• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ମିଳିଲା ସରପ୍ରାଇଜ୍, ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରାଙ୍କୁ ମିଳିଲା ଟିକେଟ । ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କଲା ବିଜେଡି ।

ଅଧିକ ପଢ଼ନ୍ତୁ: ଅଢ଼େଇ ଦଶନ୍ଧି ଧରି ଶାସନର ମଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହାତରେ, ତଥାପି ବଦଳିନି ହିଞ୍ଜିଳି; କଣ୍ଟାବାଞ୍ଜିକୁ ନେଇ ପ୍ରଶ୍ନ

ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ରେମୁଣାରୁ ବିଦ୍ୟାସ୍ମିତା ମହାଳିକ ଓ ସିମୁଳିଆରୁ ସୁଭାଷିନୀ ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୫ ବିଧାୟକଙ୍କ ଟିକେଟ କାଟିଛି ବିଜେଡି । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ କଟିଥିବା ବେଳେ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟ ମଧ୍ୟ କଟିଛି । ସେହିପରି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ସହ କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରାଙ୍କୁ ମିଳିନି ଟିକେଟ । ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତଙ୍କୁ ବି ଟିକେଟ ଦେଲାନି ଦଳ ।

କିଛିଦିନ ତଳେ ବିଜେଡିରେ ମିଶିଥିଲେ ଅଭିନେତ୍ରୀ ତଥା ଅନୁଭବ ମହାନ୍ତିଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ । ଗତ କିଛି ଦିନ ତଳେ ହିଁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଅନୁଭବ । ଆଉ ଏହାପରେ ରାଜନୀତିରେ ସିଧାସଳଖ ଏଣ୍ଟ୍ରି ମାରିଛନ୍ତି ତାଙ୍କ ପୂର୍ବତନ ପତ୍ନୀ ବର୍ଷା ।

ଅନୁଭବ ଥରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ଗତ କିଛିଦିନ ତଳେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ପଦ୍ମ ଶିବିରରେ ସାମିଲ ହୋଇଥିଲେ । କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବାକୁ ମିଳୁନଥିଲା ।

ଅନ୍ୟପଟେ ଗତ କିଛିଦିନ ତଳେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେଡି । କଣ୍ଟାବାଞ୍ଜିରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ରେଢ଼ାଖୋଲରୁ ପ୍ରସନ୍ନଙ୍କୁ ମିଳିଥିଲା ଟିକେଟ । ସେହିପରି ରୋହିତ ପୂଜାରୀଙ୍କୁ ମିଳିଲା ସମ୍ବଲପୁର ଟିକେଟ । ଚିତ୍ରକୋଣ୍ତାରୁ ଲକ୍ଷ୍ମୀପ୍ରିୟା ନାୟକ ଲଢ଼ିବାକୁ ଥିବା ବେଳେ ପଦ୍ମପୁରରୁ ଲଢ଼ିବେ ବର୍ଷା ସିଂ ବରିହା ।

ସେହିପରି କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲୀପ ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ମିଳିଥିଲା ଟିକେଟ । ଅନ୍ୟପଟେ କଣ୍ଟାବାଞ୍ଜିରୁ ନବୀନଙ୍କ ବିପକ୍ଷରେ ରହିବେ କଂଗ୍ରେସ ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ ।

ସନ୍ତୋଷ ସିଂ ସାଲୁଜା ଏବେକାର ବିଧାୟକ ବି ଅଛନ୍ତି । କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଯଥାକ୍ରମେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼କୁ ଛୁଇଁଛି । ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ କଣ୍ଟାବାଞ୍ଜି ଏକ ଷ୍ଟ୍ରାଟେଜିକ୍ ଲୋକେସନ ଭାବେ ଜଣାଶୁଣା ।