ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ SRCଙ୍କ ସମୀକ୍ଷା । ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି
ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍ । ବାଲେଶ୍ଵର ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି ।
ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।
୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ।
ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ତଳି ଅଞ୍ଚଳରେ ପଶିଲା ପାଣି । ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି ।
ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ।
ଗତ ସନ୍ଧ୍ୟାରେ ଏ ହେଉଛି ବାଇଶି ପାହାଚର ଦୃଶ୍ୟ । ପ୍ରବଳ ବର୍ଷାରେ ପାଣିର ସୁଅ କେତେ ଦେଖିପାରୁଥିବେ । ବଡଦାଣ୍ଡରେ ଛୁଟିଲା ସୁଅ ।
ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଂଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି
ଜଳନିଷ୍କାସନ ସମସ୍ୟାରୁ ଟ୍ୱିନ୍ସିଟିରେ ସାଂଘାତିକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।
ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷିବ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଂଟା ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି ହୋଇଛି । ୪ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବର୍ଷା ବଢ଼ିଲେ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସ୍କୁଲ ନାଁ ସୁଇମିଙ୍ଗ ପୁଲ । ସ୍ଥିତି ଏମିତି ହେଲାଣି ଯେ ପିଲାମାନେ ପାଠ ପଢିବା ସହିତ ସୁଇମିଙ୍ଗ ବି ଶିଖିବେ । ଦେଖୁନାହଁନ୍ତି ବିଦ୍ୟାଳୟରେ କେମିତି ଆଣ୍ଠୁଏ ଉଚ୍ଚର ପାଣି ଜମିଛି... ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଂଟାପଡା ପଂଚାୟତ ଅନ୍ତର୍ଗତ ପୋଡାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର
ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ବିଚ୍ଛିନ୍ନ ହୋଇଯାଇଛି ବହୁ ଇଲାକା। ଦୁର୍ଗମ ଅଞ୍ଚଳରେ ବଢ଼ିଯାଇଛି ଦୁର୍ଦ୍ଦଶା । ଏମିତି କିଛି ଦେଖିବାକୁ ମିଳିଛି ବାୟାପଡା ଘାଟିରେ ।
୧୫ ଜଣଙ୍କ ମୃତ୍ୟୁ, ଦବିହୋଇ ରହିଛନ୍ତି ଆହୁରି ଅନେକ । ଉଦ୍ଧାର କାର୍ଯ୍ୟ ଜାରି ।
ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ । କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତିକୁ ବର୍ଷା ୱାର୍ଣ୍ଣିଂ ।
ଦେଶରେ ସକ୍ରିୟ ରହିଛି ମୌସୁମୀବାୟୁ । ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି । ଉତ୍ତରାଖଣ୍ଡ ଓ କୋଙ୍କଣରେ ହେବ ଭାରି ବର୍ଷା କହିଲା IMD ।
ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।
୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି।
୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା ।
ପ୍ରତିଦିନ ଉତ୍ତର ଭାରତରୁ ଆସୁଛି ଛାତି ଥରାଇଲା ଭଳି ଦୃଶ୍ୟ। ବର୍ଷା ସମ୍ଭାବନା ନେଇ ଆସନ୍ତା ଦୁଇ ଦିନ ଯାଏ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି।
ହିମାଚଳରେ ହାହାକାର ସ୍ଥିତି, ଉବୁଟୁବୁ ଉତ୍ତରାଖଣ୍ଡ । ପାହାଡ଼ିଆ ନଈର ଉଗ୍ର କରାଳ ରୂପ। ଲୋକଙ୍କ ଆଖି ଆଗରେ ନିଶ୍ଚିହ୍ନ ହୋଇଯାଇଛି ବହୁତଳ କୋଠା। ଅବିଶ୍ରାନ୍ତ ମୌସୁମୀ ବର୍ଷା ପ୍ରଳୟ ରଚିଛି ସମଗ୍ର ଉତ୍ତର ଭାରତରେ।