• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dhenkanal

Winged Guests Flock To Bramhani River In Dhenkanal
ହଜିଗଲାଣି କାଜ ଚକୁଆଙ୍କ ପ୍ରେମ କାହାଣୀ

ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ। ହେଲେ ଆମ ମଣିଷ ସମାଜ ଉପରୁ ସେମାନେ ବିଶ୍ୱାସ ତୁଟାଇ ଦେଲେଣି। ଆଗରୁ ହଜାର ହଜାର ଆସୁଥିଲେ। ଏବେ ଆଉ ଆସୁ ନାହାନ୍ତି।

ଢେଙ୍କାନାଳ ସହରର ଯୁବ ସ୍ୱେଚ୍ଛାସେବୀ
ପାଣିଓହଳାର ସୁରକ୍ଷା ଚିନ୍ତାରେ ଯୁବଗୋଷ୍ଠୀ, ସନ୍ଧ୍ୟା ହେଲେ ଧରୁଛନ୍ତି ଠେଙ୍ଗାବାଡି

ଯେତେବେଳେ ବାତ୍ୟା ଆସିଛି ଢେଙ୍କାନାଳ ସହର ପାଇଁ ଢାଲ ହୋଇ ଛିଡା ହୋଇଛି ପାଣିଓହଳା ପାହାଡ । ଏହି ଜଙ୍ଗଲର ସୁରକ୍ଷା ପାଇଁ ଦିନ ଓ ରାତିକୁ ଏକ କରିଦେଇଛନ୍ତି କିଛି ସ୍ୱେଚ୍ଛାସେବୀ । ଗଛ ଲଗାଉଛନ୍ତି, ନିଆଁ ଲିଭାଉଛନ୍ତି । ଠେଙ୍ଗାବାଡି ଧରି ଜଗୁଛନ୍ତି ଜଙ୍ଗଲ ।

Wife & Son Stages Dharna Outside Husband’s House In Dhenkanal
ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣା

ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପତ୍ନୀ । ୨୫ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ । ଶୁଣନ୍ତୁ ଧାରଣାରେ ବସିବା କାରଣ ...|

ନିଜ ଶିଶୁପୁତ୍ର ଜୀବନ ପାଇଁ ଭିକ୍ଷା ମାଗିଛନ୍ତି  ପିତାମାତା
ଶିଶୁପୁତ୍ରର ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ବାପାମା'

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।

cutting palm was taken to a hospital
ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ

ଢେଙ୍କାନାଳ: ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍‌ ଅନ୍ତର୍ଗତ ରାଜକିଶୋରପୁର ଗାଁରେ।

Water Scarcity Grips In Dhenkanal, Locals Stage Protest
ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ଲୋକେ

ପାଣି ପାଇଁ ରାସ୍ତାରୋକ । ପାନୀୟ ଜଳ ସମସ୍ୟାକୁ ନେଇ ଗରା ବାଲଟି ଧରି ଶତାଧିକ ଲୋକଙ୍କ ରାସ୍ତାରେ ବସିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ।

laxmipuja
ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି।

Dhenkanal & Kendrapara Gear Up For Gaja Lakshmi Puja With Covid Restriction
ଆଜିଠୁ ଗଜଲକ୍ଷ୍ମୀ ପୂଜା ହେଲେ ନାହିଁ ସରାଗ

ମା ଗଜଲକ୍ଷ୍ମୀଙ୍କର ପୂଜାରେ ଲାଗିଛି କରୋନା କଳଙ୍କ। କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ଚାଲିଛି ପୂଜା

atm loot
ଢେଙ୍କାନାଳରେ ଚୋର ପୋଲିସ୍ ଖେଳ

ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ

ATM LOOT
୪୦ ମିନିଟ୍‌ର ବାଗୁଡ଼ି ଖେଳ ପରେ ଧରାପଡ଼ିଲେ ଲୁଟେରା

ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ

Baijayant Panda
ଢେଙ୍କାନାଳ NCC ୧୨ ବାଟାଲିୟନରେ NCCର ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ତା

ଢେଙ୍କାନାଳ ୧୨ ବାଟାଲିୟନ NCC କାର୍ଯ୍ୟଳୟ ପରିଦର୍ଶନ କଲେ ବୈଜୟନ୍ତ। NCCର ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କ୍ୟାଡେଟ୍ ମାନଙ୍କ ଦ୍ୱାରା ଫାୟାରିଂ, ଓ୍ୱିପନ ସୋ, ଅବଷ୍ଟ୍ରାକଲ୍ କୌଶଳ ପ୍ରଦର୍ଶନ ।

ATM LOOT
ଲୁଟ୍‌ କରି ପଳାଉଥିଲେ, ଅଧା ରାସ୍ତାରେ ମାଡ଼ି ବସି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଉଦ୍ଧାର କଲା ପୋଲିସ

ATM ଭ୍ୟାନ୍ ଲୁଟ୍ ଉଦ୍ୟମ ବେଳେ ୩ ଦୁର୍ବୃତ୍ତ କାବୁ ହୋଇଛନ୍ତି। ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ ପୋଲିସ ଧରିଛି। ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଅପରାଧୀ।

doctor
ନିଶାରୁ ଉଠୁନାହାନ୍ତି ଡାକ୍ତରବାବୁ

ମେଡିକାଲ ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର ବାବୁ। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ସିକ୍ୟୁରିଟି ଗାର୍ଡର ସତ ଚେଷ୍ଟା ପରେ ବି ଉଠିଲେନି ଡାକ୍ତର । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Special Story | Retired Doctor In Dhenkanal Turns Tree Man - Earns Accolades From All Quarters
ଢେଙ୍କାନାଳର ଗଛ ମଣିଷ, ପେସାରେ ଡାକ୍ତର, ନିଶା ଗଛ ଲଗେଇବା

ଜୀବନ ସାରା ରୋଗୀ ଦେଖି ଦେଖି ଚାକିରିରୁ ଅବସର ନେଲେ। ପରିଣତ ବୟସରେ ଘରେ ବସି ଅଏସ୍ କରିବା କଥା। କିନ୍ତୁ ଏଇ ବୟସରେ ସେ ଗୋଟିଏ ନିଶାରେ ପଡ଼ିଛନ୍ତି।

Land Scam
ଜମି କେଳେଙ୍କାରୀ ମାମଲା: ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ୍‌

ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Drought Fear In Dhenkanal
ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ନଷ୍ଟ ହେବାକୁ ବସିଲାଣି ତଳି

ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ତଳି ନଷ୍ଟ ହେବାକୁ ବସିଲାଣି। ଯଦି ଆଗକୁ ବର୍ଷା ପରିମାଣ ନ ବଢ଼େ, ତା’ହେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା କରିଛନ୍ତି ଚାଷୀ।

Dhenkanal Forest Department Traces Presence Of 7 Leopards
ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ

ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ। ଜଙ୍ଗଲ ଭିତରେ ଅଣ୍ଡିରା କଲରାପତରିଆ ବାଘ ବୁଲୁଥିବା ଦୃଶ୍ୟ ବନବିଭାଗର କ୍ୟାମେରାରେ କଏଦ ହୋଇଛି।

The First Odia Hockey Coach
ଜଣେ ଅବହେଳିତ ଦ୍ରୋଣାଚାର୍ଯ୍ୟ,ଅପରିଚିତ ଭାବେ ଜୀବନ କାଟୁଛନ୍ତି ପୂର୍ବତନ ହକି କୋଚ୍‌

ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି। ଜାତୀୟ କ୍ରୀଡାର ଏଭଳି ଜଣେ ଅବହେଳିତ ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁର ଗିରିଧାରୀ ସାମଲ।

Sarathi baba
ଫେରିଲେ ମାନ୍ୟବର? ସାରଥୀଙ୍କ ଫଟୋରୁ କୁଆଡ଼େ ବାହାରୁଛି ବିଭୂତି ଓ ଗଙ୍ଗାଜଳ, ଫଳମୂଳ ଦେଲେ ହୋଇଯାଉଛି ଉଭାନ୍‌...

ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍‌ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।

Vigilance  Raid
କଳା ଧନର ଗୁମର ଖୋଜୁଛି ଭିଜିଲନ୍ସ ଟିମ୍ ,ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍

ଭିଜିଲାନ୍ପସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଭୂବନ ବ୍ଲକ୍ ଦିଘି ଓ ମଠକରଗୋଳ ପଞ୍ଚାୟତ ପିଇଓଙ୍କ ଘରେ ଚଢାଉ । ପିଇଓ ସନ୍ତୋଷ ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ । ଗୋଟିଏ ତିନି ମହାଲା କୋଠା ଓ ୨ଟି ଏକ ମହଲା କୋଠା ଠାବ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରଯାଇଛି ।

dhenkanal
ଆଜି ଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘର କାର୍ଯ୍ୟବନ୍ଦ ଡାକରା

ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ ।

Water Probelm
୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ଓଭରହେଡ୍ ଟ୍ୟାଙ୍କ୍ କିନ୍ତୁ ଏବେ ବି ପାଣି ପାଉନାହାନ୍ତି ଲୋକେ

କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ISS Officer
ରୋଷେୟାଙ୍କ ପୁଅ ହେଲେ ଆଇଏସଏସ ଅଫିସର

ବାପା ପ୍ରଫୁଲ ଦାସ ଓ ମାଆ ଝରଣା ଦାସଙ୍କ ସାନ ପୁଅ ହେଉଛନ୍ତି ପ୍ରଭାତ । ଅଭାବ ଅନଟନ ଭିତରେ ରହି ମଧ୍ୟ ପ୍ରଭାତ କେବେ ହାର ମାନି ନାହାଁନ୍ତି ସେ। ୨୦୦୬ ମସିହାରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରୁ ପାସ କରିବା ପରେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ । ବିଜ୍ଞାନ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ମାର୍କ ଯୋଗୁଁ ଏଥିରୁ ବଂଚିତ ରହିଥିଲେ ପ୍ରଭାତ । ପରେ ୨୦୧୧ ମସିହାରେ ଢେ଼ଙ୍କାନାଳ ସ୍ୱୟଂ ଚାଳିତ ମହାବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଶେଷ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପରିସଂଖ୍ୟାନ ବିଭାଗରେ ପିଜି ,ଏମ.ଫିଲ ଓ ପି .ଏଚଡି କରି ଡ଼କ୍ଟେରେଟ ଅର୍ଜନ କରିଥିଲେ ପ୍ରଭାତ ।

lightning
ବଜ୍ରାଘାତରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: ବଜ୍ରାଘାତ ଜଣଙ୍କର ଜୀବନ ନେଇଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କନ୍ତୁର ଚାନ୍ଦପୁର ଗାଁର ନରେଶ ଦେହୁରୀ। ଗୁରୁତର ହୋଇପଡ଼ିଥିବା ଅମ୍ରିତ ମହାପାତ୍ରଙ୍କ ଘର ଆମ୍ବପଳାସ ଗାଁରେ। ଦୁଇଜଣ ଯାକ ଗାଁ ନିକଟସ୍ଥ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପରଜଙ୍ଗ […]

elephant
କୂଅରେ ଖସି ପଡ଼ିଲା ହାତୀ ଛୁଆ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବାରୁଆଁ ପଞ୍ଚାୟତ ଜାମୁଝରାରେ ଥିବା ଖୋଲାକୂପ (ବାମ୍ପି)ରେ ଏକ ମାଈହାତୀ ଖସି ପଡ଼ିଛି । ଗତକାଲି ରାତିରେ ହାତୀଟି ବାମ୍ପିରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ  ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ଉକ୍ତ ହାତୀର ବୟସ ୪ ବର୍ଷ ହେବ ବୋଲି ରେଞ୍ଜର ବିଭୂଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।