ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ କରାଯାଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।
ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି ।
ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍ ଉପରେ ବୋମାମାଡ଼ ହୋଇଛି।
ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ୍ ସିଟି ହଲରେ ଏହି ବିସ୍ଫୋରଣ ଘଟିଛି। ଏହି ବଡ଼ ଧରଣର ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା ।
କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଝାରପଡ଼ା ଅଞ୍ଚଳର ଏକ ଘରେ ବିସ୍ଫୋରଣ ଘଟିଛି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଥାନାରେ ଏତଲା ଦିଆଯାଇଛି ।
ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ବୋମା ତିଆରି କରୁଥିବା ଛାତ୍ର ଜଣକ ହେଉଛନ୍ତି ଆଲ୍ହାବାଦ ବିଶ୍ୱବିଦ୍ୟାୟରେ ଏମ୍ଏ ପାଠ ପଢ଼ୁଥିବା ପ୍ରଭାତ ଯାଦବ । ସେ ପିସି ବାନାର୍ଜୀ ହଷ୍ଟେଲ୍ରେ ରହୁଥିଲେ । ସେଇଠାରେ ହିଁ ଏହି ବୋମା ବିସ୍ଫୋରଣ ହୋଇଛି ।
ସେହିଭଳି ପ୍ରାର୍ଥନାସଭା ଆୟୋଜନକାରୀ ସମ୍ପ୍ରଦାୟ ଛୋଟ ଛୋଟ ପିଲାଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାରଣ କରିଛନ୍ତି। ଏଥି ସହିତ ଭୋଟ ନଦେବା, ସରକାରୀ ଚାକିରି ନକରିବା ଏବଂ ସେନାରେ ୟଯୋଗ ନଦେବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି।
ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।
ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।
ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍ପି ନୱାଜ ଗଶ୍କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।
ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି ।
ପାକିସ୍ତାନର ସ୍ୱାତରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ପୋଲିସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।
ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର ।
ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି।
ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।
ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ପ୍ରାୟ ୮୮ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା । ଦେଖାଯାଇଥିଲା ଯେ, ବୋମା ବିସ୍ଫୋରଣର ଅଳ୍ପ ସମୟ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚଂପଟ ମାରିଥିଲା ।
ପୁଣି ଥରିଲା ବ୍ରହ୍ମଗିରି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅସାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ମାତ୍ର କେଇ ମିନିଟ୍ ଭିତରେ ପୁରା ଅଞ୍ଚ ହୋଇଗଲା ଧୁଆଁମୟ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା ।
ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ବାଂଲାଦେଶର ନୋଆଖଲି ସ୍ଥିତ ଇସ୍କନ ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ । ଶୁକ୍ରବାର ୨ଶହରୁ ଅଧିକ ଦୁର୍ବୃତ୍ତ ଅଚାନକ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ। ଦେଖନ୍ତୁ ଖବର