• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବାତ୍ୟା ମୁକାବିଲା ନେଇ NDRF ଡିଜି ଅତୁଲ କରଓ୍ୱାଲଙ୍କ ସୂଚନା 

  • ଓଡ଼ିଶା ସମେତ ୩ ରାଜ୍ୟକୁ ୪୬ଟି NDRF ଟିମ୍ ପଠାଯାଇଛି 

  • ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରରେ ଟିମ୍ ମୁତୟନ କରାଯାଇଛି 

  • ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିଲେ IDS ବି ପ୍ରସ୍ତୁତ 

ଭୁବନେଶ୍ୱର : ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ! IMDର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟା ପାଇଁ ଓଡ଼ିଶା ସମେତ ୩ ରାଜ୍ୟକୁ ୪୬ଟି NDRF ଟିମ୍ ପଠାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରରେ ସମସ୍ତ ଟିମ୍ ମୁତୟନ ଅଛନ୍ତି । ଏହାସହ ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍ ରଖାଯାଇଛି । ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିଲେ IDS ବି ପ୍ରସ୍ତୁତ ଅଛନ୍ତି । ବାତ୍ୟା ମୁକାବିଲା ନେଇ NDRF ଡିଜି ଅତୁଲ କରଓ୍ୱାଲ ସୂଚନା ଦେଇଛନ୍ତି ।

ବାତ୍ୟାର ମୁକାବିଲା ଲାଗି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଗୋଟିଏ ଏନଡିଆରଏଫ ଏବଂ ୨ଟି ଓଡ୍ରାଫ ଟିମ୍ ଆସି ପହଞ୍ଚିଛନ୍ତି । ୨୨ ଜଣିଆ ଏନଡିଆରଏଫ ଟିମକୁ ଗୋଷାଣୀ ବ୍ଲକରେ ରଖାଯାଇଛି । ସେହିପରି ୩୭ ଜଆ ଟିମକୁ ପାରଳାଖେମୁଣ୍ଡି ଓ କାଶୀନଗରରେ ମୁତୟନ କରାଯାଇଛି । ଜିଲ୍ଲାରେ ପାଗ ମେଘୁଆ ରହିଥିବା ବେଳେ ଅପରାହ୍ନରୁ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେପଟେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଯାଏ ଜୁଆର ଆସିଥାଏ, ଆଉ ବାତ୍ୟାର ଦିନ ୧ ମିଟର ବଢ଼ିବ ଜୁଆର। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ଦଇଛନ୍ତି IMD ଡିଜି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ବାତିଲ୍ କରିଛନ୍ତି ରାଜ୍ୟ ସରକାର । ସମସ୍ତ କର୍ମଚାରୀ ନିଜ ହେଡକ୍ୱାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ରହିଛି । ଛୁଟିରେ ଥିବା କର୍ମଚାରୀ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।