• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19

104
୧୦୪ କୁ କଲ୍‌ କରି କିଏ ପ୍ରେମଗୀତ ଶୁଣାଉଛି ତ ଆଉ କିଏ I Love You କହୁଛି

କରୋନା କାଳରେ କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ । ଜରୁରୀକାଳୀନ ସେବା ସହ ଜଡ଼ିତ ୧୦୪ କୁ ଫୋନ୍ କରି କିଏ ପ୍ରେମଗୀତ ଶୁଣାଉଛନ୍ତି ତ ଆଉ କିଏ କହୁଛନ୍ତି ଆଇ ଲଭ୍ ୟୁ ।

RTPR Test Lab
ଖବ୍‌ଶୀଘ୍ର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍

ଆସନ୍ତା ୧୫ରୁ ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍ । ରାଜ୍ୟରେ ବର୍ତ୍ତମାନ ୧୪ ଜିଲ୍ଲାରେ ଲ୍ୟାବ ଥିବା ବେଳେ ଆଉ ୧୬ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ କରାଯିବ । ଏନେଇ ଟେଣ୍ଡର ଦିଆସରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

covid infection in china
ଉହାନରେ ପୁଣି ବ୍ୟାପିଲା କରୋନା ମହାମାରୀ

ପୁଣି ଚର୍ଚ୍ଚାକୁ ଆସିଲା ଉହାନ। କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ। ଦୀର୍ଘ ୭ ମାସ ପରେ ମଙ୍ଗଳବାର କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

1078 new Covid19 positive cases in odisha
ରାଜ୍ୟରେ ପୁଣି ହଜାରେ ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୬୫ ଆକ୍ରାନ୍ତ ମୃତ

ରାଜ୍ୟରେ ପୁଣି ହଜାରେ ଉପରକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

coronavirus
ଦେଶର ୪୪ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ, ରାଜ୍ୟରେ କମୁଛି ସଂକ୍ରମଣ

ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ପ୍ରେସମିଟ୍ କରି ସୂଚନା ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁଯାୟୀ, ୧୧ଟି ରାଜ୍ୟର ୪୪ଟି ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ରହିଛି ।

Marburg Virus
ଆସିଲା ନୂଆ ବିପଦ : ମାରାତ୍ମକ ହେଉଛି ମାରବର୍ଗ ଭାଇରସ

ଦୁନିଆରେ କରୋନା ଭାଇରସକୁ ନେଇ ଆତଙ୍କ ରହିଛି। ଏହାରି ଭିତରେ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଲାଣି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହା ନିଶ୍ଚିତ କରିଛି। ଏହି ଭାଇରସକୁ ଇବୋଲା ଏବଂ କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଉଛି। ଏହା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ। ଏଭଳି ପରିସ୍ଥିତିରେ ଗିନିର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Covid death
ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି: ବିଜେପି

ଏବେ ପ୍ରଶ୍ନ ଉଠୁଛି, କୋଭିଡ୍ ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ ବି କାହିଁକି କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ସରକାର।   

protest
କଲବଲ କରୁଛି ମହାମାରୀ : ପେଟପାଟଣା ପାଇଁ ରାଜଧାନୀରେ ବିକ୍ଷୋଭ

କେନ୍ଦୁଝରରେ ମଧ୍ୟ ଜିମ୍ ମାଲିକ, ଟେଣ୍ଟ ହାଉସ ଏବଂ ଲାଇଟ ଆଣ୍ଡ ସାଉଣ୍ଡ ସଂଘର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାଯର୍ୟରେ ୩ଶହ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

Technical Institutions  Reopen
ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଥିଲେ ବି ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ କ୍ଲାସ୍ ରୁମ୍ ପାଠପଢ଼ା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁମତି ଦେଇଛି। ଏଥିପାଇଁ ଏସ୍ଓପି ମଧ୍ୟ ଜାରି ହୋଇଛି

Mumbai Local Train
ମୁମ୍ବାଇରେ କୋହଳ ହେଲା କଟକଣା, ଚାଲିବ ଲୋକାଲ ଟ୍ରେନ୍‌ କିନ୍ତୁ ଗୋଟିଏ ସର୍ତ୍ତରେ..

ସାରା ଦେଶରେ ଏବେ ବି କରୋନା ଭୟ ସମସ୍ତଙ୍କୁ ଘାରିଛି । କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏମିତିକି ବିଶେଷଜ୍ଞଙ୍କ କହିବାନୁଯାୟୀ, ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ମାନେ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି ।

vaccine
ଅଧିକ ଫଳପ୍ରଦ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ୍ : କରୋନା ଟିକାକୁ ନେଇ ICMRର ନୂଆ ତଥ୍ୟ

ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷାନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶମାନଙ୍କ ପରି ଟିକାକରଣର ମିଶ୍ରିତ ଡୋଜ୍ ଉପରେ ଭାରତରେ ଗବେଷଣା କରାଯାଉଛି

covid positive
ରାଜ୍ୟରେ ପୁଣି ୧,୨୪୩ ସଂକ୍ରମିତ ଚିହ୍ନଟ, ୬୯ ଆଖି ବୁଜିଲେ

ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ।  ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Covid-19 Vaccine
ଭାରତକୁ ଖୁବ ଶୀଘ୍ର ମିଳିପାରେ ସିଙ୍ଗଲ୍-ଡୋଜ୍ ଟିକା

ଆମେରିକା ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଭାରତରେ କରୋନା ବିରୋଧରେ ସିଙ୍ଗଲ୍ -ଡୋଜ୍‌ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମାଗିଛି। ଯଦି ଏହାକୁ ସରକାର ମଞ୍ଜୁର କରନ୍ତି, ତେବେ ଏହା ଚତୁର୍ଥ ଟିକା ହେବ, ଯାହା ସାହାଯ୍ୟରେ ଭାରତରେ ମହାମାରୀ ବିରୋଧରେ ଲଢେଇ ଚାଲିଛି। ପ୍ରକାଶଥାଉ ଯେ ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ଋଷର ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିରାଟ ଟିକାକରଣ ଅଭିଯାନ ଚାଲିଛି। କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟନିକ୍-ଭି, ଏହି ତିନୋଟି ହେଉଛି ଡବଲ୍-ଡୋଜ୍ ଟିକା।

people wearing mask
ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୧୨୦୮ ନୂଆ ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଅଗଷ୍ଟ ୫ର ରିପୋର୍ଟ ଅନୁସାରେ ୧୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୦୬ ରହିଛି।

Bijay Panigrahi
ଟିକାକରଣରେ ଏବେ ଗ୍ରାମାଞ୍ଚଳକୁ ଫୋକସ୍, ଶୀଘ୍ର ଟିକାକରଣ ସାରିବାକୁ ଲକ୍ଷ୍ୟ

ଟିକାକରଣରେ ଏବେ ଗ୍ରାମାଞ୍ଚଳକୁ ଫୋକସ୍ । ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଯେତେଶୀଘ୍ର ସମ୍ଭବ ଟିକାକରଣ ସାରିବାକୁ ଚେଷ୍ଟା କରୁଛୁ ।

BMC
ଟିକା କେନ୍ଦ୍ରରେ ଲମ୍ବା ଲାଇନ୍‌, ହେଲେ BMC କହୁଛି କେହି ନାହାନ୍ତି ଟିକା ନେବାକୁ !

ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦାବି କରୁଛି ବିଏମ୍‌ସି । ଏମିତିକି ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖୁବ୍ ପ୍ରଚାର ଦେଖିବାକୁ ମିଳୁଛି ।

cm-naveen
ରାଜ୍ୟବାସୀଙ୍କୁ ପୁଣି ସତର୍କବାଣୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନମାନିଲେ ପୁଣି ଲକଡାଉନ କରାଯିବ ବୋଲି ସତର୍କ କଲେ । ଦେଶର ଅନ୍ୟ ରାଜ୍ୟରେ କୋଭିଡ଼ କେସ୍ ବଢୁଛି । ଭୁବନେଶ୍ୱରରେ କୋଭିଡ୍‌ କେସ୍ ସ୍ଥିର ରହିଛି । 

Covid-19
ରେଷ୍ଟୁରାଣ୍ଟ-ଜିମ୍ ଯିବାକୁ ହେଲେ ଟିକାକରଣ ଜରୁରୀ

ଆଜିକାଲି କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ସଚେତନତା ବୃଦ୍ଧି ପାଇଛି। ପ୍ରତ୍ୟେକ ଦେଶ ନୂଆ ନିୟମ ଲାଗୁ କରୁଛନ୍ତି। ଏହି ସମୟରେ, ନ୍ୟୁୟର୍କ ମଙ୍ଗଳବାର ଘୋଷଣା କରିଛି ଯେ କରୋନା ଭାଇରସର ଡେଲ୍‌ଟା ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କର୍ମଚାରୀ ଏବଂ ଗ୍ରାହକଙ୍କୁ ଇନ୍‌ଡୋର୍‌ ଡାଇନିଂ କିମ୍ବା ରେଷ୍ଟୁରାଣ୍ଟ, ଫିଟ୍‌ନେସ୍ ଏବଂ ମନୋରଞ୍ଜନ ସୁବିଧା ପାଇଁ ଟିକାକରଣ କରିବା ଜରୁରୀ।

Health Director Bijay Mohapatra
ଖୁବ୍‌ ଶୀଘ୍ର ରାଜ୍ୟରେ ଖୋଲିବ ଆଉ ୧୪ RTPCR ଲାବ୍‌

କୋଭିଡ ମହାମାରୀ ତାଣ୍ଡବ ଥମିନି। ଏବେ ବି ୨ୟ ଲହରର ଭୟାବହତା ଭିତରେ ବଞ୍ଚିଛନ୍ତି ରାଜ୍ୟବାସୀ। ତା ଭିତରେ ତୃତୀୟ ଲହର  ଅଗଷ୍ଟରେ ଆସିବ ବୋଲି ଚେତାବନୀ ଦିଆଗଲାଣି।

Independence Day
ସାଧାରଣତନ୍ତ୍ର ଦିବସକୁ ନେଇ MHAର ଆଡଭାଇଜରୀ : ବଡ଼ ସଭା ଆୟୋଜନ ନକରିବାକୁ ରାଜ୍ୟ ଗୁଡ଼ିକୁ ପରାମର୍ଶ

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

Coronavirus
କରୋନାର ଦ୍ୱିତୀୟ ଲହରୀ : କେରଳରେ ୧.୧୨ ଗୁଣ, ମଧ୍ୟପ୍ରଦେଶରେ ୨.୮୬ ଗୁଣ ମୃତ୍ୟୁ ସଂଖ୍ୟା

ଦୁଇ ମାସ ମଧ୍ୟରେ କରୋନା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ । ଘରେ ଘରେ ଲୋକଙ୍କ ମୃତ୍ୟୁ ଘଟିଥିଲା । କେତେ ପିଲା ଅନାଥ ହୋଇଗଲେ, ତ କେତେ ପରିବାର ଉଜାଡ଼ିଦେଲା ମହମାରୀ । ତେବେ ଏହାରୀ ଭିତରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଠୁଛି, କରୋନା କାରଣରୁ ଏପର୍ଯ୍ୟନ୍ତ କେତେ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ପ୍ରଶ୍ନ ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ।

people come from other states
ଓଡ଼ିଶା ଆସିବା ପାଇଁ ହଟିଲା କଟକଣା

ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ ରିପୋର୍ଟ(ଆଣ୍ଟିଜେନ୍‌/ RTPCR ନେଗେଟିଭ ରିପୋର୍ଟ) କିମ୍ବା କରୋନା ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ନାହିଁ।

heart-attack
’କରୋନାରୁ ସୁସ୍ଥ ହେବାର ୨ସପ୍ତାହ ମଧ୍ୟରେ ହୃଦଘାତର ଆଶଙ୍କା ଅଧିକ’ : ଲାନସେଟର ଦାବି

COVID-19କୁ ସୁସ୍ଥ ହେବା ପରେ ପ୍ରଥମ ଦୁଇ ସପ୍ତାହରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ତିନି ଗୁଣ ବଢ଼ିଯାଏ । ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏପରି ଦାବି କରାଯାଇଛି । ସ୍ୱିଡେନରେ ଫେବୃଆରୀ ୧ରୁ ସେପ୍ଟେମ୍ବର ୧୪, ୨୦୨୦ ମଧ୍ୟରେ ୮୭,୭୪୨ କରୋନା ରୋଗୀ ଏବଂ ୩,୪୮,୪୮୧ ଜଣ ସାଧାରଣ ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା

corona testing
ରାଜ୍ୟରେ ୧୩୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୬୬ ଆକ୍ରାନ୍ତ ମୃତ

ରାଜ୍ୟରେ ୧୩୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୬୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୫୩ ରହିଛି। କଟକରୁ ୧୯୮ ଚିହ୍ନଟ ହୋଇଛନ୍ତି। 

flight
କଟକଣା କୋହଳ କଲା ୟୁଏଇ, ସାର୍ଟିଫିକେଟ୍‌ ଦେଖାଇ ଯାଇପାରିବେ ଭାରତୀୟ

ପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ । ଆସନ୍ତା ୫ ତାରିଖରୁ ଟିକାର ଦୁଇଟି ଡୋଜ୍ ନେଇଥିବା ଭାରତୀୟ ୟୁଏଇ ଯାଇପାରିବେ । ତେବେ ଏଥିପାଇଁ ଭାରତୀୟ ନାଗରିକଙ୍କ ପାଖରେ ବୈଧ ପ୍ରମାଣପତ୍ର ସହ ଟିକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଜରୁରୀ ।