• translate

Offbeat Updates

bandege
ଡାଇବେଟିସ୍‌ ରୋଗୀଙ୍କ ଘା' ଭଲ କରିଦେବ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜ୍‌, ଜାଣନ୍ତୁ ଏହା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...‌

: ରୋଷେଇ ଘରେ ହଳଦୀର ବ୍ୟବହାର ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଏଥିରୁ ନିର୍ମିତ ବ୍ୟାଣ୍ଡେଜ୍ ଯେ ରୋଗୀର ଘାକୁ ଶୀଘ୍ର ଭଲ କରିପାରିବ, ତା ହୁଏତ ଅନେକ ଭାବିନଥିବେ।

pakhala-KO
ହଜି ଯାଉଛି କି ଆମ ପଖାଳ ହାଣ୍ଡିର ବାସ୍ନା ?

ଆମ ହାଣ୍ଡିଶାଳରୁ ହଜି ଯାଉଛି କି ପଖାଳ ହାଣ୍ଡି? ଆମ ଖାଦ୍ୟ ଶୈଳୀରୁ ଦୂରେଇ ଯାଉଛି କି ପଖାଳ କଂସା? ଦିନକୁ ଦିନ ପଖାଳଠାରୁ ଆମର ସମ୍ପର୍କ ଛିନ୍ନ ହୋଇଯାଉଛି କି ? ଏହା ଯେ ଆମ ଜୀବନ ଜୀବିକା ଓ ଦିନଚର୍ଯା ସହ ଅତି ଅନ୍ତରଙ୍ଗ, ଏହାକୁ ସେତିକି ସମ୍ମାନ ଦେବାରେ ଆମେ ହେଳା କରି ଦେଉ ନାହାନ୍ତି ତ? ଆଲେଖ୍ୟ:- ଜଗମୋହନ ମହାରଣା ପଖାଳ ଖାଲି ଏକ ଖାଦ୍ୟ ନୁହେଁ, ସକାଳରୁ ସଞ୍ଜ ରାତିରୁ […]

naveen-patnaik
ମୁଖ୍ୟମନ୍ତ୍ରୀଙ୍କୁ ପଖାଳ ଭାରି ପସନ୍ଦ… ଜାଣନ୍ତୁ କାହିଁକି ?

ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂର ପ୍ରସାରିତ କରିଛି ଆମର ପଖାଳ ଭାତ। ସେଇଥି ପାଇଁ ତ ଯିଏ ଓଡ଼ିଶା ଆସେ ପଖାଳ ନ ଖାଇଲେ ତା ମନ ବୁଝେ ନାହିଁ। ଏମିତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଖାଳ ଭାରି ପସନ୍ଦ। ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ […]

pakhala-Health-PKG
ପଖାଳର ଫାଇଦା: ଜାଣିଲେ, ନ ଫୋପାଡି ସାଇତି ରଖିବେ…

ଭୁବନେଶ୍ୱର: ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ଆକର୍ଷଣ ପଖାଳ। ମାର୍ଚ୍ଚ ମାସର ଟାଇଁ ଟାଇଁ ଖରାରେ  ଯେପରି ହାତ ଠାରି ଡାକୁଥାଏ। ଖାଲି ଖରା କାହିଁକି, ଶୀତ ହେଉ କି ବର୍ଷା…ସବୁ ଋତୁ, ସବୁ ଦିନ ପଖାଳର ଆକର୍ଷଣ ମନଲୋଭା।  ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ …ଆଃ, ଭାବିଦେଲେ ଯେମିତି ମୁହଁରେ ପାଣି ଆସିଯାଉଛି।   ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି […]

Pakhala dibas
ଛୁଙ୍କ ପଖାଳରୁ ଚାଇଁ ପଖାଳ; ଜାଣନ୍ତୁ, କେତେ ପ୍ରକାର ପଖାଳ ଖାଆନ୍ତି ଓଡ଼ିଆ...

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଖଟିଖିଆର ଭାତ ହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ଚାହିଦା। ଟେଷ୍ଟି ପାଇଁ ପଖାଳ ସହିତ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡା ଯାଇଥିଲେ ବି କେବେ ହେଲେ ଏହା ନିଜର ମୌଳିକତା ହରାଇ ନାହିଁ। ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ […]

gulabo sapera
ଜନ୍ମ ହେବା ପରେ ଜୀଅନ୍ତା ମାଟିରେ ପୋତି ଦେଇଥିଲେ, ହେଲେ ଏବେ....

ଜୟପୁର: ଆଜିର ଦିନରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠୁ କମ୍‌ ନୁହେଁ। ଅନେକ କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା,ପାରଦର୍ଶିତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି,  ନିଜର ନାଁକୁ ଉଜ୍ଜ୍ୱଳ କରିପାରିଛନ୍ତି। ହେଲେ ଏମିତି ଏକ ଦିନ ଥିଲା ଯେତେବେଳେ ଝିଅମାନଙ୍କୁ ଅଭିଶାପ ଓ ବୋଝ ବୋଲି ଲୋକମାନେ ଭାବୁଥିଲେ। ଏଥିପାଇଁ ଅନେକ ସ୍ଥାନରେ ଝିଅମାନେ ଜନ୍ମ ହେବା କ୍ଷଣି ସେମାନଙ୍କୁ ମାରି ଦେଉଥିଲେ। ୧୯୬୦ ମସିହାରେ ରାଜସ୍ଥାନ ଅଜମୈର ଜିଲ୍ଲାର […]

Odisha
ଚାଷୀଙ୍କ ପାଠ ପଢ଼ା ନିଶା: ୬୫ ବର୍ଷ ବୟସରେ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୪୨ ଥରରେ ମାଟ୍ରିକ୍ ପାସ୍‌‌, ୧୦ ଥରରେ ଦ୍ୱାଦଶ। ୮ ବର୍ଷର ପାଠକୁ ପଢ଼ିବାକୁ ଲାଗିଛି ପ୍ରାୟ ୫୦ ବର୍ଷ। ଫେଲ୍ ହେଲେ ପୁଣି ପରୀକ୍ଷା ଦେଉଥିଲେ। ଥରେ ନହେଲେ ପୁଣି ଆଉ ଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପାଠ ପଢ଼ିବାକୁ ଯେ କେବଳ ବୟସ କିମ୍ବା ଅର୍ଥ ଆବଶ୍ୟକ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ୍‌ ପାରିଖେଦା ଗାଁର ତ୍ରିଲୋଚନ। ବିଫଳତା ସଫଳତାର ସୋପାନ। ବାରମ୍ବାର ବିଫଳ […]

sunstroke
ବଢ଼ୁଛି ତାତି; ଅଂଶୁଘାତରୁ କେମିତି ରକ୍ଷା ପାଇବେ ? ଜାଣନ୍ତୁ...

ଭୁବନେଶ୍ୱର: ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଓଡ଼ିଶାରେ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ନ୍ତି। ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ […]

Home-Guard
ସୁନ୍ଦର ସ୍ୱାସ୍ଥ୍ୟ ରେସ୍‌ରେ ଟାଇଟଲ୍ ହାସଲ କଲେ ବାହୁବଳୀ ହୋମ୍‌ଗାର୍ଡ

ବାଲିଗୁଡ଼ା(ଅଜିତ କୁମାର ନାୟକ): ସୁନ୍ଦର ସ୍ୱାସ୍ଥ୍ୟ ରେସ୍‌ରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କଲେ ହୋମ୍‌ଗାର୍ଡ। ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁ ଏଭଳି ସଫଳତା ପାଇଛନ୍ତି ବାଲିଗୁଡା ଥାନାରେ କାର୍ଯ୍ୟରତ ଦିଲୀପ କୁମାର ପାତ୍ର। କେବଳ ପୋଲିସ ଡିପାର୍ଟମେଣ୍ଟରେ ନୁହେଁ ବରଂ ସାରା ଜିଲ୍ଲାରେ ତାଙ୍କୁ ନେଇ ଚର୍ଚ୍ଚା। ଜିମ୍‌ରେ ଚାଲିଛି ୱାର୍କ ଆଉଟ୍। ବଡି ବିଲଡିଂ ପାଇଁ କଠିନ ପରିଶ୍ରମ। ଆଉ ଏହି କଠିନ ପରିଶ୍ରମ ହିଁ ଆଣି ଦେଇଛି ସଫଳତା। […]

train
ଜାଣନ୍ତି, ଜେନେରାଲ ବଗି କାହିଁକି ଟ୍ରେନ୍‌ର ଆଗରେ ଏବଂ ପଛରେ ଲାଗିଥାଏ ?

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ହେଲେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ରେ ଜେନେରାଲ ବଗି ଟ୍ରେନ୍‌ର ଆଗରେ କିମ୍ବା ପଛରେ ଥାଏ- ଏକଥା ହୁଏତ ଅନେକଙ୍କ ନଜରକୁ ଆସି ନ ଥିବ । ଯଦି ଏହା ଜାଣିଥାନ୍ତି, କେବେ ଚିନ୍ତା କରିଛନ୍ତି ଟ୍ରେନ୍‌ର ଆଗରେ ଏବଂ ପଛରେ କାହିଁକି ଏହି ଜେନରାଲ ବଗି ଲାଗିଥାଏ ? ଏହି ଜେନରାଲ ବଗି ମଝିରେ କ’ଣ ଥାଏ ଜାଣିଛନ୍ତି ? ଟ୍ରେନ୍‌ର ଆଗରେ ପଛରେ ଜେନରାଲ […]

Newspaper Hawker's Life
ଦିବ୍ୟାଙ୍ଗ ହେଲେ ବି ସକ୍ଷମ: ୩୦ କି.ମି. ସାଇକେଲ ଚଳାଇ ବାଣ୍ଟନ୍ତି ଖବରକାଗଜ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ପ୍ରଥମ ଥର ପାଇଁ ନ୍ୟୁୟର୍କରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’। କଳା ହେଉ ଅବା କ୍ରୀଡ଼ା ରାଜନୀତି, ପ୍ରଶାସନ ଓ ସେନା ସବୁ କ୍ଷେତ୍ରରେ ସଫଳତାର ପାଇ ଏବେ ଆଗରେ ରହୁଛନ୍ତି ମହିଳା। ହକ୍‌ […]

forest fire
ହୁତୁହୁତୁ ହୋଇ ଜଳୁଛି ସାରା ଓଡ଼ିଶାର ଜଙ୍ଗଲ

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ୧୨ ଦିନ ଧରି ଧରି ଯେଉଁ ସୁନ୍ଦରୀ ଶିମିଳିପାଳକୁ ନାଶ କରିଚାଲିଛି ସର୍ବଗିଳା ନିଆଁ, ଆଜି ଯାଏଁ ଆୟତ୍ତକୁ ଆସିପାରି ନାହିଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଶିମିଳିପାଳ ଅଭୟାରଣ୍ୟର ୫୯୪ଟି ଜାଗାରେ ନିଆଁ ଲାଗିବା ସହ ସଙ୍କଟରେ ପଡ଼ିଯାଇଛନ୍ତି […]

international-womens-day
ମାର୍ଚ୍ଚ ୮ରେ କାହିଁକି ପାଳନ ହୁଏ ଆନ୍ତର୍ଜାତୀୟ ମହିଳା ଦିବସ ?

ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ  ସେମାନଙ୍କ  ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହା ବ୍ୟତୀତ ସମାଜରେ ସେମାନଙ୍କୁ ଉଚିତ ସ୍ଥାନ ଦେବା ସହ ତାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଏ । ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ରହିଥାଏ । ତେବେ ଚଳିତ ବର୍ଷର […]

murder case
ଭୁବନେଶ୍ୱରରେ ବଢ଼ୁଛି ହତ୍ୟା ମାମଲା; ଦୁଇ ବର୍ଷରେ ଗଡ଼ିଛି ୮୮ ମୁଣ୍ଡ

ଭୁବନେଶ୍ୱର: ଆଜି ଭୁବନେଶ୍ୱର IRC Village N-2 ଘଟିଥିବା ଘଟଣା ଅକ୍ଟୋବର ୪ ତାରିଖର ସେହି ଲୋମଟାଙ୍କୁରା ଅପରାଧକୁ ମନେ ପକାଇ ଦେଉଛି। ସେଦି ସ୍ପଷ୍ଟ ଦିବାଲୋକରେ ସାମନ୍ତରାପୁରରେ ସୈତାନ ଖେଳିଥିଲେ ରକ୍ତର ହୋଲି। ଆଉ ଆଜିର ଦୃଶ୍ୟ ବି ଥିଲା ଠିକ୍ ସେମିତି। ସାମନ୍ତରାପୁର ହତ୍ୟା ଘଟଣାର ଶହେ କୋଡ଼ିଏ ଦିନର ବ୍ୟବଧାନ ପରେ ଦିନ ଦିପହରରେ ରାଜଧାନୀରେ  ଗଡ଼ିଛି ଆଉ ଏକ ମଣିଷ ମୁଣ୍ଡ। ଆଇଆର୍‌ସି ଭିଲେଜ୍ ସ୍ଥିତ ଭିଆଇପି କଲୋନୀରେ ଭୂଜାଲି ଓ […]

biju jayanti
ଆଜି ପଞ୍ଚାୟତରାଜ ଦିବସ; ସ୍କୁଲ୍‌, କଲେଜ ଛୁଟି

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହି ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କଟକ ସ୍ଥିତ ଆନନ୍ଦ ଭବନରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଯାଏ ବାହାରିଛି। ଏଥିରେ ଯୁବ, ଛାତ୍ର ସଂଗଠନ ଓ ବିଜେଡିର ବରିଷ୍ଠ ନେତା ମାନେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏପ୍ରିଲ ୧୭ ବିଜୁ ବାବୁଙ୍କ […]

covid-19
୪ ମାସ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲେ ସର୍ବାଧିକ କରୋନା ଆକ୍ରାନ୍ତ; କେଉଁଠି କେମିତି ସ୍ଥିତି ଜାଣନ୍ତୁ ଅପ୍‌ଡେଟ୍

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିୟମକୁ ପୁଣିଥରେ କଡ଼ାକଡ଼ି କରିଛନ୍ତି। କେଉଁଠି ରାତ୍ରୀକାଳୀନ କର୍ଫ୍ୟୁ ଲାଗିଥିବା ବେଳେ ଅନ୍ୟ କେଉଁଠି ମାସ୍କ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ବି ଧୀରେ ଧୀରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବ ଭଳି ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରେ ୯,୮୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ବିଗତ ୪ ମାସରେ ସର୍ବାଧିକ ହୋଇଛି। ସେହିଭଳି […]

Untitled-1
ଇଜି ଅଫ୍‌ ଲିଭିଂ ଇନ୍‌ଡେକ୍ସ ୨୦୨୦; ବେଙ୍ଗାଲୁରୁ ଓ ଶିମ୍‌ଲା ଜୀବନଯାପନ ପାଇଁ ସବୁଠାରୁ ଉତ୍ତମ ସହର

ନୂଆଦିଲ୍ଲୀ: ଦେଶର ଅନ୍ୟ ସହରଗୁଡ଼ିକ ମଧ୍ୟରୁ ବେଙ୍ଗାଲୁରୁ ସହରରେ ଜୀବନଯାପନ କରିବା ସହଜ, ସରଳ ଓ ସୁବିଧାଯୋଗ୍ୟ। ସରକାରଙ୍କର ‘ଇଜି ଅଫ୍‌ ଲିଭିଂ ଇନ୍‌ଡେକ୍ସ ୨୦୨୦’(ଇଓଏଲ୍‌ଆଇ୨୦୨୦)ରେ ଏହା ଦର୍ଶାଯାଇଛି। ୧୧୧ ସହରକୁ ନେଇ ହୋଇଥିବା ଇଜ୍ ଅଫ୍‌ ଲିଭିଂ ଇଣ୍ଡେକ୍ସ ତାଲିକାରେ ବେଙ୍ଗାଲୁରୁ ସାର୍ବାଗ୍ରେ ରହିଥିବା ବେଳେ ଦ୍ୱିତୀୟରେ ପୁଣେ ଏବଂ ତୃତୀୟ ସ୍ଥାନରେ ଅହମଦାବାଦ ରହିଛି। ଏହି ତିନ ସହର ଜୀବନଯାପନ ପାଇଁ ଖୁବ୍ ସରଳ ଓ ଲୋକପ୍ରିୟ ହୋଇପାରିଛି। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା […]

boarder
ରାଜ୍ୟର ଏହି ୭ ଜିଲ୍ଲାରେ ରହିଛି ସୀମା ବିବାଦ; ଖୁଣ୍ଟି ଜଗିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦିନକୁ ଦିନ ଉଗ୍ର ହେଉଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ। ଓଡ଼ିଶାର ସୀମାବର୍ତ୍ତି ଜିଲ୍ଲାର କିଛି ସ୍ଥାନରେ ପଂଚାୟତ ନିର୍ବାଚନ କରି ଆନ୍ଧ୍ରପ୍ରଦେଶ ହଟଚମଟ ସୃଷ୍ଟି କରିଥିଲା। କେବଳ ଆନ୍ଧ୍ର ନୁହେଁ ପଡ଼ୋଶୀ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ବି ଆମ ରାଜ୍ୟର ସୀମା ରହିଛି। ଏହାକୁ ନେଇ ଚାରିଆଡୁ ସମାଲୋଚନା ଓ ଚାପ ପଡ଼ିବା ପରେ ଏବେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ଫଳରେ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ […]

covid-vaccin
କରୋନା ଟିକା ନେବା ପାଇଁ Co-WIN ପୋର୍ଟାଲ୍‌ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଭୁବନେଶ୍ୱର: ସୋମବାର ଠାରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ କରୋନାଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି ଓ ଏକାଧିକ ରୋଗ ଥିବା ୪୫ ବର୍ଷ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଏହି ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ। ନିର୍ଦ୍ଧାରିତ ବର୍ଗର ଲୋକଙ୍କ ନାଁ ପଞ୍ଜୀକରଣ ପାଇଁ କୋ-ୱିନ୍‌ ଆପ୍‌ ୨.୦ ପୋର୍ଟାଲ୍‌ ଖୋଲାଯାଇଛି। ତେଣୁ ଲୋକମାନେ ଏହି ପୋର୍ଟାଲ୍‌ରେ ନା ପଞ୍ଜୀକରଣ କରି ଟିକା ନେଇପାରିବେ। ଏହି […]

golden blood group
ସବୁଠୁ ଦାମୀ ବ୍ଲଡ ଗ୍ରୁପ ଯାହା ମାତ୍ର ୪୩ ଜଣଙ୍କ ପାଖରେ ରହିଛି

ନୂଆଦିଲ୍ଲୀ: A, B, AB..ପଜିଟିଭ, ନେଗେଟିଭ…ଏମିତି କିଛି ବ୍ଲଡ ଗ୍ରୁପ୍‌ ବିଷୟରେ ଆମେ ଜାଣିଛୁ। ହେଲେ ଆଉ ଏକ ବ୍ଲଡ଼ ଗ୍ରୁପ ଅଛି ଯାହାର ନାଁ ଖୁବ୍‌ କମ୍‌ ଶୁଣିଥିବେ। ଏହି ପ୍ରକାର ବ୍ଲକ ଖୁବ୍‌ କମ୍‌ ଲୋକଙ୍କ ପାଖରେ ରହିଛି। ଏହି ବ୍ଲଡ ଗ୍ରୁପ୍‌ର ନାଁ ଗୋଲ୍‌ଡେନ ବ୍ଲଡ ଗ୍ରୁପ୍।  ଏହା ଏକ ବିରଳ ଗ୍ରୁପ୍‌ ହୋଇଥିବାରୁ ଅନେକ ସମୟରେ ଏହା ମୃତ୍ୟୁର କାରଣ ବି ପାଲଟେ। ଗୋଲ୍‌ଡେନ ବ୍ଲଡର ପ୍ରକୃତ ନାମ ହେଉଛି ଆର […]

lokanka-samasya
ଭଙ୍ଗା କୁଡ଼ିଆରେ ବ୍ଲକ ଅଧ୍ୟକ୍ଷା, ତଥାପି କର୍ତ୍ତବ୍ୟ ଭୁଲି ନାହାନ୍ତି

ଯାଜପୁର (ଅଭୟ ପତି): ସେ ଜଣେ ଦିନ ମଜୁରିଆ । ମଜୁରୀ ଲାଗିବା ତାଙ୍କ ପେଷା। ହେଲେ ଏବେ ତାଙ୍କର ଭାଗ୍ୟଚକ୍ର ବଦଳି ଯାଇଛି।  ସତେ ଯେମିତି ତାଙ୍କ ମୁଣ୍ଡରେ ହାତୀ ସୁନା କଳସି ଢାଳି ଦେଲା।  ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ର୍ନିବାଚନ ମଣ୍ଡଳୀ କୋରେଇର ସେ ବ୍ଲକର ଅଧ୍ୟକ୍ଷା।  ଲୋକଙ୍କ ସମସ୍ୟା ବୁଝୁବୁଝୁ ନିଜପାଇଁ ସମୟ ପାଉ ନାହାନ୍ତି। ନାଁ ବଦଳିଛି, ପେଷା ବି ବଦଳିଛି। ହେଲେ ଜୀବନଶୈଳୀ ବଦଳିନି। ଆର୍ଥିକ ସ୍ଥିତି ମଧ୍ୟ […]

savarkar (2)
ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକର: ଆଜି ପୁଣ୍ୟତିଥି

ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ, ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ, ସେତେବେଳେ ସାବରକର କହିଥିଲେ- “୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁ ମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି।” ସେଇ ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ପୁଣ୍ୟତିଥି। ଆଲେଖ୍ୟ-ଦେବଦତ୍ତ ରଥ କଳାପାଣି ସଜ୍ଜା ଏବଂ ଅମାନବୀୟ ନିର୍ଯାତନା ମହାରାଷ୍ଟ୍ରର ନାସିକ […]

neta
ଧିକ୍ ନେତାଗିରି !

ବଦଳି ଯାଇଛି ନେତାଙ୍କ ଲକ୍ଷ୍ୟ, ଆଭିମୁଖ୍ୟ। ବଦଳି ଯାଇଛି ସେମାନଙ୍କ ଚରିତ୍ର, ବ୍ୟକ୍ତିତ୍ୱ।  ଜନତାଙ୍କ ସେବା ତାଙ୍କର କାମ ବୋଲି ଭାବୁ ନାହାନ୍ତି, ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ହାତେଇବା ତାଙ୍କର ଲକ୍ଷ୍ୟ ହୋଇଯାଇଛି। ଏପରି ନେତାଙ୍କୁ ନେଇ ଦେଶର ବିକାଶ କେତେଦୂର ସମ୍ଭବ ? ଏହାକୁ ନେଇ ମାୟାଧର ନାୟକଙ୍କ ବିଶେଷ ଆଲେଖ୍ୟ ଆମେ ଜଣେ ଶ୍ରମିକନେତା ଭାବେ ଜଣାଶୁଣା। ଏବେ ଏ ବିଶ୍ଲେଷଣଟି ଭାରି ଅଡୁଆ ଲାଗୁଛି। ଜଣେ ସାଧୁ ବ୍ୟଭିଚାରୀ ହେଲେ […]

rajmahal
ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ!

ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ ମହଲରେ ରହିଛି ୧୩୫ କୋଠରୀ ନୂଆଦିଲ୍ଲୀ: ବିଶ୍ୱାସ ହେଉ ନଥିଲେ ବି ସତ। ଘଟଣାଟି କିଛି ଏମିତି ରହିଛି ଯାହା ସମ୍ପର୍କରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୩୫ କୋଠରୀ ବିଶିଷ୍ଟ ଏକ ବିଶାଳ ରାଜ ମହଲକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି ଜଣେ ରାଜକୁମାର। ଯାହାକୁ ନେଇ ପୂରା ଦେଶରେ ଚାଲିଛି ଜୋରସୋରରେ ଚାଲିଛି। ଆଜିକା ଦିନରେ ନିଜର ଘରଖଣ୍ଡେ ତିଆରି କରିବା […]

babu-san
ବାବୁସାନ୍‌ଙ୍କୁ ଦେଖି ରୋଗଶଯ୍ୟାରେ ହସିଲା ଚିଣ୍ଟୁ

ମହାନତା ଦେଖାଇଲେ ଅଭିନେତା ବାବୁସାନ୍ । ନିଜର ଜଣେ ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କରିବା ପାଇଁ ପହଞ୍ଚିଥିଲେ ଏସ୍‌ସିବିର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ। ଆଉ ନିଜର ପ୍ରିୟ ଅଭିନେତାଙ୍କୁ ରୋଗ ଶଯ୍ୟା ନିକଟରେ ଦେଖି ଖୁସିରେ ଗଦ୍‌ଗଦ୍‌ ହୋଇଯାଇଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ୧୪ ବର୍ଷୀୟ ଚିଣ୍ଟୁ । କଟକ ( ପ୍ରଭାତ ବିଷୋୟୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୧୪ ବର୍ଷର ଚିଣ୍ଟୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିଲା। ମୁହଁରେ ବାରି ହୋଇପଡ଼ୁଥିଲା ଯନ୍ତ୍ରଣାର ଚିହ୍ନ। ମଝିରେ […]