• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ।

  • ଆଉ ସରଗରମ ହେଉଛି ୟୁପି ରାଜନୀତି ।

  • ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବଢ଼ୁଛି ଚାପ । 

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ । ଆଉ ସରଗରମ ହେଉଛି ୟୁପି ରାଜନୀତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବଢ଼ୁଛି ଚାପ । ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳୁଥିବା କୁହାଯାଉଥିବା ବେଳେ ବିରୋଧୀ ମଧ୍ୟ ଏବେ ଫୁଲ ଦମ୍‌ରେ ଏକାଠି ହୋଇ ବିଜେପିକୁ ସାମ୍ନା କରିବାକୁ ଯୋଜନା କରୁଛନ୍ତି ।

ତେବେ ଏହାଳରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି ଯେ, ଫାୟର ବ୍ରାଣ୍ଡ ଯୋଗୀଙ୍କୁ ଟକ୍କର ଦେବା ପାଇଁ ରାଜନୀତି ମଇଦାନକୁ ଓହ୍ଲାଇବେ ଆଇପିଏସ୍‌ ଅଫିସର୍‌ ଅମିତାଭ ଠାକୁର । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ, ସେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ।

ଯୋଗୀଙ୍କ ବିରୋଧରେ ସେ କାହିଁକି ପ୍ରାର୍ଥୀ ହେବେ ବୋଲି ମତ ରଖି ଅମିତାଭ କହିଛନ୍ତି, ଯୋଗୀ ସରକାର ସମୟରେ ଅନେକ ଦମନକାରୀ ନୀତି, ବିଭାଜନକାରୀ କାମ, ଅରାଜକତା, ଦମନ ସହିତ ଅଗଣତାନ୍ତ୍ରିକ କାମ ହୋଇଛି । ଏହାକୁ ସେ ବିରୋଧ କରୁଛନ୍ତି ବୋଲି କହିଛନ୍ତି । ତେଣୁ ସେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ଲଢ଼ିବେ, ତା’ପୁଣି ଯୋଗୀଙ୍କ ବିରୋଧରେ ।

ଏପରି ନିଷ୍ପତ୍ତି ପଛରେ ବିଚାରଧାରାରା ଲଢ଼େଇ ରହିଛି ବୋଲି ସେ କହିଛନ୍ତି । ଯୋଗୀ ସରକାର ଅନେକ ନିଷ୍ପତ୍ତି ନେଉଛନ୍ତି ଯାହାକି ଅଗଣତାନ୍ତ୍ରିକ ଓ ଜନ ବିରୋଧୀ । ତେଣୁ ବିଧାନସଭା ନିର୍ବାଚନ ଲଢ଼ିବା ବେଳେ ଏହି ସବୁ ପ୍ରସଙ୍ଗକୁ ସେ ଲୋକଙ୍କ ଆଗରେ ରଖିବେ । ଏହାଦ୍ୱାରା ଭୋଟର ନ୍ୟାୟ ଓ ଅନ୍ୟାୟ ଭିତରେ ଫରକ ଜାଣିପାରିବେ ବୋଲି ଅବସରପ୍ରାପ୍ତ ଆଇପିଏସ ଅମିତାଭ ଠାକୁର କହିଛନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅମିତାଭ ଠାକୁରଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲା । ଚାକିରି ଶେଷ ହେବାକୁ ଅମିତାଭଙ୍କ ହାତରେ ସମୟ ଥିଲା । କିନ୍ତୁ ଶେଷ ଯାଏ ଅମିତାଭ ଚାକିରିରେ ରହିବାକୁ ଯୋଗ୍ୟ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଉଚିତ ମନେ କରିଥିଲା । ତେଣୁ ଜନହିତକୁ ଆଧାର କରି କେନ୍ଦ୍ର ସରକାର ଅମିତାଭ ଠାକୁରଙ୍କୁ ଅବସର ଦେଇଥିଲେ ।