• translate
Sarbeswar

News Highlights

  • କମଲଙ୍କ ହୋଇପାରନ୍ତି ଅଧ୍ୟକ୍ଷ?

  • ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା

  • ପଞ୍ଜାବ ବିବାଦର ସମାଧାନ ପାଇଁ ଅଂଟା ଭିଡ଼ିଲେ ନେତା

  • କଳିରେ ପଡ଼ିବ ଯବନିକା?

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ କି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ? ଜାତୀୟ ରାଜନୀତିରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଏବଂ କିଛି ଜାତୀୟ ଗଣମଧ୍ୟମରେ କମଲନାଥ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚର୍ଚ୍ଚା ମଧ୍ୟରେ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି କମଲନାଥ।

ସେପଟେ, ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ପ୍ରଭାରୀ ହରିସ୍ ରାଓ୍ୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ। ଏଭଳି ହେଲେ ସିଦ୍ଧୁଙ୍କ ପାଇଁ ହେଉଥିବା ବିବାଦର ସମାଧାନ ହୋଇପାରିବ ବୋଲି ଦଳ ଏହି ନିଷ୍ପତ୍ତି ନେଇଥିବା ପ୍ରଭାରୀ ହରିସ୍ ରାଓ୍ୱତ କହିଛନ୍ତି। ତେବେ କଂଗ୍ରେସ ରେ ଦୀର୍ଘ ଦିନ ହେବ ଦଳ ମଧ୍ୟରେ ଅନେକ ଥର ନେତାମାନେ ଅସନ୍ତୋଷ ଜାହିର କରିଛନ୍ତି।

ତେଣୁ କେମିତି ଓ କିପରି ଭାବରେ ଦଳରେ ନେତାମାନଙ୍କୁ ଥଇଥାନ କରାଯିବ ଏବଂ ଆଗାମୀ ଦିନରେ ଆସୁଥିବା ନିର୍ବାଚନରେ ବିଜୟ ହେବ ସେନେଇ ଦଳୀୟ ନେତା ଅଙ୍କକଷୁଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ, ଯୁପିରେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଦଳ କେମିତି ସତ୍ତା ବଜାୟ ରଖିବ ସେନେଇ ବି ଖୁବ୍‌ଶୀଘ୍ର ଦିଲ୍ଲୀରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏପଟେ, ଆଜି ନରେଦ୍ର ମୋଦି ବାରାଣାସୀ ଗସ୍ତରେ ଯାଇଥିଲେ। ୧୫ ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ର ମଧ୍ୟ ଘୋଷଣା କରିଛନ୍ତି। ତେବେ ଗୋଟିଏ ପଟେ ବିଜେପି ଏବେଠାରୁ ସାଧାରଣ ନିର୍ବାଚନ ଲାଗି ଏବେଠାରୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କଂଗ୍ରେସ ଦଳୀୟ କନ୍ଦଳର ସମାଧାନ କରି କେବେ କରିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।

Other Stories

  • Enginer
    COVID-19 କରୋନା ପାଇଁ ଗାଁକୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

    ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ...

  • school
    COVID-19 ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

    କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

  • aiims
    COVID-19 ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ଓ ଉପନେତା

    ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା...

  • bus
    COVID-19 କାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବରେ ଚଳାଚଳ କରିବ ବସ୍‌

    ସେହିପିରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ। କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର...