• translate
Satyendu Shekher Mishra

News Highlights

  • ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା ।

  • ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି ।

  • ରାଜ୍ୟରେ ଆଗକୁ ମରୁଡ଼ି ।

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା । ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ସହ ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼, କଟକ ଓ ଯାଜପୁର ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାର ଜିଲ୍ଲାପାଳ ଓ ସବୁ ବିଭାଗକୁ ସତର୍କ ରହିବାକୁ SRC ଚିଠି ଲେଖି ଜଣାଇଛନ୍ତି ।

ଏପଟେ ବର୍ଷା ନେଇ ପାଣିପାଗ ବିଭାଗ ବର୍ତ୍ତମାନ ୟେଲୋ ୱାର୍ଣ୍ଣିଂ ଜାରି କରୁଥିବା ବେଳେ ଭବିଷ୍ୟତରେ ରାଜ୍ୟରେ ବଡ଼ ମରୁଡ଼ି ଆଶଙ୍କା ମଧ୍ୟ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ଟି  ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ବିଶେଷ କରି ମୌସୁମୀ ସକ୍ରିୟ ହେବା ପରେ ଓଡିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୁଏ । କିନ୍ତୁ ଚଳିତ ବର୍ଷ ୪ଟି ଲୋ ପ୍ରେସର ବର୍ତ୍ତମାନ ସୁଦ୍ଧା ଫର୍ମେସନ ହୋଇଥିଲେ ମଧ୍ୟ ଗୋଟିଏ ଲୋ ପ୍ରେସରର ପ୍ରଭାବ ଓଡିଶା ଉପରେ ରହିଥିଲା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏବେ ବି ବର୍ଷା ହେବାର ସମୟ ଅଛି । ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦେଉଛନ୍ତି । ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାର୍ଡି କହିଛନ୍ତି ।

Other Stories

  • Marburg Virus
    International ଆସିଲା ନୂଆ ବିପଦ : ମାରାତ୍ମକ ହେଉଛି ମାରବର୍ଗ ଭାଇରସ

    ଦୁନିଆରେ କରୋନା ଭାଇରସକୁ ନେଇ ଆତଙ୍କ ରହିଛି। ଏହାରି ଭିତରେ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଲାଣି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ...

  •  Bronze sculpture
    Business ସଙ୍କଟରେ ପିତଳ ମୂର୍ତ୍ତି କାରିଗର

    ଭଳିକି ଭଳି ପିତ୍ତଳରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି କାରିଗର । ଗୋଟିଏ ପଟେ ନିଜର ଜୀବନ ଜୀବିକା ଅନ୍ୟ ପଟେ ନିଜର କୌଳିକ ବୃତ୍ତି । କରୋନା ମହାମାରୀ ମଧ୍ୟରେ ମୂର୍ତ୍ତିର ଚାହିଦା...

  • Farmer Problem
    Miscellaneous ସମବାୟ ବ୍ୟାଙ୍କରେ ତାଲା ପକାଇଲେ ଚାଷୀ

    ସମିତି ସଂପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀଗଣ। ତେବେ କୌଣସି ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନଥିବାରୁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି...

  • teacher vacancy
    Jobs ୧୧ ହଜାରରୁ ଅଧିକ ଶିକ୍ଷକ ପଦବୀ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି

    ୨ ହଜାର ୫୫ ହିନ୍ଦୀ, ୧୩୦୪ ସଂସ୍କୃତ, ୧୨୬୦ ପିଇଟି ଶିକ୍ଷକ ପଦବୀ ପୂରଣ ହେବ। ଆସନ୍ତା ୨୩ ତାରିଖ ଦିନ ଯଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର...