନାରେ ଦାୟର କଲେ ମାମଲା। ଏପରି ଏକ ଅଦ୍ଭୁତ ମାମଲା ନୋଏଡ଼ାରୁ ସାମ୍ନାକୁ ଆସିଛି। ସ୍ଥାନୀୟ ଅଂଚଳରେ ରହୁଥିବା ଜଣେ ମହିଳା ତାଙ୍କ ଶୁଆ ହଜିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ହେଲେ ଶୁଆ ହଜିବାର ଛଅ ମାସ ପରେ ମଧ୍ୟ ପୋଲିସ ଶୁଆଟିକୁ ଖୋଜି ପାରିବାରେ ସମ୍ଭବ ହୋଇନାହିଁ

narendra modi
ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଦୀର୍ଘଦିନ ପରେ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ସପ୍ତାହରେ ମୋଦି ଆମେରିକା ଗସ୍ତରେ ଯାଉଛନ୍ତି। ସୂଚନା ଅନୁସାରେ ମୋଦି ୨୪ ସେପ୍ଟେମ୍ବରରେ ୱାଶିଂଟନ୍‌ରେ କାଡ଼ ସମୁହର ନେତାଙ୍କ ସହିତ ଆୟୋଜିତ ଶିଖର ସମ୍ମିଳନୀରେ ଯୋଗ ଦେବା ନେଇ ସୂଚନା ମିଳିଛି

Neeraj Chopra
କେବିସି ହଟସିଟରେ ଅମିତାଭ ବଚ୍ଚନଙ୍କ ସହ ବସିବେ ନୀରଜ ଚୋପ୍ରା

ବଢୁଛି ନୀରଜଙ୍କ କ୍ରେଜ। ସୋସିଆଲ ମିଡିଆ ଖୋଲିଲେ ତାଙ୍କରି ଫଟୋ। ଆଉ ଟିଭି ଖୋଲିଲେ ତାଙ୍କରି ଭିଡିଓ। ଟୋକିଓ ଅଲମ୍ପିକ ପରେ ସାରା ଭାରତରେ ନୀରଜଙ୍କ ଜୟ ଜୟକାର। ଏବେ ଟେଲିଭିଜିନ ଦୁନିଆର ଲୋକପ୍ରିୟ ଗେମ ଶୋ କୌନ୍‌ ବନେଗା କରୋଡପତିରେ ନୀରଜଙ୍କୁ ଦେଖିବାକୁ ମିଳିବ।

Rason Card
ରାସନ କାର୍ଡରେ ଏମିତି ଯୋଡନ୍ତୁ ପରିବାର ସଦସ୍ୟଙ୍କ ନାଁ, ମିଳିବ ଅନେକ ଫାଇଦା

ରାସନ କାର୍ଡ ଅଛି। ହେଲେ ସମସ୍ତଙ୍କର ନାଁ ନାହିଁ। ଏମିତି ସମସ୍ୟାରେ ଆପଣ ପଡିଛନ୍ତି କି। ନିଜ ପରିବାରର ମେମ୍ବରଙ୍କ ନାଁ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି କି। ଯଦି ହଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ। ମାତ୍ର କେଇ ମିନିଟରେ ଆପଣ ଏହି ସମସ୍ୟାର ସମାଧାନ କରି ପାରିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା।

Corona
ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୨୭,୧୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ୨୮୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ।

mamata
ଭବାନୀପୁରରୁ ମୋଦି-ଶାହାଙ୍କୁ ଟାର୍ଗେଟ୍‌ କଲେ ଦିଦି। କହିଲେ, ଆମ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ର ସରକାର

ଭବାନୀପୁର ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବଢୁଛି ରାଜନୈତିକ ତାତି। ପୁଣି ମୁହାଁମୁହିଁ ବିଜେପି ଓ ଟିଏମସି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ନିର୍ବାଚିତ କରାଇବା ନେଇ ଏଠାରେ ସ୍ୱତନ୍ତ୍ର ଉପନିର୍ବାଚନ ହେଉଥିବା ବେଳେ ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଂଟା ଭିଡ଼ିଛି ବିଜେପି।

jee main
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ। ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶିତ ହୋଇଛି

nirbhaya squad
ମୁମ୍ବାଇରେ ହେବ ନିର୍ଭୟା ସ୍କ୍ୱାଡ୍

ମୁମ୍ବାଇରେ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇ ନିର୍ଭୟା କାଣ୍ଡ ପରେ ଚେତିଲେ ରାଜ୍ୟ ସରକାର। ସହରର ପ୍ରତି ଥାନାରେ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ସ୍କୁଲ, କଲେଜ୍, ମହିଳା ହଷ୍ଟେଲ୍ ଉପରେ ରହିବ ନଜର, ଅପରାଧରେ ଲାଗିବ ଲଗାମ।

Halala Nikah
ପୂର୍ବତନ ପତ୍ନୀଙ୍କୁ ବିବାହ କରିବା ପାଇଁ ବନ୍ଧୁଙ୍କ ସହ ହଲାଲା କରିବାକୁ ଚାପ ପକାଇ ଫସିଗଲେ ନେତା

ଏଆଇଏମଆଇଏମ୍‌ର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଇ ଅଡ଼ୁଆରେ ଫସି ଯାଇଛନ୍ତି । ଇସଲାମ ଧର୍ମ ଅନୁଯାୟୀ ପୂନର୍ବାର ବିବାହ ବା ନିକାହ କରିବା ପାଇଁ ‘ହଲାଲା’ ଜରୁରୀ ଅଟେ । ଏନେଇ ରିୟାଜୁଦ୍ଦିନ ତାଙ୍କୁ ବନ୍ଧୁଙ୍କ ସହ ପୂର୍ବତନ ପତ୍ନୀଙ୍କ ସହ ହଲାଲା ପାଇଁ ବାଧ୍ୟ କରିଥିଲେ । ଏ ନେଇ ଦିଲ୍ଲୀ ଜାମିଆ ନଗର ପୋଲିସ ଷ୍ଟେସନରେ ତାଙ୍କ ପୂର୍ବତନ ପତ୍ନୀ ଅଭିଯୋଗ କରିଛନ୍ତି ।

Coronavirus
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ସୁସ୍ଥତାସଂଖ୍ୟା ୩,୨୪,୮୪,୧୫୯ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୩,୬୨,୨୦୭ ଆକ୍ଟିଭ୍‌ କେସ୍‌ ରହିଛି।

Bhupendra Patel
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ। ରାଜଭବନରେ ଚାଲିଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ। ହେଲେ ଭୂପେନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳରେ ପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ ସେନେଇ ଦଳୀୟ ପଦାଧିକାରୀ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି

covid death
'କରୋନା ମୃତ୍ୟୁ' ପାଇଁ ଭ୍ୟାଲିଡିଟି ୩୦ ଦିନ !

ଆଇସିଏମଆର୍‌ ସର୍ଭେ ଅନୁଯାୟୀ ୯୫ ପ୍ରତିଶତ ମୃତ୍ୟୁ ସଂକ୍ରମିତ ହେବାର ୨୫ ଦିନ ମଧ୍ୟରେ ହିଁ ହୋଇଛି। ତେଣୁ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ରଖିବାକୁ ସଂକ୍ରମଣଠାରୁ ମୃତ୍ୟୁ ମଧ୍ୟର ବ୍ୟବଧାନକୁ ୩୦ ଦିନ ରଖାଯାଇଛି।

cm gujurat
ଗୁଜରାଟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ?

ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍। ଆଜି ବସିପାରେ ବିଜେପି ବିଧାୟକ ଦଳ ବୈଠକ। ଗତକାଲି ବିଜୟ ରୁପାଣୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁ ଦଳରେ ରେସ୍ ଦେଖିବାକୁ ମିଳିଛି।

covid 19
ରାଜ୍ୟରେ ୬୪୯ ପଜିଟିଭ୍, ୬ ମୃତ

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୮କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୬୪୯ ସଂକ୍ରମିତ ଚିହ୍ନଟ। ସେଥିମଧ୍ୟରେ ୧୦୩ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି।

Kiran
ଭାରତର ସବୁଠୁ ଧନୀ ମହିଳା। ଦିନେ ସଂଘର୍ଷ କରିଥିଲେ ଏବେ ସଫଳ ହେଲେ

ଯଦି ଆମେ ଦେଶର ଧନୀ ମହିଳାଙ୍କ ବିଷୟରେ କହିବା, ତେବେ କିରଣ ମଜୁମଦାର ଖାଁଙ୍କ ନାମ ଶୀର୍ଷରେ ରହିବ। କିରଣ ମଜୁମଦାର ବାୟୋକନ୍ ଲିମିଟେଡର ଚେୟାରମ୍ୟାନ୍ ଅଛନ୍ତି । ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ କିରଣଙ୍କୁ ଭାରତର ସବୁଠାରୁ ଧନୀ ମହିଳାର ପରିଚୟ ମିଳିଛି

priyanka-tibriwal
ମମତାଙ୍କ ବିରୋଧରେ ଛିଡ଼ାହେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା: ଭବାନୀପୁରରେ ଜୋରଦାର ହେବ ଲଢେଇ

ଭାରତୀୟ ଜନତା ପାର୍ଟି (ବିଜେପି) ଭବାନୀପୁର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ଦଳ। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଟିଏମସିର ପ୍ରାର୍ଥୀ ଭାବରେ ଛିଡ଼ା ହେବେ।

petroll
ତେଲ ଦେବା ବେଳେ ଆପଣଙ୍କୁ ଏମିତି ଠକିଥାନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ

ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍‌ କଂଟାରେ ସେଟ୍‌ କରୁଛନ୍ତି କି ନାହିଁ?

corona
ଦେଶରେ ଆଜି କମିଲା ସଂକ୍ରମଣ। ୨୪ ଘଣ୍ଟାରେ ୩୪ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା

bricks
ଆଜି BRICS ସମ୍ମିଳନୀ

ଆଜି BRICS ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ ମୋଦି। ଭାରତ ସମେତ ବ୍ରାଜିଲ୍,ଋଷିଆ,ଚୀନ୍,ସାଉଥ ଆଫ୍ରିକା ରାଷ୍ଟ୍ର ସମୂହକୁ ନେଇ ବ୍ରିକ୍ସ ବୈଠକ ତୃତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି।

pramod bhagat
ପାରାଲିମ୍ପିକ୍ସ ଷ୍ଟାର ପ୍ରମୋଦଙ୍କୁ ଭେଟିବେ ମୋଦି

ପାରାଲିମ୍ପିକ୍ସ ଷ୍ଟାର ପ୍ରମୋଦଙ୍କୁ ଭେଟିବେ ମୋଦି। ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧିତ।

CPI MLA
୫୧ ଲିଟର୍‌ ତେଲ ପକାଇଲେ ବିଧାୟକ। ହେଲେ ଗାଡ଼ି ଗଲା ମାତ୍ର ୫୦୦ ମିଟର

ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ

Corona Vaccination
ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୩ ହଜାର ଚିହ୍ନଟ ହେଲେ ଆକ୍ରାନ୍ତ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।