• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Virat Kohli
T20 World Cup: ୨ଟି ପରାଜୟ ପରେ ବି ରହିଛି ଭାରତର ସେମିଫାଇନାଲ ଆଶା, ଜାଣନ୍ତୁ କ’ଣ କହୁଛି ଗଣିତ ?

ଦଳର ଲଗାତର ଦୁଇଟି ମ୍ୟାଚ୍‌ରେ ପରାଜୟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଭାରତକୁ କିଏ ସମବେଦନା ଜଣାଉଛି ତ କିଏ କହୁଛି ଭଗବାନ ହିଁ ଏବେ ସାହାଭରସା । କାରଣ ପୂର୍ବରୁ ଭାରତକୁ ହିଁ ବିଶ୍ୱକପ୍‌ର ଏକମାତ୍ର ଦାବିଦାର ବୋଲି କୁହାଯାଉଥିଲା ।

VVS Laxman
ପରିବାରର ଇଚ୍ଛା ଥିଲା ଡାକ୍ତର, କିନ୍ତୁ ହେଲି କ୍ରିକେଟର

ଭାରତୀୟ କ୍ରିକେଟ ଇତିହାସରେ ଭି.ଭି.ଏସ ଲକ୍ଷ୍ମଣ ଏପରି ଏକ ନାମ, ଯାହାଙ୍କର ପ୍ରଶଂସା କଲେ ସରିବ ନାହିଁ । ଆଜି ହେଉଛି ସେଇ ପ୍ରତିଭାଶାଳୀ କ୍ରିକେଟରଙ୍କ ୪୭ ତମ ଜନ୍ମଦିବସ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାନଙ୍କରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ସାରା ବିଶ୍ୱ ମନେ ରଖିଛି ।

ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ
ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି। 

T20 World Cup | India To Take On New Zealand Today
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା

ଟି-୨୦ ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା । ଦୁଇ ଦଳ ପାଇଁ କର ବା ମର ମ୍ୟାଚ ହେବ ।

India vs New Zealand
T20 World Cup: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ଦମ୍‌ଦାର୍‌ ମ୍ୟାଚ୍‌

ଆଜି ଖେଳାଯିବ ଏକ ଦମ୍‌ଦାର୍‌ ମ୍ୟାଚ୍‌। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍‌ର ସେମିଫାଇନାଲ ପ୍ରବେଶ ଆଶା ରହିବ।

National Javelin Throw Championship
ନ୍ୟାସନାଲ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍‌ରେ ବ୍ରହ୍ମଗିରିର ପୁଅ ଚାମ୍ପିୟନ

ତୃତୀୟ ଜାତୀୟ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍‌ରେ ବ୍ରହ୍ମଗିରିର କିଶୋର କୁମାର ଜେନା ୭୪.୨୬ ମିଟର ଥ୍ରୋ କରି ଚାମ୍ପିୟନ ହୋଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସିନିୟର ରିପୋର୍ଟର।

Afghanistan Vs Pakistan Match
ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରେସ୍‌ କନ୍‌ଫରେନ୍ସ ଛାଡ଼ି ପଳାଇଲେ ଆଫଗାନିସ୍ତାନ କ୍ୟାପ୍‌ଟେନ୍‌

ଆଫଗାନିସ୍ତାନରେ ତାଲିବାନ ଶାସନକୁ ସାରା ବିଶ୍ୱରେ ସମସ୍ତେ ଏହାକୁ ବିରୋଧ କରୁଥିବା ବେଳେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଥିଲା। ହେଲେ ଏବେ କ୍ରିକେଟ ପଡ଼ିଆରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଜଣେ ପାକ୍‌ ସାମ୍ବାଦିକ ପ୍ରେସ୍‌ କନ୍‌ଫରେନ୍ସ ଆଫଗାନିସ୍ତାନ ଅଧିନାୟକଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିଥିଲେ ଯାହାକୁ ନାପସନ୍ଦ କରିଥିଲେ ଆଫଗାନୀ ଅଧିନାୟକ।

Rasid Khan
ଲସିଥ୍ ମାଲିଙ୍ଗାଙ୍କୁ ପଛରେ ପକାଇ ଇତିହାସ ରଚିଲେ ରସିଦ ଖାନ

ରେକର୍ଡ ସୃଷ୍ଟି କଲେ ରସିଦ୍ ଖାନ । ଗତକାଲି ମ୍ୟାଚରେ ନିଜର ଚମତ୍କାର ବୋଲିଂ ଦ୍ୱାରା ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍ ମଲିଙ୍ଗାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯଦିଓ ଆଫଗାନିସ୍ତାନ ଗତକାଲି ପାକିସ୍ତାନ ଠାରୁ ମ୍ୟାଚ ହାରି ଯାଇଛି, କିନ୍ତୁ ଆଫଗାନିସ୍ତାନର ସ୍ପିନ ବୋଲର ରସିଦ୍ ଖାନ ଇତିହାସ ରଚିଛନ୍ତି । ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ଗତିରେ ୧୦୦ ୱିକେଟ ନେବାର ଇତିହାସ ରଚିଛନ୍ତି ।

Pakistan wins against Afghanistan
ହ୍ୟାଟ୍ରିକ ବିଜୟ ସହ ତାଲିକାର ଶୀର୍ଷରେ ପାକିସ୍ତାନ୍

ଆଇସିସି ଟି-ଟ୍ବେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି ପାକିସ୍ତାନ । ଗତକାଲି ଦୁବାଇରେ ଖେଳାଯାଇଥିବା ସୁପର ୧୨ ଗ୍ରୁପ ୨ର ଏକ ମ୍ୟାଚରେ ବିପକ୍ଷୀ ଟିମ୍ ଆଫଗାନିସ୍ତାନକୁ ୫ ଓ୍ୱିକେଟରେ ହରାଇ ଲଗାତାର ତୃତୀୟ ବିଜୟ ହାସଲ କରିବାରେ ସମର୍ଥ ହୋଇଛି ପାକିସ୍ତାନୀ ଟିମ୍ ।

Virat Kohli
ଅଲରାଉଣ୍ଡର ଅଭାବ ! ସାମ୍ନାରେ ନ୍ୟୁଜିଲ୍ୟାଣ୍ଡ, କ’ଣ କରିବ ଭାରତ ?

ଚଳିତ ବଶ୍ୱକପ ଟି-୨୦ ଜିତିବାର ପ୍ରବଳ ଦାବିଦାର ହେଉଛି ଭାରତ । ଦଳରେ ଅନେକ ମ୍ୟାଚ୍‌ ୱିନର ଅଛନ୍ତି। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପୂରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି ।

T 20 World Cup
ଟି-୨୦ ବିଶ୍ୱକପ୍‌: କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ

କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ। ଉଭୟ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ଦୁଇଟି ଲେଖାଏଁ ପରାଜୟ ବରଣ କରିସାରିଥିବାରୁ ଆଜିର ମ୍ୟାଚ ବେଶ୍ ଗୁରୁତ୍ୱ ବହନ କରୁଛି।

Pramod Bhagat
ଖେଳରତ୍ନ ପାଇଁ ପ୍ରମୋଦଙ୍କ ନାଁ !

ମର୍ଯ୍ୟାଦାଯୁକ୍ତ ସର୍ବୋଚ୍ଚ ଖେଳରତ୍ନ ସମ୍ମାନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିସ କରାଯାଇଛି.. ୨୦୨୧ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ କରାଯାଇଥିବା ବେଳେ ସେଥିରେ ରହିଛି ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ନାଁ.

harun papa
ଏ ଯୁଗର ଗୁରୁ ଦ୍ରୋଣ : ମାଗଣାରେ ପିଲାଙ୍କୁ ଖେଳ ପ୍ରଶିକ୍ଷଣ ଦେଉଛନ୍ତି ହାରୁନ ଖାଁ

ପେଶାରେ ଓକିଲ ନିଶା ଖେଳ ପ୍ରଶିକ୍ଷଣ । ସମସ୍ତଙ୍କ ପ୍ରିୟ ରେଢାଖୋଲର ହାରୁନ ପାପା । ପିଲାଟି ଦିନରୁ ଖେଳ ପ୍ରତି ଥିଲା ଅହେତୁକ ରୁଚି । ଆନ୍ତର୍ଜାତିକ ସ୍ତରରେ ନିଜକୁ ଦେଖିବାର ସ୍ୱପ୍ନ ଦେଖିଥିଲେ, ହେଲେ ତାଙ୍କର ସ୍ୱପ୍ନ ପୂରଣ ହୋଇପାରିଲାନି

Pramod Bhagat
ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ

୨୦୨୧ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ କରାଯାଇଛି। ଅର୍ଜୁନ ପୁରସ୍କାର ପାଇଁ ୩୫ ଜଣ ଖେଳାଳିଙ୍କ ନାଁ ସୁପାରିସ ହୋଇଛି। 

Junior Hockey WorldCup
ବିନା ଦର୍ଶକରେ ହେବ ହକି ମ୍ୟାଚ

ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି । ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ୍ କଟକଣାରେ ହେବ ମ୍ୟାଚ।

Rahul Dravid
ଟିମ୍ ଇଣ୍ତିଆର ମଙ୍ଗ ଧରିବେ କି ରାହୁଲ ଦ୍ରାବିଡ!

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି ।

Kalinga Stadium
ବିନା ଦର୍ଶକରେ ଭୁବନେଶ୍ୱରରେ ହେବ ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍‌

ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍। ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି।

Cricketer Mohammed Shami
ICUରେ ଥିଲା ଝିଅ, ତଥାପି ଦେଶ ପାଇଁ ମ୍ୟାଚ୍‌ ଖେଳୁଥିଲେ ଶାମି...କୋହଲି ବି ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ

ପାକିସ୍ତାନଠୁ ମ୍ୟାଚ୍‌ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍‌ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍‌ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି।

India-Pakistan
ପାକିସ୍ତାନକୁ ସମର୍ଥନ କଲେ, ଏବେ ଚାକିରିରୁ ବରଖାସ୍ତ ହେଲେ

ଭାରତ ହାରିଲା, ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଉ ପାକିସ୍ତାନ ଜିତିବାରୁ ଖୁସି ମନାଇଥିଲେ ସ୍କୁଲ। ଆଉ ଏବେ ଚାକିରିରୁ ବରଖାସ୍ତ ହେଲା। ରାଜସ୍ଥାନର ଜୟପୁରରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

T20 World Cup | Pakistan To Lock Horns With New Zealand Today
ଆଜି ପାକିସ୍ତାନକୁ ଭେଟିବ ନ୍ୟୁଜଲାଣ୍ଡ

T20 ବିଶ୍ୱକପ୍ ଲଢ଼େଇରେ ଆଜି ଆମ୍ନାସାମ୍ନା ହେବେ ଦୁଇ ଟାଇଟେଲ୍ ଦାବିଦାର ପାକିସ୍ତାନ ଓ ନ୍ୟୁଜଲାଣ୍ଡ । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱବହନ କରେ । ନିଜର ପ୍ରଥମ ମ୍ୟାଚ ରେ ଭାରତକୁ ହରାଇବା ପରେ ଏବେ ଫୁଲ୍ ଫର୍ମରେ ରହିଛି ପାକିସ୍ତାନ ଟିମ୍ ।

IPL 2022
୨୦୨୨ IPLରେ ସାମିଲ ହେବେ ଦୁଇ ନୂଆ ଟିମ୍‌, ଜାଣନ୍ତୁ କିଏ..

୨୦୨୨  ଆଇପିଏଲ୍‌ରେ ସାମିଲ ହେବେ ଆଉ ଦୁଇ ନୂଆ ଟିମ୍‌ । ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ଆଇପିଏଲ୍ ଟିମ୍ ପାଇଁ ବିଡିଂରେ ଅଦାନୀ ଗ୍ରୁପ୍ ଏବଂ ଇଂଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ ଗ୍ଲାଜର ବ୍ରଦର୍ସ ବିଡ୍ ଜିତିଥିବା ସୂଚନା ମିଳିଛି ।

Virat Kohli
ବିରାଟଙ୍କ ଜବାବ- ‘ଯଦି କିଛି ବିବାଦ ଚାହୁଁଛ ସିଧାସଳଖ କୁହ...’

ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍‌ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Pakistan Won
ପାକିସ୍ତାନଠୁ ହାରିଲା ଭାରତ

କୋହଲି ଦମଦାର ଅର୍ଦ୍ଧଶତକ କରି ଉଭୟେ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ଆଣିଥିଲେ। କୋହଲିଙ୍କ ସହ ରବୀନ୍ଦ୍ର ଜାଡେଜା ୧୫ ଓଭରରେ ଦଳର ସ୍କୋର ଶହେ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ୧୫୨ ରନ୍ ଟାର୍ଗେଟକୁ ପିଛା କରି ପାକ୍ ଟିମ୍ ବିଜୟ ହାସଲ କରିଛି। 

Malkangiri Athlete
ପେଟ ପାଇଁ ମୂଲ ଲାଗୁଛନ୍ତି ଜାତୀୟ ସ୍ତରୀୟ ଭାରୋତ୍ତଳକ

ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।

Shuttler Rutaparna Panda
ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର

ଋତପର୍ଣ୍ଣା ୨୦୧୯ରୁ ୨୦୨୧ ମଧ୍ୟରେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିିତାରେ ଦେଶର ପ୍ରତିନିଧିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲେଇଛନ୍ତି। ଋତପର୍ଣ୍ଣାଙ୍କ ସମେତ ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ୱାସ୍ତି ସିଂ ଉପବିଜେତା ହୋଇଛନ୍ତି।