• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । 

  • ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ।

  • ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।

ମାଲକାନଗିରି: ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ  BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ସଭାମଞ୍ଚରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡରେ ସୁବିଧା ମିଳିବ । ସେପଟେମ୍ବର ୧ରୁ କାର୍ଡ କାର୍ଯ୍ୟକାରୀ ହେବା ସହ ଚିକିତ୍ସା ସୁବିଧା ମିଳିପାରିବ । ଏହି ଯୋଜନା ଅନ୍ତର୍ଗତ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିପାରିବ । ସେହିପରି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ରହିଛି । ଏଭଳି କାର୍ଡ ବିତରଣ ଦେଶରେ ପ୍ରଥମ ବୋଲି କହଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ରାଜନୀତି ବିଶେଷଜ୍ଞଙ୍କ ମତରେ ସରକାରଙ୍କ ଏଭଳି ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବ୍ୟବସ୍ଥା, ବିଜେଡିକୁ ଲୋକଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ସହାୟ ହେବ । ତେଣୁ ବିଜେଡି ଏଭଳି ପନ୍ଥା ଆପଣାଇଛି । ପଞ୍ଚାୟତ ନିର୍ବାଚନକୁ ଯିବା ପୂର୍ବରୁ ସରକାରୀ ଯୋଜନାର ଅସ୍ତ୍ର ସହ ଲୋକଙ୍କ ପାଖକୁ ଯିବାକୁ ବିଜେଡି ପ୍ରସ୍ତୁତି କରି ସାରିଛି । ଏଥର ପ୍ରମୁଖ ଅସ୍ତ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ । ଅଗଷ୍ଟ ୧୫ରେ ଏନେଇ ଘୋଷଣା ପରେ ଆଜି ମାଲ୍‌କାନ୍‌ଗିରିରୁ ହିଁ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଜିଲ୍ଲା ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ଜିଲ୍ଲା ସଂସ୍କୃତି ଭବନରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟି ଯୋଜନାର ଆରମ୍ଭ କରିଛନ୍ତି ।

ତେବେ ପୂର୍ବରୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୮ ମନ୍ତ୍ରୀଙ୍କ ସହ ଆଗଧାଡ଼ିର ବହୁ ଦଳୀୟ ବିଧାୟକ ଓ ନେତାଙ୍କ ଉପସ୍ଥିତି ଜିଲ୍ଲା ରାଜନୀତି ସରଗରମ କରିଛି । ମୁଖ୍ୟମନ୍ତ୍ରୀଙ୍କ ପରେ ୨୩ ତାରିଖ ପର୍ଯ୍ୟନ୍ତ ଏହିସବୁ ନେତାମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବ୍ଲକ୍ଓ୍ୱାରି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ବି ବ୍ୟାପକ ପ୍ରସ୍ତୁତି ହୋଇଛି ।