• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦିନରେ ତତେଇଲା । ସନ୍ଧ୍ୟାରେ ଭିଜେଇବ । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେବ କାଳବୈଶାଖୀ । ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟରେ କାଳବୈଶାଖୀ ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏଥିପାଇଁ କଟକ, ଭୁବନେଶ୍ୱର ସହ ୭ ଜିଲ୍ଲା ରାୟଗଡ଼ା, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ଼, ନୟାଗଡ଼କୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଆଜି ବି ରାଜ୍ୟର କିଛି ସ୍ଥାନରେ ଜାରି ରହିଛି ଗ୍ରୀଷ୍ମ ଲହରି । ଆଜି ସାଢ଼େ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ରାଜଧାନୀରେ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୧, ରାଉରକେଲାରେ ୪୦.୮ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ସେଲସିୟସ୍ ରହିଛି ପାରଦ।

ଅଧିକ ପଢ଼ନ୍ତୁ: ଅସହ୍ୟ ଗରମରେ ଛଟପଟ ଲୋକେ; ୪୫ଡିଗ୍ରୀ ପାର୍ କରିବ ତାପମାତ୍ରା!

ତେବେ ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୬ରୁ ଜଳିବ ଓଡ଼ିଶା। ଆକାଶରୁ ଖସିବ ଅଗ୍ନି ପିଣ୍ଡୁଳା । କଲବଲ କରିବ ତାତି ଓ ଗୁଳୁଗୁଳି । ରାଜ୍ୟର କିଛି ସ୍ଥାନରେ ତାତି ୪୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ । ୨୭ ଓ ୨୮ ତାରିଖରେ ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି । ୨୭ ଓ ୨୮ ତାରିଖ ପାଇଁ ୨୯ ଜିଲ୍ଲାକୁ ଗ୍ରୀଷ୍ମଲହରି ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେବଳ କୋରାପୁଟ ଜିଲ୍ଲାକୁ ଗ୍ରୀନ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।