• translate
Satyendu Shekher Mishra

News Highlights

  • ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ।

  • ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ ।

  • ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି ।

ଭୁବନେଶ୍ୱର: ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି । ନିର୍ବନ୍ଧ ବେଳେ ନବୀନ ଥିଲେ, ରିସେପ୍‌ସନ୍‌ରେ ବି ସେ ଥିଲେ । ପରିବାରର ବଡ଼ ଭାଇ ଭାବେ ସେ ଏସବୁ କଥା ଜାଣିଥିଲେ । ନିର୍ବାଚନ ହେଲା ୨୦୧୯ରେ, ୨୦୧୮ ଶେଷ ଆଡକୁ ସେ ଜାଣିଥିଲେ । ଯୌତୁକ ଅଭିଯୋଗ କଣ ୪/୫ ବର୍ଷ ପରେ କରାଯାଏ କି ? ଜଣେ ବାପା ହିସାବରେ ମୁଁ ଚାହୁଁଥିଲି ସେମାନେ ଏକାଠି ରହନ୍ତୁ । କୌଣସି କାରଣରୁ ସେମାନେ ୪/୫ ଦିନ ଏକାଠି ରହିପାରିଲେନି କହିଛନ୍ତି ଭର୍ତ୍ତୃହରି ।

ସୂଚନାଯୋଗ୍ୟ, ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ସାକ୍ଷୀ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଏତଲା ଦାଏର କରିଛନ୍ତି ।

ବିବାହ ସମୟରେ ବାପା ୧.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ତଥାପି ଏଥିରେ ଶ୍ୱଶୁର ଘର ଲୋକ ସନ୍ତୁଷ୍ଟ ନୁହଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବୋହୂ । ହେଲେ ବିବାହ ପରେ ଅଧିକ ଯୌତୁକ ଆଣିବାକୁ ଶାଶୂ ଘର ଲୋକେ ନିର୍ଯାତନା ଦେଉଥିଲେ । ଏମିତିକି କଟକସ୍ଥିତ ଘରୁ ବାହାର କରି ଦେଇଥିଲେ । ଅନେକ ଥର ପରିବାର ଏବଂ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇନପାରିବାରୁ ମାମଲା କୋର୍ଟରେ ପହଞ୍ଚିଛି । 

୨୦୧୮ ମସିହାରେ ଏ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋହୂ । ସାକ୍ଷୀଙ୍କୁ ଭର୍ତ୍ତୃହରି ତାଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ରହିବାକୁ ଅନୁମତି ଦେବାକୁ କୋର୍ଟ କହିଥିଲେ । ହେଲେ ତାସତ୍ତ୍ୱେ ସାକ୍ଷୀଙ୍କୁ ଶାଶୂ ଘର ଲୋକେ ଗ୍ରହଣ କରିନଥିଲେ କି ଘରେ ରଖି ନଥିବା ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଖୁବଶୀଘ୍ର ମହତାବଙ୍କ ପରିବାରକୁ ନୋଟିସ୍ ପଠାଇବ ବୋଲି କହିଛି ।

Other Stories