• translate
Pramod Behera

News Highlights

  • ଶ୍ରାବଣରେ କାଉଡି ଯାତ୍ରା

  • ଶିବାଳୟରେ ହୁଏ ଜଳାଭିଷେକ

  • ରାବଣ ଥିଲା ପ୍ରଥମ କାଉଡିଆ

ଶ୍ରାବଣ ମାସ ଆସିଗଲେ ଭାରତୀୟ ରାସ୍ତାଘାଟରେ ଲାଗେ କାଉଡିଆଙ୍କ ଭିଡ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଦେଶସାରା ଏହା ଉପରେ କଟକଣା ଜାରି ହୋଇଛି। ମାତ୍ର ଉତ୍ତର ପ୍ରଦେଶ ସରକାର କିଛି ରାସ୍ତାରେ ଏହି ପରମ୍ପରା ଜାରି ରଖିବା ନେଇ ମଞ୍ଜୁରୀ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏନେଇ କିଛି ପ୍ରଶ୍ନ ରଖାଯାଇଛି। ଶୁକ୍ରବାର ପୁଣି ଶୁଣାଣି ହେବ।

କାଉଡି ଯାତ୍ରା ଶ୍ରାବଣ ମାସରେ ହୋଇଥାଏ, ଯାହା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇର ସମୟ ଅଟେ ଯେତେବେଳେ ମୌସୁମୀ ବର୍ଷାରେ ସମଗ୍ର ଦେଶ ଭିଜିଥାଏ। ଏହା ଶ୍ରାବଣ ମାସ ଆରମ୍ଭରୁ ହୋଇ ଶ୍ରାବଣର ତ୍ରୟୋଦଶି ଅର୍ଥାତ ୧୩ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ପରମ୍ପରା ଗଙ୍ଗାର ପବିତ୍ର ଜଳ ଏବଂ ଭଗବାନ ଶିବଙ୍କ ସହିତ ଜଡିତ।

ଏହି ପବିତ୍ର ଯାତ୍ରାରେ କାଉଡିଆମାନେ ବିଭିନ୍ନ ଜଳ ଉତ୍ସରୁ ପବିତ୍ର ଜଳ ନେଇ ଭଗବାନ ଶିବଙ୍କୁ ଜଳାଭିଶେକ କରିଥାନ୍ତି। ବାସ୍ତବରେ, କାଉଡି ଯାତ୍ରା ମାଧ୍ୟମରେ ଜଗତର ପ୍ରତ୍ୟେକ ସୃଷ୍ଟି ପାଇଁ ଜଳର ମହତ୍ତ୍ୱ ଏବଂ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ଶିବଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥାଏ। ଶିବ ଓ ଜଳ ଅର୍ଥାତ ଗଙ୍ଗାଙ୍କୁ ଆରାଧନା କରାଯାଏ।

ଯଦି ପ୍ରାଚୀନ ଗ୍ରନ୍ଥ, ଇତିହାସକୁ ବିଶ୍ୱାସକୁ ନିଆଯାଏ, ତେବେ କୁହାଯାଏ ଯେ ପ୍ରଥମ କାଉଡିଆ ଲଙ୍କାଧିପତି ରାବଣ ଥିଲା। ବେଦ କହିଛନ୍ତି ଯେ ସମୁଦ୍ର ମନ୍ଥନ ସମୟରେ କାଉଡିଆ ପରମ୍ପରା ଆସିଥିଲା। ସେ ସମୟରେ ଯେତେବେଳେ ମନ୍ଥନରୁ ବିଷ ଉଦ୍‌ଗିରଣ ହେଲା, ଦୁନିଆ ତ୍ରାହି ତ୍ରାହି ଡାକିଲା। ତା’ପରେ ଭଗବାନ ଶିବ ଏହାକୁ କଣ୍ଠସ୍ଥ କରି ନେଇଥିଲେ। କିନ୍ତୁ ଏହା ଦ୍ୱାରା ଏକ ନକାରାତ୍ମକ ଶକ୍ତି ଯାହା ଶିବଙ୍କ ଭିତରେ ସ୍ଥାନ ସୃଷ୍ଟି କଲା, ରାବଣ ଏହାକୁ ହଟାଇବା ନେଇ ସହଯୋଗ କରିଥିଲା।

ତପ କରିବା ପରେ ରାବଣ ଗୁରୁ ମହାଦେବ ମନ୍ଦିରରେ ଗଙ୍ଗା ଜଳ ସହିତ ଭଗବାନ ଶିବଙ୍କୁ ଅଭିଷେକ କରିଥିଲା, ଯେଉଁ କାରଣରୁ ଶିବ ଏହି ଶକ୍ତିରୁ ମୁକ୍ତ ହୋଇଥିଲେ। ଉଲ୍ଲେଖଥାଉ କି, ବ୍ରିଟିଶମାନେ ଊନବିଂଶ ଶତାବ୍ଦୀର ଆରମ୍ଭରୁ ଭାରତର କାଉଡି ଯାତ୍ରା ବିଷୟରେ ପୁସ୍ତକ ଏବଂ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ। ଅନେକ ପୁରାତନ ଚିତ୍ରରେ ଏହା ମଧ୍ୟ ପ୍ରଦର୍ଶିତ ହୋଇଛି।

କାଉଡିଆ ଯାତ୍ରା ୧୯୬୦ ଦଶକ ପର୍ଯ୍ୟନ୍ତ ଅଧିକ ଆଡମ୍ବର ସହିତ ହେଉ ନଥିଲା। ଧନୀ ମାରୱାରୀ ସେଠ୍, କିଛି ସାଧୁ ଓ ଭକ୍ତଙ୍କ ସହିତ ହରିଦ୍ୱାର କିମ୍ବା ବିହାରର ସୁଲତାନଗଞ୍ଜକୁ ଖାଲି ପାଦରେ ବୁଲୁଥିଲେ ଏବଂ ସେଠାରୁ ଗଙ୍ଗାଜଳ ନେଇ ଫେରୁଥିଲେ, ଯେଉଁଥିରେ ଶିବଙ୍କୁ ଅଭିଷେକ କରାଯାଉଥିଲା। ୮୦ ଦଶକ ପରେ ଏହା ଏକ ବଡ ଧାର୍ମିକ କାର୍ଯ୍ୟକ୍ରମରେ ପରିଣତ ହେବାକୁ ଲାଗିଲା। ବର୍ତ୍ତମାନ ଏହା ଏକ ବଡ ଆୟୋଜନ ପାଲଟିଯାଇଛି।

ପରିସଂଖ୍ୟାନ କହୁଛି ଯେ ୨୦୧୦ ଏବଂ ତା’ପରେ, ପ୍ରତିବର୍ଷ ପ୍ରାୟ ୧୨ ନିୟୁତ କାଉଡିଆ ହରିଦ୍ୱାରକୁ ଆସି ପବିତ୍ର ଗଙ୍ଗା ଜଳ ସଂଗ୍ରହ କରି ତା’ପରେ ଏହାକୁ ନିଜ ମାନସିକ ଅନୁସାରେ ଶିବ ମନ୍ଦିରକୁ ନେଇ ଜଳାଭିଷେକ କରାନ୍ତି। ସାଧାରଣତଃ କାଉଡିଆମାନେ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଝାଡଖଣ୍ଡରୁ ହରିଦ୍ୱାରକୁ ଆସନ୍ତି।

ସାଧାରଣତଃ ପରମ୍ପରା ଅନୁସାରେ ଜଳ ଉଠେଇବା ନେଇ ହରିଦ୍ୱାର ହିଁ ପ୍ରମୁଖ ସ୍ଥାନ ହୋଇଆସିଛି। କିନ୍ତୁ ବର୍ତ୍ତମାନ ବିହାର, ଝାଡଖଣ୍ଡ ଏବଂ ବଙ୍ଗଳା କିମ୍ବା ଏହାର ନିକଟବର୍ତ୍ତୀ ଲୋକମାନେ ସୁଲତାନଗଞ୍ଜ ଯାଇ ଗଙ୍ଗାଜଳ ଆଣନ୍ତି ଏବଂ କାଉଡି ଯାତ୍ରା ପରେ ଝାଡଖଣ୍ଡର ଦେଓଗରର ବୈଦ୍ୟନାଥ ମନ୍ଦିରକୁ କିମ୍ବା ବଙ୍ଗଳାର ତାରକନାଥ ମନ୍ଦିରର ଶିବାଳୟକୁ ଯାଆନ୍ତି। ବର୍ତ୍ତମାନ ଆହ୍ଲାବାଦ ଏବଂ ବନାରସରେ ମଧ୍ୟ ଏହି ପରମ୍ପରା ସୃଷ୍ଟି ହେବା ସହ ଲୋକଙ୍କ ସୁବିଧା ଅନୁସାରେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହୋଇଛି।

ଶ୍ରାବଣର ଚତୁର୍ଦଶୀରେ ଯେକୌଣସି ଶିବାଳୟରେ ଜଳାଭିଷେକ କରିବା ଫଳପ୍ରଦ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ସାଧାରଣତଃ କାଉଡିଆମାନେ ମେରୁତର ଅଘୋରନାଥ, ପୁରା ମହାଦେବ, ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର, ଝାଡଖଣ୍ଡର ବୈଦ୍ୟନାଥ ମନ୍ଦିର ଏବଂ ବଙ୍ଗଳାର ତାରକନାଥ ମନ୍ଦିରରେ ପହଞ୍ଚିବାକୁ ଅଧିକ ପସନ୍ଦ କରନ୍ତି। କେତେକ ଏପରିକି ନିଜ ସହର କିମ୍ବା ବାସସ୍ଥାନ ନିକଟରେ ଥିବା ଶିବାଳୟକୁ ମଧ୍ୟ ଚୟନ କରନ୍ତି।

Other Stories