• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଖ୍ୟାତ ପଲ୍ଲୀର ବିଖ୍ୟାତ ଝିଅ

  • ଗାଈ ଚରାଇ ଓ ମୂଲ ଲାଗି ଚଳାଉଛନ୍ତି ପରିବାର

ନୂଆପଡା ( ମାୟାଧର ସରାଫ୍) : ଘର କୋଣରେ ପଡ଼ି ରହିଛି ପୁଳାପୁଳା ସାର୍ଟିଫିକେଟ୍ । ମେଡାଲ୍ ଉପରେ ଅଳନ୍ଧୁ ଲାଗିଗଲାଣି । ଜାତୀୟ ସ୍ତରର ଖେଳାଳି ଆଜି ଜୀବନ ଜୀଇଁବା ଅନବରତ ସଂଘର୍ଷ କରୁଛି । କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ପ୍ରକୃତ କ୍ରୀଡାବିତଙ୍କ ପାଇଁ ଯୋଜନା ଯୋଜନ ଦୂରରେ । ଜାତୀୟ କ୍ରୀଡାରେ ୩ ଥର ଓ ରାଜ୍ୟ କ୍ରୀଡାରେ ୨ ଥର ଭାଗ ନେଇ ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଥିବା ରୌପ୍ୟ ପଦକ ବିଜେତା ଖେଳାଳି ଏବେ ଗାଈ ଚରାଉଛନ୍ତି । ପରିବାର ଚଳାଇବା ପାଇଁ କୂଲି ମଜୁରୀ ବି କରୁଛନ୍ତି ।

ନୂଆପଡା ଜିଲ୍ଲା ସଦର ବ୍ଲକ ମାଗୁରପାନୀ ଗାଁର ହେଉଛନ୍ତି ଜାତୀୟ ସ୍ତରରେ ଖେଳାଳି ଧରିତ୍ରୀ ରାଉତ । ଟାଇକୋଣ୍ଡୋ ଓ କରାଟେରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସେ ଯେତେବେଳେ ଟାଇକୋଣ୍ଡୋ କ୍ରୀଡାରେ ରାଜ୍ୟ ପାଇଁ ରୌପ୍ୟ ପଦକ ଆଣିଥିଲେ ସମସ୍ତେ ଖୁସି ହେବା ସହ ତାଙ୍କ ନିକଟକୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଥିଲା ।

ଝିଅର ଖେଳ ପ୍ରତି ଉତ୍ସାହ ଦେଖି ବାପାମା ବି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ । ସେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କ୍ରୀଡାରେ ସଫଳତା ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କେବଳ ଧରିତ୍ରୀ ନୁହଁ ତାଙ୍କ ପାଇଁ ଅନେକ ଉଦ୍ୟମ କରିଛନ୍ତି କୋଚ ମହତାବ୍ ଆଡଜୁଆଡ । ଧରିତ୍ରୀ କିପରି ଜଣେ ଭଳ ଖେଳାଳି ହୋଇ ଦେଶବିଦେଶରେ ସୁନାମ ଅର୍ଜନ କରିବେ ସେନେଇ ଚେଷ୍ଟା କରିଛନ୍ତି ।

ହେଲେ ଆଜିର ସମୟରେ ସବୁ କଷ୍ଟ, ପରିଶ୍ରମ ବ୍ୟର୍ଥ ପରି ଲାଗୁଛି । ଏବେ ଧରିତ୍ରୀ ପରିବାର ଚଳାଇବା ପାଇଁ ଗାଈ ଚରାଉଛନ୍ତି । ପୁଣି ମୂଲ ବି ଲାଗୁଛନ୍ତି । ଜଙ୍ଗଳରୁ କାଠ ଆଣୁଛନ୍ତି । ଧରିତ୍ରୀ ରାଉତ ଚାଉକୋଣ୍ଡୋ,କରାଟେ, ଦୌଡ, କବାଡି, ଜେଭଲିନ୍ ଥ୍ରୋ ଆଦି ଅନେକ କ୍ରୀଡାରେ ମାନପତ୍ର ଓ ପଦକ ପାଇଛନ୍ତି । କିନ୍ତୁ ସବୁ ଏବେ ତାଙ୍କ ପାଇଁ ମୂଲ୍ୟହୀନ ହୋଇ ପଡିଛି ।

ତେବେ ଜାତୀୟ ସ୍ତରର ଖେଳାଳି ଗାଈ ଚରାଇ,କୂଲି ମଜୁରୀ କରି ପରିବାର ଚଳାଉ ଥିବା କଥା ଆମେ ନୂଆପଡା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଘଟଣାର ତଦନ୍ତ କରି ଧରିତ୍ରୀଙ୍କୁ ସହଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଜାତୀୟ ସ୍ତରର ଖେଳାଳୀ କେବେ ସହଯୋଗ ପାଉଛନ୍ତି ସେ ଦିନକୁ ଅପେକ୍ଷା ।